Sunday, February 8, 2026
20.4 C
Odisha

    ଶିିମିଳିପାଳରୁ ମିଳିଲା କ୍ୟାନସର ରୋଗ ଚିକିତ୍ସା ପାଇଁ ଗୁଳ୍ମ

    ଆଗକୁ ପଢନ୍ତୁ

    ମୟୂରଭଞ୍ଜ : ମୟୂରଭଞ୍ଜର  ଶିିମିଳିପାଳରୁ ମିଳିଲା କ୍ୟାନସର ରୋଗ ଚିକିତ୍ସା ପାଇଁ ଔଷଧୀୟ ଗୁଣ ଥିବା ବୃକ୍ଷଲତା। ଓଡ଼ିଶାରେ ପ୍ରଥମ ଥର ପାଇଁ ୧୪୮ ପ୍ରଜାତିର ‘ଲାଇକେନ୍’ ଚିହ୍ନଟ ହୋଇଛି ।  ବିଶ୍ୱକୁ ଏହା ନୂଆ ଦିଶା ଦେବ ବୋଲି କୁହାଯାଉଛି।  ଭାରତରେ ପ୍ରଥମ ଥର ମିଳିଲା ଏହି ଦୁର୍ଲଭ ବୃକ୍ଷଲତା।

    ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏକ ବଡ଼ ସଫଳତା ହାସଲ କରିଛନ୍ତି ।  ଶିମିଳିପାଳ ଜାତୀୟ ଉଦ୍ୟାନରୁ ସେମାନେ ୧୪୮ ପ୍ରଜାତିର ଶୈବାଳ ଓ କବକର ମିଶ୍ରିତ ଉଦ୍ଭିଦ ବା ଲାଇକେନ୍ ଟିହ୍ନଟ କରିଛନ୍ତି ।  ଏହି ଲାଇକେନ୍ ଗୁଡ଼ିକ ମଧ୍ୟରେ ଥର୍ମୋକୁଇନୋନ୍, ଜେଓରିନ୍ ଏବଂ ଆଜେଲେଇକ୍ ଏସିଡ୍ ଭଳି ଉପାଦାନ ରହିଛି ।  ଯାହା କ୍ୟାନସର ବିରୋଧରେ ଲଢ଼ିବା ସହ ନୂତନ ଔଷଧ ତିଆରିରେ ସହାୟକ ହେବ ।  ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗର ପ୍ରଫେସର ବିଶ୍ୱଜିତ ରଥ କହିଛନ୍ତି ଓଡ଼ିଶା ସରକାରଙ୍କ ଏକ ପ୍ରୋଜେକ୍ଟ ଅଧୀନରେ ଶିମିିଳିପାଳରେ ସର୍ଭେ କରାଯାଇଥିଲା ।

    ଏଥିରୁ୧୪୮ଟି ପ୍ରଜାତି ଚିହ୍ନଟ ହୋଇଛି ।  ଯେଉଁଥିରେ ‘କ୍ଲାଡୋନିଆ ଫ୍ରୁଟିକୁଲୋସା’ ଓଡ଼ିଶା ପାଇଁ ଏବଂ ‘ଫାଇସିଏଲା ମେଲାନ୍ କ୍ରା’ ଭାରତ ପାଇଁ ସମ୍ପୂର୍ଣ୍ଣ ନୂଆ ।  ଏହି ଲାଇକେନ୍ ଗୁଡ଼ିକରେ ବହୁମୂଲ୍ୟ ଜୈବିକ ଗୁଣ ରହିଛି ।  ଯାହା ଶରୀରରେ ରୋଗ ସୃଷ୍ଟିକାରୀ ଜୀବାଣୁଙ୍କୁ ମାରିବା ସହ କ୍ୟାନସର ଚିକିତ୍ସାରେ ବ୍ୟବହାର କରାଯାଇପାରିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.4 ° C
    20.4 °
    20.4 °
    22 %
    1.3kmh
    3 %
    Sun
    22 °
    Mon
    31 °
    Tue
    32 °
    Wed
    33 °
    Thu
    34 °

    ସମ୍ବନ୍ଧିତ