Tuesday, March 31, 2026
26.8 C
Odisha

    ଶାଲିମାର-ସମ୍ୱଲପୁର ମହିମା ଗୋସାଇଁ ଏକ୍ସପ୍ରେସ୍ ଲାଇନଚ୍ୟୁତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଲାଇନଚ୍ୟୁତ ହେଲା ଶାଲିମାର-ସମ୍ୱଲପୁର ମହିମା ଗୋସାଇଁ ଏକ୍ସପ୍ରେସ୍। ସମ୍ବଲପୁର ନିକଟରେ ଏହି ଏକ୍ସପ୍ରେସ ଟ୍ରେନ ଲାଇନଚ୍ୟୁତ ହୋଇଛି । ଏନେଇ ପୂର୍ବତଟ ରେଲଓ୍ୱେ ପକ୍ଷରୁ ସୂଚନା ଦିଆଯାଇଛି । ଜେନେରାଲ୍ କୋଚର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିବା ନେଇ ସୂଚନା ରହିଛି । ସକାଳ 9ଟା 20 ସମୟରେ ଏହି ଘଟଣା ଘଟିଛି ।ଭୁବନେଶ୍ୱରରୁ ସମ୍ୱଲପୁର ଯାଉଥିବା ବେଳେ ସମ୍ୱଲପୁର ସିଟି ଷ୍ଟେସନ ପୂର୍ବରୁ ଲାଇନଚ୍ୟୁତ ହୋଇଛ । ତେବେ ଏହି ଘଟଣାରେ କେହି ଯାତ୍ରୀ ଆହତ ହୋଇନଥିବା ସୂଚନା ରହିଛି । ତେବେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

    ଲାଇନଚ୍ୟୁତ ହେବା ପରେ ଟ୍ରେନଟି ଅଟକି ରହିଛ । ଘଟଣାସ୍ଥଳରେ ଡିଆରଏଫ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । କେଉଁ କାରଣରୁ ଲାଇନଚ୍ୟୁତ ହେଲା ତାହାର କାରଣ ଜଣାପଡି ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.8 ° C
    26.8 °
    26.8 °
    50 %
    1.8kmh
    0 %
    Mon
    27 °
    Tue
    38 °
    Wed
    39 °
    Thu
    41 °
    Fri
    39 °

    ସମ୍ବନ୍ଧିତ