Monday, March 23, 2026
24.7 C
Odisha

    ଶୀତଦିନେ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇଁ ଭୋଜନରେ ସାମିଲ କରନ୍ତୁ ଏସବୁ ଖାଦ୍ୟ

    ଆଗକୁ ପଢନ୍ତୁ

    ପ୍ରାୟତଃ ଲୋକମାନେ ଶୀତଦିନେ ଅଧିକ ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଭୋଗିଥାନ୍ତି।ସେମାନଙ୍କ ପାଇଁ ହାଡ଼ ଓ ଗଣ୍ଠି ପୀଡ଼ା ଅଧିକ ଯନ୍ତ୍ରଣାଦାୟକ ହୋଇଥାଏ। ଏହା ଦ୍ୱାରା ଚଲାବୁଲା କରିବାରେ ସମସ୍ୟା ଦେଖାଦିଏ। କେବଳ ଏତିକି ନୁହେଁ ବସିବା କିମ୍ବା ଉଠିବା ବେଳେ ମଧ୍ୟ ପ୍ରବଳ କଷ୍ଟ ହୁଏ। ବୟସ ବଢ଼ିବା ସହ ଏହି ସମସ୍ୟା ଧୀରେ ଧୀରେ ବଢ଼ିଚାଲେ। ବେଳେ ବେଳେ ସମସ୍ୟା ଏତେ ବଢ଼ିଯାଏ ଯେ ଅପରେସନ୍‌ କରିବା ଯାଏଁ ମଧ୍ୟ କଥାଯାଏ। କିନ୍ତୁ କେତେକ ଘରୋଇ ଉପାୟ ଦ୍ୱାରା ମଧ୍ୟ ଆଣ୍ଠୁଗଣ୍ଠି ସମସ୍ୟାକୁ ଦୂର କରିହେବ। ଆସନ୍ତୁ ଜାଣିବା ଶୀତଦିନେ ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ପାଇବା ଉପାୟ…

    ଶୀତଦିନେ ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ। ଖାସ୍‌ କରି ମଧୁମେହ ଓ ହୃଦ୍‌ରୋଗୀଙ୍କୁ ଏହି ଋତୁରେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବା ଉଚିତ।

    ଶୀତଦିନେ ଅଧିକ ତୈଳାକ୍ତ ବା ମିଠା ଦ୍ରବ୍ୟ ନ ଖାଇ ଯେତେ ପାରୁଛନ୍ତି ସେତେ ଅଧିକ ପୁଷ୍ଟିିକର ଖାଦ୍ୟ ଗ୍ରହଣ କରନ୍ତୁ।

    ଭୋଜନରେ ଋତୁକାଳୀନ ଫଳ ଓ ପରିବା ଯଥା- ଅମୃତଭଣ୍ଡା, ଗାଜର, ଟମାଟୋ, ପାଳଙ୍ଗ ଆଦି ସାମିଲ କରନ୍ତୁ। ଏହା ଆପଣଙ୍କ ହାଡ଼କୁ ମଜଭୁତ କରିବା ସହ ଯନ୍ତ୍ରଣାରୁ ମୁକ୍ତି ଦେବ।

    ଶରୀରର ଉଷ୍ମତା ବଢ଼ାଇବା ପାଇଁ ଅଦା, ରସୁଣ, ଗୋଲମରିଚ, ଡାଲଚିନି, କେସର, ଗୁଡ଼, ରାଶି ଆଦି ସେବନ କରନ୍ତୁ।

    ଭୋଜନରେ ପାଳଙ୍ଗ, ସୋରିଷ ଶାଗ, ବଥୁଆ ଶାଗ, ମୂଳାପତ୍ର ଆଦି ସବୁଜ ଖାଦ୍ୟ ଗ୍ରହଣ କରିବା ସ୍ୱାସ୍ଥ୍ୟ ପକ୍ଷେ ହିତକାରକ ହୋଇଥାଏ।

    ହାଡ଼ ଓ ଗଣ୍ଠିବାତରୁ ମୁକ୍ତି ଚାହୁଁଥିଲେ ଆଦୌ ଥଣ୍ଡା ଜିନିଷ ସେବନ କରନ୍ତୁ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.7 ° C
    24.7 °
    24.7 °
    35 %
    1.5kmh
    76 %
    Mon
    25 °
    Tue
    36 °
    Wed
    38 °
    Thu
    39 °
    Fri
    39 °

    ସମ୍ବନ୍ଧିତ