Friday, April 3, 2026
39.1 C
Odisha

    ଶାଗର ଉପକାରୀ ଗୁଣ ବିଷୟରେ ଜାଣନ୍ତୁ

    ଆଗକୁ ପଢନ୍ତୁ

    ସ୍ବାସ୍ଥ୍ୟ ହିଁ ସମ୍ପଦ। ସ୍ବାସ୍ଥ୍ୟ ପାଇଁ ଶାଗ କେତେ ଉପକାରୀ ତାହା ଅନେକ ଜାଣନ୍ତି। ଏଥିରେ କ୍ୟାଲ୍‌ସିୟମ୍‌, ଆଇରନ୍‌ ବ୍ୟତୀତ ଭିଟାମିନ୍‌-ଏ, ସି ଏବଂ ଇ ଆଦି ଭରି ରହିଛି। ଯଦି ଜଣେ ବ୍ୟକ୍ତି ନିୟମିତ ଶାଗ ଖାଆନ୍ତି, ତେବେ ତାଙ୍କର ଓଜନ କେତେକାଂଶରେ ନିୟନ୍ତ୍ରଣରେ ରହିଥାଏ।

    ଶାଗରେ ଥିବା ଭିଟାମିନ୍‌-ଏ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହୋଇଥାଏ।

    ଶାଗ ଦୃଷ୍ଟି ଶକ୍ତି ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ।

    ସଜନା ଶାଗ ରକ୍ତରେ ଗ୍ଲୁକୋଜ୍‌ ଏବଂ ପରିସ୍ରାରେ ଶର୍କରା ଏବଂ ପ୍ରୋଟିନ୍‌ର ପରିମାଣକୁ ସନ୍ତୁଳିତ ରଖେ। ଏହା ଲିଭର୍‌ ସେଲ୍‌କୁ ମଧ୍ୟ ସୁରକ୍ଷା ଦେଇଥାଏ।

    ଶାଗରେ ଥିବା ଫସ୍‌ଫରସ୍‌ ଓ କ୍ୟାଲ୍‌ସିୟମ୍‌ ଅଧିକ ପରିମାଣରେ ଥିବାରୁ ଅସ୍ଥିକୁ ମଜଭୁତ୍‌ ରଖିବାରେ ସାହାଯ୍ୟ କରେ। ଆଣ୍ଠୁଗଣ୍ଠି ବାତ ଆଶଙ୍କାକୁ ଏହା ମଧ୍ୟ କେତେକାଂଶରେ ଦୂର କରିଥାଏ।

    ଶାଗରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଗୁଣ ରହିଛି, ତେଣୁ ଏହା କେଶମୂଳକୁ ଦୃଢ଼ ରଖିବା ସହ ତ୍ୱଚାକୁ ଔଜ୍ଜ୍ୱଲ୍ୟତା ପ୍ରଦାନ କରେ।

    ଭିଟାମିନ୍‌ସ ଓ ମିନେରାଲ୍ସ ଏଥିରେ ଥିବାରୁ ଏହା ଖାଦ୍ୟ ହଜମ ହେବାରେ ମଧ୍ୟ ସାହାଯ୍ୟ କରିଥାଏ। ଆଜ୍‌ମା ରୋଗୀଙ୍କ ପାଇଁ ଶାଗ ବରଦାନ ସଦୃଶ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    39.1 ° C
    39.1 °
    39.1 °
    16 %
    4.5kmh
    41 %
    Fri
    38 °
    Sat
    39 °
    Sun
    37 °
    Mon
    39 °
    Tue
    38 °

    ସମ୍ବନ୍ଧିତ