Thursday, November 6, 2025
28.5 C
Odisha

    ଶୀତଦିନରେ ଶିଶୁମାନଙ୍କୁ ଦିଅନ୍ତୁ ପୋଷକ ତତ୍ତ୍ୱରେ ଭରପୂର କନ୍ଦମୂଳ, ମିଳିବ ଅନେକ ଫାଇଦା

    ଆଗକୁ ପଢନ୍ତୁ

    ସବୁଜ ପନିପରିବାରେ ଏମିତି ଅନେକ ଗୁଣ ଭରିରହିଛି ଯାହା ଶରୀର ପାଇଁ ଆବଶ୍ୟକ ହୋଇଥାଏ । ବିଶେଷ କରି ଛୋଟ ପିଲାଙ୍କ ପାଇଁ ସବୁଜ ପନିପରିବା ବେଶ ଲାଭକାରୀ ହୋଇଥାଏ । ସେମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହି ପନିପରିବା ଅନେକ ସହାୟକ ହୋଇଥାଏ । ତେବେ ଏହାରି ମଧ୍ୟରେ ଆପଣ ଶାକରକନ୍ଦା ବା କନ୍ଦମୂଳ କଥା ତ ନିହାତି ଶୁଣିଥିବେ। ଯାହାକୁ ଖାଇବା ଆପଣଙ୍କ ପିଲାଙ୍କ ପାଇଁ ନିହାତି ଆବଶ୍ୟକ। ଏହାର ସେବନ ବିଶେଷ କରି ଚାଟ୍‌, ତରକାରୀରେ କରାଯାଏ । ଏହି ପରିବାରେ କେବଳ ଭିଟାମିନ ଏ ନୁହେଁ ବରଂ ଭିଟାମିନ ସି, ଭିଟାମିନ ଇ, ଭିଟାମିନ କେ, ଭିଟାମିନ ବି୧, ଭିଟାମିନ ବି୬ ଏବଂ ଭିଟାମିନ ବି୯ ମଧ୍ୟ ରହିଛି । ତେଣୁ ଯେଉଁ ଶିଶୁର ଶାରୀରିକ ବିକାଶ ହେବାରେ ସମସ୍ୟା ଦେଖାଯାଏ, ସେମାନଙ୍କ ପାଇଁ ଏହି ପରିବା ଖୁବ ଫାଇଦାଯୁକ୍ତ ହୋଇଥାଏ । ଏହା ସେମାନଙ୍କ ପାଇଁ ବେଶି ଉପଯୁକ୍ତ ହୋଇଥାଏ ।

    କନ୍ଦମୂଳରେ ପୋଷକ ତତ୍ତ୍ୱ କଥା କହିଲେ ଏଥିରେ କ୍ୟାଲସିୟମ, ଆଇରନ, ମାଗ୍ନେସିୟମ, ଫସଫରସ୍‌, ପୋଟାସିୟମ ଓ ସୋଡିୟମ ଅଧିକ ମାତ୍ରାରେ ରହିଥାଏ । ଏଥିରେ ଜିଙ୍କ ମଧ୍ୟ ରହିଛି । ଏହି ସବୁ ପୋଷକ ତତ୍ତ୍ୱ ଶିଶୁମାନଙ୍କ ପାଇଁ ନିହାତି ଜରୁରୀ ।

    ଏବେ ଜାଣନ୍ତୁ ଏହାର ଫାଇଦା:

    – ଆଖି ପାଇଁ ଏହା ଲାଭକାରୀ ହୋଇଥାଏ । ଶିଶୁଙ୍କର ଭିଟାମିନ ଏ ଅଭାବ ଯୋଗୁଁ ଆଖି ସମସ୍ୟା ହୋଇଥାଏ । ତେଣୁ ଏହାକୁ ଖାଇବା ଦ୍ୱାରା ସେହି ସମସ୍ୟା ଦୂର ହୋଇଥାଏ ।

    – କନ୍ଦମୂଳରେ ମେଟାବୋଲିଜିମ ମହଜୁଦ ରହିଛି । ଏହାଦ୍ୱାରା ଓଜନ ମଧ୍ୟ କଣ୍ଟ୍ରୋଲ ରହିଥାଏ ।

    – କନ୍ଦମୂଳ ଶିଶୁମାନଙ୍କ ଶାରୀରିକ ବିକାଶ କରିବାରେ ସହାୟକ ହୋଇଥାଏ । ଏହାର ପୋଷକତତ୍ତ୍ୱ ପ୍ରତ୍ୟେକ ଅଙ୍ଗକୁ ବିକାଶ କରିବାରେ ସାହାଯ୍ୟ କରେ ।

    -ଏହି ପରିବାରେଥିବା ଭିଟାମିନ ସି ଏବଂ ଭିଟାମିନ ଇ ଇମ୍ୟୁନିଟିକୁ ମଜବୁତ କରିଥାଏ ।

    -କବ୍ଜ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଏଥିରେ ଡାଏଟାରୀ ଫାଇବର ରହିଥାଏ  । ଏହାକୁ ଛୋଟ ପିଲା ଖାଇବା ଦ୍ୱାରା ସେମାନଙ୍କ କବ୍ଜ ସମସ୍ୟା ଦୂର ହୁଏ ।

    – ଏଥିରେ ଷ୍ଟାର୍ଚ ଏବଂ ଭିଟାମିନ୍ସ ଭରପୂର ରହିଥାଏ । ଯାହା ଶିଶୁକୁ ଏନର୍ଜିଟିକ କରିଥାଏ । ତେଣୁ ଏହାକୁ ସୁପରଫୁଡ କୁହାଯାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.5 ° C
    28.5 °
    28.5 °
    55 %
    3kmh
    0 %
    Thu
    28 °
    Fri
    28 °
    Sat
    27 °
    Sun
    25 °
    Mon
    25 °

    ସମ୍ବନ୍ଧିତ