Thursday, December 18, 2025
17.3 C
Odisha

    ଶାଶୁକୁ ମାରିଦେଲେ ବୋହୂ ସମୁଦୁଣୀ

    ଆଗକୁ ପଢନ୍ତୁ

    ଅନୁଗୁଳ: ମୋ ମା’କୁ ମାରିଦେଲେ । ମୁଁ ଘରେ ନଥିଲାବେଳେ ମୋ ସ୍ତ୍ରୀ ଆଉ ଶାଶୁ ମିଶି ମୋ ମା’କୁ ମାରି ଦେଇଛନ୍ତି । ମୁଁ ଘରକୁ ଆସିବା ପରେ ମା’କୁ ଖୋଜିଲି । ବହୁତ ସମୟ ଖୋଜିବା ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମା’କୁ ପାଇଲି ସତ କିନ୍ତୁ ତା ଦେହରେ ଆଉ ଜୀବନ ନଥିଲା । ମୋ ସ୍ତ୍ରୀ ଆଉ ଶାଶୁ ହିଁ ମୋ ମା’ର ଜୀବନ ନେଇଛନ୍ତି । ଏମିତି କୋହଭରା କଣ୍ଠରେ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପୁଅ ।

    ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରୀ ଜାମୁବନ୍ଧ ଛକ ନିକଟରେ ଘଟିଛି ଭୟଙ୍କର ହତ୍ୟାକାଣ୍ଡ । ପଥରରେ ଛେଚି ଜଣେ ମହିଳାଙ୍କ ହତ୍ୟା କରାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଘରର ବୋହୂ ନିଜ ମା’ ସହ ମିଶି ଶାଶୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଜାମୁବନ୍ଧ ଛକ ନିକଟରେ ଏକ ଭଡା ଘରେ ସଦର ପୋଲିସ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିବା ପରେ ସାରା ଗାଁରେ ଖେଳିଯାଇଛି ଚାଞ୍ଚଲ୍ୟ । ମୃତ ମହିଳା ଜଣଙ୍କ କୁନି ନାୟକ ବୋଲି ଜଣା ପଡିଛି । ପୋଲିସର ପ୍ରାଥମିକ ତଦନ୍ତରୁ କୁନିଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି I ଏହି ଘଟଣାରେ କୁନିଙ୍କ ବୋହୂ ଏବଂ ସମୁଦୁଣିଙ୍କୁ ଅଟକ ରଖିଛି ପୋଲିସ ।

    ସୂଚନା ଅନୁସାରେ, ଗତ କାଲି ରାତି ୧୦ଟା ବେଳେ କୁନିଙ୍କ ପୁଅ କାହ୍ନୁ ନାୟକ ନିଜ ମା’ଙ୍କୁ ଖାଇବା ପାଇଁ ଡାକିଥିଲେ । କିନ୍ତୁ ଘରର କବାଟ ବନ୍ଦ ରହିଥିବା ବେଳେ କୌଣସି ଉତ୍ତର ଦେଇନଥିଲେ କୁନି । ସନ୍ଦେହ ହେବାରୁ କବାଟ ଖୋଲି ଦେଖିଥିଲେ କାହ୍ନୁ । ରକ୍ତ ଜୁଡୁବୁଡ଼ୁ ଅବସ୍ତାରେ ମା’ ତଳେ ପଡ଼ିଥିବା ଦେଖି ତାଙ୍କ ପାଦ ତଳୁ ଯେମିତି ମାଟି ଖସିଗଲା । ସଙ୍ଗେ ସଙ୍ଗେ ସଦର ପୋଲିସକୁ କାହ୍ନୁ ଖବର ଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଁଚି ଆରମ୍ଭ କରିଛି ତଦନ୍ତ I ଆଜି ସକାଳୁ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର ଆସି ଅଧିକ ପଚରାଉଚରା କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଛି ।

    ତେବେ କୁନିଙ୍କ ହତ୍ୟା ପଛରେ କିଏ ଦାୟୀ ? ସତରେ କଣ ବୋହୂ ଏମିତି ହତ୍ୟାକାଣ୍ଡ କରିଛି ନା ଆଉ କିଏ ଏଥିରେ ସାମିଲ ଅଛି । ତେବେ ଘରୋଇ କଳିରୁ ଏମିତି ହୋଇଥିବା ସନ୍ଦେହ କରାଯାଉଛି ସତ କିନ୍ତୁ ତଦନ୍ତ ପରେ ହିଁ ସବୁ ସତ ପଦାକୁ ଆସିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.3 ° C
    17.3 °
    17.3 °
    41 %
    1.2kmh
    0 %
    Thu
    16 °
    Fri
    26 °
    Sat
    27 °
    Sun
    28 °
    Mon
    28 °

    ସମ୍ବନ୍ଧିତ