Saturday, April 11, 2026
37.5 C
Odisha

    ଶସ୍ତା ହେଲା କର୍କଟ ଔଷଧ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଏଥର ବଜେଟରେ କର୍କଟ ରୋଗୀଙ୍କ ପ୍ରତି ସଦୟ ହୋଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ଆମଦାନୀ ହୋଇଥିବା କର୍କଟ ଔଷଧ ଉପରେ ସୀମା ଶୁଳ୍କ ହଟାଇଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ତିନୋଟି କର୍କଟ ଔଷଧ ଉପରେ ୧୦ ପ୍ରତିଶତ କଷ୍ଟମ ଡ୍ୟୁଟି ଥିଲା, ଯାହାକୁ ସଂପୂର୍ଣ୍ଣ ପ୍ରତ୍ୟାହାର କରିନିଆଯାଇଛି। ଏହାଦ୍ୱାରା କର୍କଟ ରୋଗୀଙ୍କୁ ପ୍ରତି ମାସରେ ପ୍ରାୟ ୪୦ ହଜାର ଟଙ୍କା ସଞ୍ଚୟ ହେବ।ଏହି ତିନୋଟି କର୍କଟ ଔଷଧ ହେଉଛି ଜୀବନ ରକ୍ଷାକାରୀ ଆମଦାନୀ ଔଷଧ । ଏକ ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଟ୍ରାଷ୍ଟୁଜୁମାବ ଡେରେକ୍ସଟେକନ, ଓସିମେର୍ଟିନିବ ଓ ଡୁର୍ବାଲୁମେବ୍ । ଟ୍ରାଷ୍ଟୁଜୁମାବ ଡେରେକ୍ସଟେକନ ସାଧାରଣତଃ ଜଣେ କର୍କଟ ରୋଗୀ ୩ ସପ୍ତାହରେ ଥରେ ଖାଆନ୍ତି । ଗୋଟିଏ ଡୋଜରେ ୩ ଭାଏଲ ଦରକାର, ତେଣୁ ଏହାର ମୂଲ୍ୟ ଆନୁମାନିକ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆସିଥାଏ । ଓସିମେର୍ଟିନିବ ଔଷଧ ରୋଗୀକୁ ପ୍ରତିଦିନ ନେବାକୁ ପଡ଼ିଥାଏ। ଏହାର ଏକ ମାସର ଡୋଜ୍ ର ମୂଲ୍ୟ ପାଖାପାଖି ଦେଢ଼ ଲକ୍ଷ ଟଙ୍କା। ଡୁର୍ବାଲୁମେବ୍ ରୋଗୀଙ୍କୁ ଏହାକୁ ୩ ସପ୍ତାହରେ ଥରେ ଅର୍ଥାତ୍ ପ୍ରାୟ ୨୧ ଦିନରେ ନେବାକୁ ପଡ଼ିଥାଏ। ଗୋଟିଏ ଡୋଜର ବଜାର ମୂଲ୍ୟ ପାଖାପାଖି ଅଢ଼େଇ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସୀମା ଶୁଳକ ଉଠିବା ପରେ ଏସବୁ ଔଷଧ ମିଳିତଭାବେ ମୋଟ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେବ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.5 ° C
    37.5 °
    37.5 °
    10 %
    4.3kmh
    0 %
    Sat
    37 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ