Friday, October 2, 2026
22.9 C
Odisha

    ଶପଥ ଗ୍ରହଣ କଲେ ଜଷ୍ଟିସ ମାନସ ରଞ୍ଜନ ପାଠକ

    ଆଗକୁ ପଢନ୍ତୁ

    କଟକ : ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ମାନସ ରଞ୍ଜନ ପାଠକ ଗତକାଲି ଶପଥ ନେଇଛନ୍ତି। ପୂର୍ବାହ୍ଣ ୧୦ଟାରେ ହାଇକୋର୍ଟ ପୁରୁଣା ବିଲ୍‌ଡିଂର ନୂଆ କନଫରେସନ୍ସ ହଲ୍‌ରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ତାଙ୍କୁ ଶପଥ ପାଠ କରାଇଥିଲେ। ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଜଷ୍ଟିସ ପାଠକଙ୍କ ନିଯୁକ୍ତି ସଂକ୍ରାନ୍ତ ୱାରେଣ୍ଟ ପାଠ କରିଥିଲେ। ଶପଥ ଗ୍ରହଣ ଉତ୍ସବରେ ହାଇକୋର୍ଟର ସମସ୍ତ ବିଚାରପତି, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଆଡଭୋକେଟ୍‌ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ, ଡେପୁଟି ସଲିସିଟର ଜେନେରାଲ ପ୍ରସନ୍ନ ପାଢ଼ୀ, ହାଇକୋର୍ଟ ବାର୍‌ ଆସୋସିଏସନ୍‌ର କର୍ମକର୍ତ୍ତା, ବରିଷ୍ଠ ଆଇନଜୀବୀ, ହାଇକୋର୍ଟ ରେଜିଷ୍ଟ୍ରାର ଓ ବିଚାର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

    ସୂଚନାଯୋଗ୍ୟ ଯେ ଗୌହାଟୀ ହାଇକୋର୍ଟରୁ ଜଷ୍ଟିସ ପାଠକଙ୍କ ଓଡ଼ିଶା ହାଇକୋର୍ଟକୁ ବଦଳି ପାଇଁ ମେ ୨୬ରେ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲେ। ଗତ ସୋମବାର ଜଷ୍ଟିସ ପାଠକଙ୍କ ନିଯୁକ୍ତି ସଂକ୍ରାନ୍ତ ୱାରେଣ୍ଟ ରାଷ୍ଟ୍ରପତି ଭବନରୁ ପ୍ରକାଶ ପାଇଥିଲା। ଜଷ୍ଟିସ୍‌ ପାଠକ ୧୯୬୫, ଅଗଷ୍ଟ ୨୮ରେ ଗୌହାଟୀଠାରେ ଜନ୍ମଗ୍ରହଣ କରିଥିଲେ। ଗୌହାଟୀ ବିଶ୍ବବିଦ୍ୟାଳୟରୁ ଏଲ୍‌.ଏଲ୍‌.ବି. ପାସ୍ କରିବା ପରେ ୧୯୯୦ରେ ସେ ଆଇନଜୀବୀ ଭାବେ ‌କାର୍ଯ୍ୟ ଆରମ୍ଭ କରିଥିଲେ। ସେ ଗୌହାଟୀ ହାଇକୋର୍ଟ ଓ ଆସାମ ସରକାରଙ୍କ ଶିକ୍ଷା ବିଭାଗର ଷ୍ଟାଣ୍ଡିଂ କାଉନସିଲ୍‌ ଭାବେ କାର୍ଯ୍ୟ କରୁଥିବା ବେଳେ ଗୌହାଟୀ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ୨୦୦୪ରୁ ବିଭାଜନ ପର୍ଯ୍ୟନ୍ତ ସେ ତ୍ରିପୁରା ରାଜ୍ୟର ଷ୍ଟାଣ୍ଡିଂ କାଉନସିଲ୍‌ରେ ଥିଲେ। ସେ ଆସାମ ଲ’ କମିସନ୍‌ର ସଦସ୍ୟ ଓ ଇଣ୍ଡିଆନ୍ ଲ’ ଇନଷ୍ଟିଚ୍ୟୁଟ୍‌ର ସଦସ୍ୟ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ୨୦୧୩ ମେ’ ୨୨ରେ ଗୌହାଟୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ସେ ଶପଥ ଗ୍ରହଣ କରିଥିଲେ। ୨୦୧୮ ନଭେମ୍ବର ୧୨ରେ ସେ ଗୌହାଟୀ ହାଇକୋର୍ଟର ସ୍ଥାୟୀ ବିଚାରପତି ‌ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ