Wednesday, September 30, 2026
24.7 C
Odisha

    ପୁଲିସ -ମାଓବାଦୀ ଗୁଳିବିନିମୟ, ୭ ନକ୍ସଲ ନିହତ

    ଆଗକୁ ପଢନ୍ତୁ

    ଦାନ୍ତେୱାଡା ସୀମା ନିକଟସ୍ଥ ଆବୁଜମାଦର ଅର୍କା ବ୍ଳକର ରେକୱା ଏବଂ ହିଟୁଲ ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏକ ବଡ଼ ମୁକାବିଲା ଚାଲିଛି। ଏନକାଉଣ୍ଟର ସହିତ ଏକ ସର୍ଚ୍ଚ ଅପରେସନ୍ ମଧ୍ୟ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୭  ଜଣ ପୋଷାକଧାରୀ ନକ୍ସଲଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବସ୍ତର ଆଇଜି ସୁନ୍ଦରରାଜ ପି ଏନେଇ ସ୍ପଷ୍ଟ କରିଛନ୍ତି।

    ଆବୁଜାମାଡରେ ବହୁ ସଂଖ୍ୟାରେ ନକ୍ସଲମାନଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ଦାନ୍ତେୱାଡା ଏସପି ଗୌରବ ରାୟ କହିଛନ୍ତି ଯେ ଆବୁଜାମାଡର ଦକ୍ଷିଣ ଅଞ୍ଚଳରେ ପୂର୍ବ ବସ୍ତର ଡିଭିଜନ ଏବଂ ଇନ୍ଦ୍ରାବତୀ କ୍ଷେତ୍ର କମିଟିର ମାଓବାଦୀଙ୍କ ଉପସ୍ଥିତି ରହିଥିବା ଜଣାପଡ଼ିଥିଲା। ଏହି ସୂଚନା ଉପରେ ଏକ ନକ୍ସଲ ବିରୋଧୀ ସର୍ଚ୍ଚ ଅପରେସନ୍ କରାଯାଇଛି। ଏହି ଅପରେସନର ଏକ ଅଂଶ ଭାବରେ ନାରାୟଣପୁର, ଦାନ୍ତେୱାଡା, ବସ୍ତର ଏବଂ କୋଣ୍ଡାଗାଓଁ ଜିଲ୍ଲାର ଦିଆରଜି ଟିମ୍ ସହିତ ଏସ୍ଟିଫ ଏବଂ ସିଆରପିଏଫର ମିଳିତ ଦଳ ଗତ ଦୁଇ ଦିନ ତଳେ ଦକ୍ଷିଣ ଆବୁଜାମାଡ ଅଞ୍ଚଳକୁ ପଠାଯାଇଥିଲା।

    ଆଜି ଭୋର ୩ ରୁ ୪ଟି ଜିଲ୍ଲାର ମିଳିତ ନକ୍ସଲ ଅପରେସନ୍ ଆରମ୍ଭ ହୋଇଛି। ନାରାୟଣପୁର ଏବଂ ଦାନ୍ତେୱାଡା ଏସପି ଏହି ଏନକାଉଣ୍ଟରକୁ ସ୍ପଷ୍ଟ କରିଛନ୍ତି। ଖବର ମୁତାବକ ଦକ୍ଷିଣ ଆବୁଜାମାଡରେ ଇନ୍ଦ୍ରାବତୀ କ୍ଷେତ୍ର କମିଟିର ୫୦ ରୁ ୬୦ ନକ୍ସଲ କ୍ୟାମ୍ପ କରିଥିଲେ। ତେଣୁ ମିଳିତ ଆକ୍ସନ୍ ଫୋର୍ସ ପଠାଗଲା ବୋଲି କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    84 %
    1.1kmh
    100 %
    Wed
    25 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ