Tuesday, August 5, 2025
28.9 C
Odisha

    ଶସ୍ୟ ଏବଂ କଉଡିରୁ ପ୍ରସ୍ତୁତ ହେଉଛି ଆକର୍ଷଣୀୟ ରାକ୍ଷୀ, ଇକୋଫ୍ରେଣ୍ତଲି ରାକ୍ଷୀ ଷ୍ଟଲରେ ଲାଗୁଛି ଗ୍ରାହକଙ୍କ ଭିଡ

    ଆଗକୁ ପଢନ୍ତୁ

    ଜଳେଶ୍ୱର: ଆଉ ଦିନ କେଇଟା ପରେ ଗହ୍ମା ପୂର୍ଣିମା ବା ରାକ୍ଷୀ ପୂର୍ଣ୍ଣିମା । ସେଥିପାଇଁ ବଜାରରେ ଜମିଲାଣି ରାକ୍ଷୀ ବ୍ୟବସାୟ । ଭାଇ ହାତରେ ଭଉଣୀ ବାନ୍ଧିବ ସ୍ନେହର ରେଶମ ଡୋରୀ । ସେଥିପାଇଁ ବଜାରରେ ବସିଛି ବିଭିନ୍ନ ରାକ୍ଷୀ ଷ୍ଟଲ । ଆଉ ବିକ୍ରି ହେଉଛି ଭଳିକି ଭଳି ଡିଜାଇନର ରାକ୍ଷୀ । ମାତ୍ର ଏବେ ଆମେ ଯେଉଁ ରାକ୍ଷୀ ଆପଣଙ୍କୁ ଦେଖେଇବୁ ଏଗୁଡିକ ପ୍ଲାଷ୍ଟିକ ନୁହେଁ କି ବାହାର ରାଜ୍ୟରୁ ବି ଆମଦାନୀ ହୋଇନି । ବରଂ ଖାଣ୍ଟି ଦେଶୀ ଏବଂ ପରିବେଶ ଉପଯୋଗୀ । ଯାହାକୁ ପ୍ରସ୍ତୁତ କରୁଛନ୍ତି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଗୁହାଳିପଦା ଗାଁର ମହିଳା ଏବଂ ଯୁବତୀମାନେ । ଅବସର ସମୟକୁ ବିନିଯୋଗ କରି ଏମାନେ ଭଲ ଦି ପଇସା ରୋଜଗାର କରୁଥିବାବେଳେ ଏଭଳି ଇକୋଫ୍ରେଣ୍ତଲି ରାକ୍ଷୀର ବଜାରରେ ରହିଛି ଖୁବ୍ ଚାହିଦା ।

    ଖୋଲାରେ ଯେତିକି ସୁନ୍ଦର ପ୍ୟାକେଟରେ ତାଠୁବି ଅଧିକ ଆକର୍ଷଣୀୟ । ଦୋକାନରେ ଝୁଲୁଥିବା ଏହି ରାକ୍ଷୀ ସବୁ ପ୍ଲାଷ୍ଟିକ ନୁହେଁ କି ବାହାରୁ ମଧ୍ୟ ଆମଦାନୀ ହୋଇନି । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଗୁହାଳିପଦା ଗାଁର ୧୫ ଜଣ ମହିଳା ଧାନ, ଚାଉଳ, ଗହମ, ମୁଗ, ବିରି, କଉଡି, ଶାମୁକା ଏବଂ ବିଭିନ୍ନ ପ୍ରାକୃତିକ ରଙ୍ଗକୁ ବ୍ୟବହାର କରି ତିଆରି କରୁଛନ୍ତି ପରିବେଶ ଉପଯୋଗୀ ଏବଂ ଆକର୍ଷଣୀୟ ରାକ୍ଷୀ । ଘର କାମ ଏବଂ ପାଠ ପଢାରୁ ସମୟ ବାହାର କରି ମହିଳା ଏବଂ ଯୁବତୀମାନେ ଭଳି କି ଭଳି ରାକ୍ଷୀ ପ୍ରସ୍ତୁତ କରିଥାନ୍ତି । ବଜାରରେ ମିଳୁଥିବା ରାକ୍ଷୀ ଅପେକ୍ଷା ଏମାନଙ୍କ ହାତ ତିଆରି ରାକ୍ଷୀ ଅଧିକ ସୁନ୍ଦର ଓ କମ ମୁଲ୍ୟର ହୋଇଥିବାରୁ ରାକ୍ଷୀ କିଣିବାକୁ ଗ୍ରାହକଙ୍କ ଭିଡ ଲାଗୁଛି । ଷ୍ଟଲରେ ୫ ଟଙ୍କାରୁ ଆରମ୍ଭ କରି ୪୦ ଟଙ୍କା ପର୍ଯ୍ୟନ୍ତ ବହୁତ ସୁନ୍ଦର ଏବଂ ଆକର୍ଷଣୀୟ ରାକ୍ଷୀ ମିଳି ପାରୁଛି । ନିଜ ହାତ ତିଆରି ରାକ୍ଷୀର ଭଲ ଚାହିଦା ରହିଥିବାରୁ ମହିଳାମାନେ ବେଶ ଖୁସି ଅଛନ୍ତି ।

    ରାକ୍ଷୀ ପ୍ରସ୍ତୁତ ପାଇଁ ଘରେ ମଳୁଥିବା ସାମଗ୍ରୀକୁ ଛାଡିଦେଲେ ଅନ୍ୟ ଆବଶ୍ଯକ ସାମଗ୍ରୀ ସ୍ଥାନୀୟ ବଜାରରୁ କିଣିଥାନ୍ତି । ଆଉ ରାକ୍ଷୀ ପ୍ରସ୍ତୁତ କରି ସାରିବା ପରେ ନିଜ ଷ୍ଟଲରେ ବିକ୍ରୀ କରିବା ସହିତ ବଜାରରେ ଅନ୍ୟ ବ୍ୟାବସାୟୀମାନଙ୍କୁ ମଧ୍ୟ ବିକ୍ରୀ କରିଥାନ୍ତି । ଅନେକ ବ୍ୟବସାୟୀ ଅର୍ଡର ଦେଇ ମଧ୍ୟ ରାକ୍ଷୀ ନେଇ ଭଲ ଦୁଇ ପଇସା ରୋଜଗାର କରିଥାନ୍ତି । ରାକ୍ଷୀ ପ୍ରସ୍ତୁତ ପାଇଁ ରାକ୍ଷୀର ଡିଜାଇନ ଅନୁସାରେ ଏକ ଟଙ୍କାରୁ ୨୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ । ଆଉ ଏହି ରାକ୍ଷୀକୁ ୫ ଟଙ୍କାରୁ ୪୦ ଟଙ୍କାରେ ବଜାରରେ ବିକ୍ରି କରିଥାନ୍ତି । ଏମାନଙ୍କ ହାତ ତିଆରି ରାକ୍ଷୀ ବସ୍ତା, ବାଲିଆପାଳ, ଲଙ୍ଗଳେଶ୍ୱର ପ୍ରଭୃତି ଅଞ୍ଚଳର ବ୍ୟବସାୟୀମାନେ ନେଇ ବ୍ୟବସାୟ କରିଥାନ୍ତି । ଅବସର ସମୟରେ ରାକ୍ଷୀ ପ୍ରସ୍ତୁତ କରି କିଛି ପଇସା ରୋଜଗାର କରିବା ସହ ନିଜ ଖର୍ଚ୍ଚ ନିଜେ ତୁଲାଇ ପାରୁଥିବାରୁ ବହୁତ ଖୁସିଥିବା କହଛନ୍ତି ମହିଳାମାନେ ।

    ବଜାର ଡିଜିଟାଲ ରାକ୍ଷୀ ଅପେକ୍ଷା ଏହି ଇକୋଫ୍ରେଣ୍ତଲି ରାକ୍ଷୀ ଷ୍ଟଲରେ ହାତ ତିଆରି ରାକ୍ଷୀର ଅଧିକ ଚାହିଦା ରହିଥିବାରୁ ଗ୍ରାହକମାନେ ନିଜ ମନ ପସନ୍ଦର ରାକ୍ଷୀ କିଣି ନେଉଛନ୍ତି । ପରମ୍ପରା ମାଧ୍ୟମରେ ପରିବେଶ ସୁରକ୍ଷାର ଏ ସୁନ୍ଦର ପରିକଳ୍ପନା ଦ୍ବାରା ଏଭଳି ରାକ୍ଷୀ ପ୍ରସ୍ତୁତ କରି ମହିଳାମାନେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    28.9 ° C
    28.9 °
    28.9 °
    72 %
    0.8kmh
    92 %
    Tue
    29 °
    Wed
    34 °
    Thu
    31 °
    Fri
    26 °
    Sat
    31 °

    ସମ୍ବନ୍ଧିତ