Monday, January 12, 2026
13.8 C
Odisha

    ଶୀତଦିନେ ଖାଆନ୍ତୁ କନ୍ଦମୂଳ, ମିଳିବ ପ୍ରଚୁର ପରିମାଣରେ ଭିଟାମିନ୍‌

    ଆଗକୁ ପଢନ୍ତୁ

     

    ତେବେ ସେହି ଫଳର ନାମ ହେଉଛି ‘କନ୍ଦମୂଳ’ । ଯାହା ସ୍ୱାଦରେ ପରିପୂର୍ଣ୍ଣ ହୋଇଥାଏ ଏବଂ ଅନେକ ପ୍ରକାରର ଭିଟାମିନ୍‌ ମଧ୍ୟ ଯୋଗାଇଥାଏ । ଯେଉଁଥିରେ ଫାଇବର, ଭିଟାମିନ୍‌ ‘ଏ’, ଭିଟାମିନ୍‌ ‘ସି’ ଏବଂ ବି 6 ଗୁଣ ରହିଛି । ଏହା ବ୍ୟତୀତ ପୋଟାସିୟମ ଏବଂ ମାଙ୍ଗାନିଜ୍‌ ଭଳି ମିନେରାଲ ମଧ୍ୟ ରହିଛି । କନ୍ଦମୂଳ ସ୍ୱାସ୍ଥ୍ୟ ପାଇଁ ବେସ୍‌ ଲାଭଦାୟକ ହୋଇଥାଏ । କନ୍ଦମୂଳରେ ଅନେକ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଏ । ଶୀତଋତୁରେ ଆପଣ ପ୍ରତ୍ୟେକ ଦିନ ଗୋଟିଏ କନ୍ଦମୂଳ ଖାଇବା ନିହାତି ଆବଶ୍ୟକ । ଏହାକୁ ଖାଇବା ଦ୍ୱାରା ଶରୀରକୁ ଅନେକ ପ୍ରକାରର ଭିଟାମିନ୍‌ ଏବଂ ପୋଷକ ତତ୍ତ୍ୱ ମିଳିଥାଏ ।

    ପ୍ରତ୍ୟେକ ଦିନ କନ୍ଦମୂଳ ଖାଇବାର ଫାଇଦା :

    ତ୍ୱଚା ପାଇଁ ଲାଭଦାୟକ : କନ୍ଦମୂଳରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ହୋଇଥାଏ ଯାହା ସ୍କିନକୁ ଟାଇଟ୍‌ ରଖିବାରେ ସାହାଯ୍ୟ କରିଥାଏ । ଏହା ସ୍କିନକୁ ଫ୍ରି’ ରେଡିକାଲ ଦ୍ୱାରା ହେଉଥିବା କ୍ଷତିରୁ ରକ୍ଷା କରିଥାଏ । କିଛି ପୁରୁଣା ରୋଗକୁ ଠିକ୍‌ କରିବାରେ ଏହି ଫଳ ସାହାଯ୍ୟ କରିଥାଏ । ଆପଣ ଏହାକୁ ଅନେକ ଉପାୟରେ ଖାଇପାରିବେ, ଯେମିତିକି ସିଜାଇ ଖାଇପାରିବେ, ରୋଷେଇରେ ସାମିଲ୍‌ କରିପାରିବେ ଏବଂ ଏହାକୁ କେହି କେହି ପୋଡିକି ମଧ୍ୟ ଖାଇଥାନ୍ତି । ଏହା ସହ ଏହାକୁ ଖାଇଲେ ଅନେକ ରୋଗରୁ ମଧ୍ୟ ଆରୋଗ୍ୟ ହୋଇପାରିବେ ।

    ଆଖି ପାଇଁ ଲାଭଦାୟକ : କନ୍ଦମୂଳରେ ଭିଟାମିନ୍‌ ଏ’ ବହୁତ ପରିମାଣରେ ମିଳିଥାଏ । ଯାହା ଆଖି ପାଇଁ ବେସ୍‌ ଲାଭ ଦାୟକ ହୋଇଥାଏ । ଏହା ସହ ବିଟା-କ୍ୟାରୋଟିନ୍‌ ମିଳିଥାଏ ଯାହା ଷ୍ଟ୍ରେସକୁ କମ କରିଥାଏ । ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ସହ ବ୍ଳଡ୍‌ ପ୍ରେସରକୁ ମଧ୍ୟ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ ।

    ଡାଇବେଟିସ୍‌ରେ କନ୍ଦମୂଳ : ଆପଣମାନେ ତ ଜାଣିଥିବେ ସବୁ ଫଳ ଅପେକ୍ଷା କନ୍ଦମୂଳରେ ମିଠାର ପରିମାଣ କମ୍‌ ଥାଏ । ଯାହାକୁ ଡାଇବେଟିସ୍‌ ରୋଗୀମାନେ ମଧ୍ୟ ଖାଇପାରିବେ, ଏଥିରେ କୌଣସି ଅସୁବିଧା ହୁଏ ନାହିଁ । ଏହାସହ ଏହାର ଟେଷ୍ଟ ମଧ୍ୟ ବହୁତ ଭଲ ହୋଇଥାଏ । ଯାହାକୁ ଛୋଟ ଛୁଆ ଠାରୁ ଆରମ୍ଭ କରି ବଡ ଲୋକମାନେ ମଧ୍ୟ ଖାଇଥାନ୍ତି । ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଏନର୍ଜି ଲେବୁଲ ବଢ଼ିଥାଏ ।

    ଓଜନକୁ କମ୍‌ କରେ ‘କନ୍ଦମୂଳ’ : ଓଜନ କମ କରିବାରେ ସାହାଯ୍ୟ କରିଥାଏ କନ୍ଦମୂଳ । ଆପଣ ଏହାକୁ ଡାଏଟରେ ମଧ୍ୟ ସାମିଲ୍‌ କରିପାରିବେ । କନ୍ଦମୂଳ ଖାଇବା ଦ୍ୱାରା ଇମ୍ୟୁନିଟି ମଜବୁତ୍‌ ରହିଥାଏ । ଏଥିରୁ ମିଳୁଥିବା ଭିଟାମିନ୍‌ ସି’ ଏବଂ ଇ’ ଆପଣଙ୍କ ତ୍ୱଚାକୁ ସୁନ୍ଦର ରଖିବାରେ ସାହାଯ୍ୟ କରିଥାଏ । ଏହା ସହ ଏଥିରେ ମିଠାର ପରିମାଣ କମ୍‌ ଥିବାରୁ ଓଜନ କମ୍‌ ହୋଇଯାଇଥାଏ । ତେଣୁ ଆପଣ ଯଦି ସୁସ୍ଥ ରହିବାକୁ ଚାହୁଁଛନ୍ତି, ତେବେ ପ୍ରତ୍ୟେକ ଦିନ ଗୋଟିଏ କନ୍ଦମୂଳ ଖାଇବା ନିହାତି ଆବଶ୍ୟକ । ଯାହା ଫଳରେ ଆପଣ ସୁସ୍ଥ ରହିବେ ଏବଂ କୌଣସି ପ୍ରକାରର ସ୍ବାସ୍ଥ୍ୟ ସମସ୍ୟା ହେବ ନାହିଁ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    13.8 ° C
    13.8 °
    13.8 °
    35 %
    1.2kmh
    5 %
    Mon
    27 °
    Tue
    28 °
    Wed
    28 °
    Thu
    29 °
    Fri
    28 °

    ସମ୍ବନ୍ଧିତ