Saturday, March 28, 2026
25 C
Odisha

    ଶୀଘ୍ର ଓଜନ କମ୍ କରିବାକୁ ଚାହୁଁଛନ୍ତି କି? ସକାଳେ ପିଅନ୍ତୁ ଏହିସବୁ ଡ୍ରିଙ୍କସ୍

    ଆଗକୁ ପଢନ୍ତୁ

    ଯଦି ଆପଣ ଶୀଘ୍ର ୱେଟ୍ ଲସ୍ କରିବା ସହ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାକୁ ଚାହୁଁଛନ୍ତି କି? ତେବେ ସକାଳେ ଖାଲି ପେଟରେ କିଛି ଦେଶୀ ଡ୍ରିଙ୍କସ୍ ପିଇବା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ । ଏହି ଡ୍ରିଙ୍କସ୍ କେବଳ ମେଟାବୋଲିଜିମ୍ କୁ ତ୍ୱରାନ୍ୱିତ କରେ ନାହିଁ ବରଂ ଦିନସାରା ଶରୀରକୁ ଶକ୍ତିଶାଳୀ ରଖେ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଡ୍ରିଙ୍କସ୍ ଆପଣଙ୍କ ୱେଟ୍ ଲସ୍ ଜର୍ଣ୍ଣିକୁ ସହଜ କରିପାରିବ ।

    ପିଅନ୍ତୁ ଏହିସବୁ ଡ୍ରିଙ୍କସ୍:

    ପାନମଧୁରୀ ପାଣି: ପାନମଧୁରୀ ଏସିଡ଼ିଟି ଏବଂ ବ୍ଲୋଟିଂ ପାଇଁ ଏକ ପ୍ରାକୃତିକ ଚିକିତ୍ସା ଭାବରେ ବ୍ୟବହୃତ ହୁଏ । ପ୍ରତିଦିନ ପାନମଧୁରୀ ପାଣି ପିଇବା ଦ୍ୱାରା ଧୀରେ ଧୀରେ ୱେଟ୍ ଲସ୍ ହୋଇଥାଏ ଏବଂ ହଜମ ପ୍ରକ୍ରିୟାରେ ମଧ୍ୟ ଉନ୍ନତି ଆସିଥାଏ । ପାନମଧୁରୀ ପାଣି ତିଆରି କରିବା ପାଇଁ ୧ ଚାମଚ ପାନମଧୁରୀକୁ ୧ କପ୍ ପାଣିରେ ୩ ରୁ ୫ ମିନିଟ୍ ପାଇଁ ଫୁଟାନ୍ତୁ । ତାପରେ ଏହାକୁ ପିଅନ୍ତୁ ।

    ଜୁଆଣି ଏବଂ ଜିରା ପାଣି: ଉଭୟ ଜୁଆଣି ଏବଂ ଜିରା ହେଉଛି ଏଭଳି ମସଲା ଯାହା ୱେଟ୍ ଲସ୍ କରିବାରେ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ । ଥାଇମୋଲରେ ଭରପୂର ଜୁଆଣି ଏବଂ ଜିରା ଗ୍ୟାସ୍ କମ୍ କରେ । ଏହା ମେଟାବୋଲିଜିମ୍ କୁ ମଧ୍ୟ ତ୍ୱରାନ୍ୱିତ କରନ୍ତି, ଯାହା ଶରୀରକୁ ଅଧିକ କ୍ୟାଲୋରୀ ବର୍ନ କରିଥାଏ । ଏକ ଗ୍ଲାସ୍ ପାଣିରେ ଅଧା ଚାମଚ ଜୁଆଣି ଏବଂ ଅଧା ଚାମଚ ଜିରା ପକାଇ ରାତିସାରା ଭିଜାଇ ରଖନ୍ତୁ । ସକାଳୁ ଏହି ପାଣିକୁ ୫-୭ ମିନିଟ୍ ଫୁଟାଇ ଛାଣି ଗରମ ଗରମ ପିଇ ଦିଅନ୍ତୁ ।

    ଆପଲ୍ ସାଇଡର୍ ଭିନେଗାର: ୱେଟ୍ ଲସ୍ କରିବା ପାଇଁ ଖାଦ୍ୟରେ ଆପଲ୍ ସାଇଡର୍ ଭିନେଗାରକୁ ମିଶାନ୍ତୁ । ଏହା ଆପଣଙ୍କ ଶରୀରରେ ଫ୍ୟାଟକୁ ଶୀଘ୍ର କମ୍ କରିବା ସହ ଟ୍ରାଇଗ୍ଲାଇସେରାଇଡକୁ ମଧ୍ୟ ନିୟନ୍ତ୍ରଣ କରିପାରେ । ଏକ ଗ୍ଲାସ ପାଣିରେ ୧ ଚାମଚ ଆପଲ୍ ସାଇଡର୍ ଭିନେଗାର ଏବଂ ଏକ ଚାମଚ ଡାଲଚିନି ମିଶାଇ ପିଅନ୍ତୁ। ଏହା ଫ୍ୟାଟ ବର୍ନ କରିବା ଏବଂ ଭୋକ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।

    ହଳଦୀ ଓ ଗିଲୋୟ: ହଳଦୀ ଓ ଗିଲୋୟ ଉଭୟ ଆୟୁର୍ବେଦ ଇମ୍ୟୁନିଟି ବୁଷ୍ଟର୍ । ହଳଦୀରେ କର୍କୁମିନ୍ ଥାଏ, ଯାହା ଏକ କମ୍ପାଉଣ୍ଡ ଯେଉଁଥିରେ ଆଣ୍ଟି-ଇନଫ୍ଲାମେଟୋରୀ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଅଛି । କର୍କୁମିନ୍ ରୋଗ ପ୍ରତିରୋଧକ ପ୍ରତିକ୍ରିୟାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହି ପାଣି ପ୍ରସ୍ତୁତ କରିବା ପାଇଁ ଅଧା ଚାମଚ ହଳଦୀ ଏବଂ ଏକ ଚାମଚ ଗିଲୋୟ ମିଶାନ୍ତୁ । ୧ କପ୍ ପାଣିରେ ୫ରୁ ୭ ମିନିଟ୍ ଫୁଟାନ୍ତୁ ଏବଂ ସକାଳେ ଗରମ ପିଅନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25 ° C
    25 °
    25 °
    50 %
    2.3kmh
    30 %
    Sat
    39 °
    Sun
    40 °
    Mon
    40 °
    Tue
    38 °
    Wed
    38 °

    ସମ୍ବନ୍ଧିତ