Wednesday, January 14, 2026
12 C
Odisha

    ଶୀତଦିନେ ଖାଆନ୍ତୁ ଗୁଡ଼, ଅନେକ ସ୍ବାସ୍ଥ୍ୟଗତ ସମସ୍ୟାରୁ ଦେବ ମୁକ୍ତି

    ଆଗକୁ ପଢନ୍ତୁ

    ଶୀତଦିନ ଆରମ୍ଭ ହେବା ସହିତ ଥଣ୍ଡା, ସର୍ଦ୍ଦି ଭଳି ସ୍ବାସ୍ଥ୍ୟଗତ ସମସ୍ୟା ଦେଖିବାକୁ ମିଳିଥାଏ । ସୁସ୍ଥ ରହିବାକୁ ହେଲେ ଦୈନନ୍ଦୀନ ଜୀବନରେ ପରିବର୍ତ୍ତନ ଆଣିବା ଜରୁରୀ । ଶୀତ ଦିନେ ଟିକିଏ ଅସାବଧାନତା ଯୋଗୁଁ ଆମ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖା ଦେଇଥାଏ । ଏମିତିରେ ବି ଶୀତଦିନେ ଅନେକ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଥାଏ । ତେଣୁ ଏପରି ପରିସ୍ଥିତିରେ ଖାଦ୍ୟ ଅଭ୍ୟାସରେ ଉନ୍ନତି ଆଣିବାକୁ ପଡିଥାଏ । ଯାହା ଆମ ସ୍ବାସ୍ଥ୍ୟକୁ ବଜାୟ ରଖେ ନାହିଁ ବରଂ ଅନେକ ରୋଗର ଆଶଙ୍କାକୁ ମଧ୍ୟ ହ୍ରାସ କରିଥାଏ । ଶୀତଦିନେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବାର ଉପାୟ ହେଉଛି ଗୁଡ଼ । ଯାହା ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାଆନ୍ତି ।

    ସାଧାରଣତଃ ଗୁଡ଼ ଖାଇବା ଆମ ସ୍ୱାସ୍ଥ୍ୟ ଏବଂ ହଜମ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । କିନ୍ତୁ ଖାସ୍ କରି ଶୀତ ଦିନ ପାଇଁ ଗୁଡ଼ ଖାଇବା ବେଷ୍ଟ ହୋଇଥାଏ । ଶୀତଦିନେ ପ୍ରତିଦିନ ଗୁଡ଼ ଖାଇବା ଦ୍ବାରା ଆପଣଙ୍କୁ ଥଣ୍ଡା, କାଶ ଠାରୁ ରକ୍ଷା କରିଥାଏ । ତେବେ ଆସନ୍ତୁ ଗୁଡ଼ ଖାଇବାର ଲାଭ ସମ୍ପର୍କରେ ଜାଣିବା ।

    ଥଣ୍ଡାରୁ ରକ୍ଷା କରେ : ଶୀତଦିନେ ସମସ୍ତଙ୍କୁ ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ଶୀତଦିନେ ନିୟମିତ ଗୁଡ଼ ଖାଇବା ଦ୍ୱାରା ଆପଣଙ୍କୁ ଥଣ୍ଡାରୁ ରକ୍ଷା କରାଯାଇପାରିବ । ଗୁଡ଼ ଖାଇବା ଆମ ଶରୀର ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ । ଗୁଡ଼ ଖାଇବା ଦ୍ୱାରା ଥଣ୍ଡା ଏବଂ ଫ୍ଲୁ ଉଭୟରୁ ମୁକ୍ତି ମିଳିପାରିବ। ପ୍ରାଥମିକ ଚିକିତ୍ସା ଭାବରେ ଗୁଡ଼ ଖାଇବା ଲାଭଦାୟକ ସାବ୍ୟସ୍ତ ହୋଇପାରେ ।

    ଶ୍ବାସକ୍ରିୟାରେ ଉନ୍ନତି ଆଣେ : ଶୀତଦିନେ ଅଧିକାଂଶ ଲୋକମାନେ ଶ୍ବାସକ୍ରିୟା ନେବାରେ ଅସୁବିଧା ହୋଇଥାଏ । ନାକ ବନ୍ଦ ହେବା ଦ୍ବାରା ଏହା ସହ୍ୟ କରିବା କଷ୍ଟକର ହୋଇପଡ଼େ । ଏହି ଦିନରେ ଗୁଡ଼ ଖାଇବା ଦ୍ବାରା ଶ୍ବାସକ୍ରିୟାରେ ଯଥେଷ୍ଟ ଉନ୍ନତି ଆଣେ ।  ତେଣୁ ଗୁଡ଼ ଖାଇବାର ଅଭ୍ୟାସ କରନ୍ତୁ ।

    ରକ୍ତଚାପ ନିୟନ୍ତ୍ରଣ କରେ : ଉଚ୍ଚ ରକ୍ତଚାପ ରୋଗୀମାନେ ଶୀତଦିନେ ଗୁଡ଼ ଖାଇବା ନିହାତି ଜରୁରୀ । ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଗୁଡ଼ ଫଳପ୍ରଦ ହୋଇଥାଏ । ଏଥିରେ ଥିବା ସୋଡିୟମ୍ ଏବଂ ପୋଟାସିୟମ୍ ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । କେବଳ ଉଚ୍ଚ ରକ୍ତଚାପ ରୋଗୀ ନୁହେଁ ହାର୍ଟ ଜନିତ ସମସ୍ୟାରେ ଥିବା ବ୍ୟକ୍ତିମାନେ ମଧ୍ୟ ଗୁଡ଼ ଖାଇପାରିବେ । ସେଥିପାଇଁ ଅଧିକାଂଶ ସମୟରେ ହାର୍ଟ ଜନିତ ସମସ୍ୟାରେ ପୀଡିତ ଥିବା ରୋଗୀଙ୍କୁ ମଧ୍ୟ ଗୁଡ଼ ଖାଇବାକୁ ଡ଼ାକ୍ତର ପରାମର୍ଶ ଦେଇଥାଆନ୍ତି ।

    ଆଣ୍ଠୁ, ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦିଏ : ଗଣ୍ଠି ଯନ୍ତ୍ରଣାରେ ପୀଡିତ ଥିବା ଲୋକମାନଙ୍କର କଷ୍ଟ  ଶୀତଦିନେ ଆହୁରି ବଢ଼ିଯାଇଥାଏ । ଗୁଡର ଆନାଲ୍ଜେସିକ୍ ଗୁଣ ଯୋଗୁଁ ଏହା ଲାଭଦାୟକ ବୋଲି ପ୍ରମାଣିତ ହୋଇଛି । ଶୀତଦିନ ଯନ୍ତ୍ରଣାରେ ପୀଡିତ ଥିବା ବ୍ୟକ୍ତି ଏବଂ ସାଧାରଣ ଲୋକ ଉଭୟ ଯଦି ଏହାକୁ ସେବନ କରନ୍ତି, ତେବେ ଏହା ହାଡ଼ ଏବଂ ଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେଇପାରିବ । ଏତିକି ନୁହେଁ ଗୁଡ଼ ଖାଇବା ହଜମ ପ୍ରକ୍ରିୟାରେ ଖୁବ୍ ଉନ୍ନତି ଆଣେ । ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ବୋଲି ବିବେଚନା କରାଯାଏ । ଖାଦ୍ୟ ଖାଇବା ପରେ ଟିକେ ଗୁଡ଼ ଖାଇବା ଆପଣଙ୍କ ହଜମକୁ ଆହୁରି ଭଲ କରିଦେଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    12 ° C
    12 °
    12 °
    54 %
    1.5kmh
    9 %
    Wed
    27 °
    Thu
    28 °
    Fri
    29 °
    Sat
    30 °
    Sun
    31 °

    ସମ୍ବନ୍ଧିତ