Saturday, October 10, 2026
29.2 C
Odisha

    ଶିକ୍ଷକଙ୍କ ମାସିକ ବେତନ ୧୩ ହଜାର ବୃଦ୍ଧି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ନୂଆ ବର୍ଷ ୨୦୨୫ ଆରମ୍ଭ ହେବା ପୂର୍ବରୁ ଶିକ୍ଷକଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର। ଶିକ୍ଷକଙ୍କ ବେତନ ବୃଦ୍ଧିକୁ ନେଇ ସରକାରଙ୍କ ତରଫରୁ ନିଆଯାଇଛି ଏକ ବଡ଼ ନିଷ୍ପତ୍ତି। ଏହି ନିଷ୍ପତ୍ତି ଫଳରେ ଶିକ୍ଷକଙ୍କ ମାସିକ ବେତନରେ ୧୩ ହଜାର ବୃଦ୍ଧି ହେବା ଏହି ଖବର ନିଶ୍ଚିତ ଭାବେ ଶିକ୍ଷକଙ୍କ ପାଇଁ ଏକ ବଡ଼ ଶୁଭ ସମ୍ବାଦ। ଏହାଫଳରେ ଆଗାମୀ ଦିନରେ ଶିକ୍ଷକମାନେ ପ୍ରତିମାସରେ ନିଜ ଦରମାରେ ଅଧିକ ୧୩ ହଜାର ଟଙ୍କା ପାଇବେ। ଦରମା ବୃଦ୍ଧି ପାଇଁ ପୂର୍ବରୁ ଦାବି ହୋଇ ଆସୁଥିବା ବେଳେ ଶେଷରେ ସରକାର ଶିକ୍ଷକଙ୍କ ଦୁଃଖ ଶୁଣିଛନ୍ତି।

    ସୂଚନା ମୁତାବକ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ଭୁ)ରେ ଚୁକ୍ତିଭିତ୍ତିକ ଭାବେ ଶିକ୍ଷାଦାନ ଓ ପ୍ରଶିକ୍ଷଣ ଦେଉଥିବା ଶିକ୍ଷକଙ୍କ ପାଇଁ ଏକ ବଡ଼ ଘୋଷଣା କରାଯାଇଛି। ପାରିଶ୍ରମିକ ବୃଦ୍ଧି ପାଇଁ ବିଶ୍ୱବିଦ୍ୟାଳୟ ପ୍ରଶାସନ ତରଫରୁ ଦୀର୍ଘଦିନ ଧରି ଦାବି ହୋଇଆସୁଥିବା ବେଳେ ଶେଷରେ ତାହାକୁ ସ୍ୱୀକାର କରାଯାଇଛି। କେବଳ ବେତନ ବଢ଼ିବ ନାହିଁ, ଗ୍ରାଚ୍ୟୁଟି ମଧ୍ୟ ମିଳିବ। ଏଥିସହିତ ସର ସୁନ୍ଦରଲାଲ ହସ୍ପିଟାଲ ଓ ଟ୍ରାମା ସେଣ୍ଟରେ ଶିକ୍ଷକ ଓ ସେମାନଙ୍କର ପରିଜନଙ୍କୁ ନିଶୁଳ୍କ ଚିକିତ୍ସା ସୁବିଧା ପ୍ରଦାନ କରାଯିବ। ତେବେ ଆସନ୍ତା ବର୍ଷ ଜାନୁଆରୀ ପହିଲାରୁ ଶିକ୍ଷକମାନେ ଏହି ସବୁ ସୁବିଧାର ମଜା ଉଠାଇ ପାରିବେ। ବିଶ୍ୱବିଦ୍ୟାଳୟ ତରଫରୁ ୩ଟି ବର୍ଗରେ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କରାଯାଇଛି। ଚୁକ୍ତିରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ପ୍ରଫେସର ବା ଟିଚିଙ୍ଗ ଆସୋସିଏଟଙ୍କ ମାସିକ ବେତନ ଏବେ ୫୦ ହଜାରରୁ ବଢ଼ି ୬୩ ହଜାର କରାଯାଇଛି। ସେହିପରି ଟିଚିଙ୍ଗ ଆସିଷ୍ଟାଣ୍ଟଙ୍କ ବେତନ ୪୫ରୁ ବୃଦ୍ଧି କରାଯାଇ ୫୭ ହଜାର କରାଯାଇଛି। ସେହିପରି ଇନଷ୍ଟ୍ରକ୍ଟର ଶ୍ରେଣୀରେ ବିଶ୍ୱବିଦ୍ୟାଳୟକୁ ସେବା ଦେଇଉଥିବା ଶିକ୍ଷକଙ୍କ ପାରିଶ୍ରମିକ ୪୦ ହଜାରରୁ ୫୪ ହଜାରରୁ ବୃଦ୍ଧି କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    60 %
    1.7kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ