Sunday, October 11, 2026
22.8 C
Odisha

    ଏସ୍‌ଆଇ ନିଯୁକ୍ତିରେ ଜାଲିଆତି ଘଟଣା: ବିହାରର ଅମିତକୁ ଗିରଫ କଲା ସିବିଆଇ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ପୁଲିସ ସବ୍‌ ଇନ୍ସପେକ୍ଟର (ଏସ୍ଆଇ) ପରୀକ୍ଷା ଜାଲିଆତି ଘଟଣାରେ ସିବିଆଇକୁ ଆଉ ଏକ ସଫଳତା ମିଳିଛି। ଏହି ମାମଲାରେ ସମ୍ପୃକ୍ତ ଅଭିଯୋଗରେ ବିହାରର ଅମିତ୍‌ ଭାରତୀକୁ ଗିରଫ କରାଯାଇଛି। ଶଙ୍କର ପୃଷ୍ଟିକୁ ଜେରା ପରେ ଅମିତ୍‌ର ସମ୍ପୃକ୍ତି ସାମ୍ନାକୁ ଆସିଛି। ପୂର୍ବରୁ ନୀତିଶ କୁମାର ଓ ସୋମବାର ଅମିତ୍‌କୁ ଗିରଫ ପରେ ବିହାରକୁ ଏହି ଅନିୟମିତତାର ଚେର ଲମ୍ବିଥିବା ସ୍ପଷ୍ଟ ହୋଇଛି। ଅମିତ୍‌ର ଭୂମିକାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ତଦନ୍ତକାରୀ ଦଳ। ଆନ୍ତଃରାଜ୍ୟ ଲିଙ୍କ୍ ଉନ୍ମୋଚନ ପାଇଁ ତଦନ୍ତକୁ ଜୋରଦାର କରୁଛି ସିବିଆଇ। ଏଥିସହ ୧୦୦୦ କୋଟି ଟଙ୍କାର ଡିଲ୍‌ ସମ୍ପର୍କରେ ସମସ୍ତ ତଥ୍ୟ ସିବିଆଇକୁ ଦେଇ ସାରିଥିବା ଶଙ୍କର କହିଛି।

    ମୁଖ୍ୟ କାର୍ପଟଦାର ଶଙ୍କର, ସୁରେଶ ନାୟକ ଓ ସାଗର ଗୌଡ଼ର ୪ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି। ସେମାନଙ୍କୁ ସ୍ବତନ୍ତ୍ର ସିବିଆଇଙ୍କ ଅଦାଲତରେ ହାଜର କରାଯାଇ ଝାରପଡ଼ା କାରାଗାରକୁ ପଠାଇ ଦିଆଯାଇଛି। ଏହି ୩ ଦଲାଲଙ୍କ ଜେରା ପରେ ନୂଆ ସୁରାକ ମିଳିବା ସହ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ସାମ୍ନାକୁ ଆସୁଛି। ସେହି ଆଧାରରେ ସନ୍ଦେହଘେରରେ ଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ସମନ କରାଯାଇଛି। ସମ୍ପୃକ୍ତ ଅଧିକାରୀଙ୍କୁ ଜେରା ହୋଇ ପକ୍ଷ ରଖିବାକୁ କୁହାଯାଇଛି। ସେପଟେ କାରାଗାରରେ ଥିବା ମୁଖ୍ୟ ଦଲାଲ ମୁନା ମହାନ୍ତିକୁ ସୋମବାର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଫୁସ୍‌ଫୁସ୍‌ ରୋଗ‌େ‌ର ପୀଡ଼ିତ ଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.8 ° C
    22.8 °
    22.8 °
    82 %
    0.9kmh
    0 %
    Sat
    22 °
    Sun
    30 °
    Mon
    29 °
    Tue
    30 °
    Wed
    30 °

    ସମ୍ବନ୍ଧିତ