Friday, July 18, 2025
26.2 C
Odisha

    ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନ ମାନ୍ୟତା

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ବହୁ ଅପେକ୍ଷାର ଅନ୍ତ ଘଟି ଆଜି ଶେଷରେ ଶିମିଳିପାଳକୁ ଜାତୀୟ ଉଦ୍ୟାନ ମାନ୍ୟତା ମିଳିଛି । ଏନେଇ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ସବୁଠୁ ଅଧିକ ବାଘ ରହିଛନ୍ତି । ଶିମିଳିପାଳ 2306 ବର୍ଗ କିମି ଅଞ୍ଚଳ ଭିତରୁ ଦକ୍ଷିଣ ଡିଭିଜନର 845 ବର୍ଗ କିମି ବିଶିଷ୍ଟ ଅଞ୍ଚଳକୁ ଜାତୀୟ ଉଦ୍ୟାନ ମାନ୍ୟତା ମିଳିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ଏନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ପୂର୍ବରୁ ରାଜ୍ୟ ସରକାର 2007 ମସିହାରେ ଏହି ଅଭୟାରଣ୍ୟର 1994 ବର୍ଗ କିମି ଅଞ୍ଚଳକୁ ବାଘଙ୍କ ରହଣି ପାଇଁ କୋର କ୍ରିଟିକାଲ ଏରିଆ ଭାବେ ଘୋଷଣା କରିଥିଲେ ।2023 ମସିହାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ପରିଦର୍ଶନରେ ଆସିଥିଲେ । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟକୁ ଜାତୀୟ ଉଦ୍ୟାନ ମିଳୁ ବୋଲି ସେ ଇଚ୍ଛା ପ୍ରକାଶ କରିଥିଲେ । ଜାତୀୟ ଉଦ୍ୟାନ ମାନ୍ୟତା ମିଳିଥିବା ବେଳେ ବାଘ ସଂଖ୍ୟା ବଢାଇବାକୁ କେନ୍ଦ୍ର ଠାରୁ ପାଣ୍ଠି ମିଳିବା ନେଇ ଆଶା ରଖାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.2 ° C
    26.2 °
    26.2 °
    86 %
    1.6kmh
    100 %
    Fri
    26 °
    Sat
    32 °
    Sun
    31 °
    Mon
    32 °
    Tue
    31 °

    ସମ୍ବନ୍ଧିତ