Saturday, April 4, 2026
28.2 C
Odisha

    ଶୀତଦିନେ ଗୋଇଠି ଫାଟିଲେ ଆପଣାନ୍ତୁ ଏହିସବୁ ଘରୋଇ ଉପାୟ

    ଆଗକୁ ପଢନ୍ତୁ

    ମହିଳା ହୁଅନ୍ତୁ କିମ୍ବା ପୁରୁଷ ସମସ୍ତେ ନିଜ ଚେହେରା ପ୍ରତି ଯଥେଷ୍ଟ ଧ୍ୟାନ ଦେଇଥାନ୍ତି। କିନ୍ତୁ ପାଦ ପ୍ରତି ସମସ୍ତେ ଅଣଦେଖା କରିଥାନ୍ତି। ପାଦ ତଥା ଗୋଇଠି ଫାଟିବା ସମସ୍ୟା ସମସ୍ତଙ୍କ ମଧ୍ୟରେ ଦେଖାଯାଏ। କିନ୍ତୁ ଏହାପ୍ରତି ଅବହେଳା ହେଉଥିବା କାରଣରୁ ଅନେକ ସମସ୍ୟା ଦେଖାଯାଏ। କାମ କରିବା ସହ ଠିଆ ହେବାରେ ମଧ୍ୟ ସମସ୍ୟା ହୋଇଥାଏ। ଏପରି ଭାବେ ଅନେକ ଯନ୍ତ୍ରଣା ଅନୁଭବ ହୁଏ।

    ଫାଟିଯାଇଥିବା ଗୋଇଠି ପାଇଁ ଘରୋଇ ଉପଚାର :

    କଦଳୀ : ଭିଟାମିନ୍ A, B 6 ଏବଂ C କଦଳୀରେ ମିଳିଥାଏ। ଏହାର ଅର୍ଥ କଦଳୀ ହେଉଛି ଏକ ପ୍ରାକୃତିକ ଜିନିଷ ଯାହା ପାଦକୁ ଶୁଷ୍କ ହେବାକୁ ରୋକିଥାଏ। ଏଭଳି ପରିସ୍ଥିତିରେ ୨ ଟି ପାଚିଲା କଦଳୀକୁ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ପାଦର ଫାଟି ଥିବା ସ୍ଥାନରେ ଲଗାନ୍ତୁ। ଏହାକୁ ୨୦ ମିନିଟ୍ ପାଇଁ ଛାଡି ଦିଅନ୍ତୁ ଏବଂ ତା’ପରେ ପାଦକୁ ପାଣିରେ ଧୋଇ ଦିଅନ୍ତୁ।

    ମହୁ : ମହୁ ହେଉଛି ଏକ ପ୍ରାକୃତିକ ଆଣ୍ଟିସେପ୍ଟିକ୍ ଯାହା ଫାଟିଯାଇଥିବା ଗୋଇଠିକୁ ଭଲ କରିବାରେ ସାହାଯ୍ୟ କରେ। ଏହା ମଧ୍ୟ ଚର୍ମକୁ ଶୁଷ୍କ ହେବାକୁ ରୋକିଥାଏ। ଏକ କପ୍ ଗରମ ପାଣିରେ ଏକ କପ୍ ମହୁ ମିଶାନ୍ତୁ। ସେହି ପାଣିରେ ପାଦକୁ ସଫା କରନ୍ତୁ ଏବଂ ୨୦ ମିନିଟ୍ ପାଇଁ ଧୀରେ ଧୀରେ ମାଲିସ୍ କରନ୍ତୁ। କିଛି ସପ୍ତାହ ଶୋଇବା ପୂର୍ବରୁ ଏହା ନିୟମିତ କରନ୍ତୁ, ଦେଖିବେ କିଛି ଦିନ ମଧ୍ୟରେ ଆପଣଙ୍କ ପାଦ ସମସ୍ୟା ଦୂର ହୋଇଯିବ।

    ଭେସଲିନ୍ ଏବଂ ଲେମ୍ବୁ ରସ : ଲେମ୍ବୁ ଏବଂ ଭେସଲିନ୍ ଫାଟିଯାଇଥିବା ପାଦକୁ ସହଜରେ ଭଲ କରିଥାଏ। ପାଦକୁ ଉଷୁମ ପାଣିରେ ପ୍ରାୟ ୧୫ ମିନିଟ୍ ବୁଡାଇ ରଖନ୍ତୁ। ଏହା ପରେ ୧ ଚାମଚ ଭେସଲିନ୍ ଏବଂ ଅଳ୍ପ ବୁନ୍ଦା ଲେମ୍ବୁ ରସ ମିଶାନ୍ତୁ। ଏହି ମିଶ୍ରଣକୁ ଆପଣ ଗୋଇଠି ଏବଂ ପାଦର ଅନ୍ୟ ଅଂଶରେ ଭଲ ଭାବରେ ଲଗାନ୍ତୁ। ଏହି ରସକୁ ପାଦରେ ରାତି ସାରା ଲଗେଇ ରଖନ୍ତୁ ଏବଂ ସକାଳେ ଧୋଇ ଦିଅନ୍ତୁ। ଶୋଇବା ପୂର୍ବରୁ ନିୟମିତ ଏହାକୁ କରନ୍ତୁ।

    ଚାଉଳ ଚୁନା, ମହୁ ଏବଂ ଭିନେଗାର : ୨ ଚାମଚ ଚାଉଳ ଚୁନା, ୧ ଚାମଚ ମହୁ ଏବଂ ୫ ରୁ ୬ ବୁନ୍ଦା ଭିନେଗାର ମିଶାନ୍ତୁ। ତେବେ ସମସ୍ତ ଉପାଦାନକୁ ମିଶ୍ରଣ କରି ଏକ ପେଷ୍ଟ ତିଆରି କରି ଏକ ସ୍କ୍ରବ୍ ପ୍ରସ୍ତୁତ କରନ୍ତୁ। ୧୦ ମିନିଟ୍ ପାଇଁ ପାଦକୁ ଉଷୁମ ପାଣିରେ ବୁଡାଇ ରଖନ୍ତୁ, ଏବଂ ତା’ପରେ ଏହି ମିଶ୍ରଣକୁ ସ୍କିନର ବାହାର ଅଂଶରେ ଧୀରେ ଧୀରେ ସ୍କ୍ରବ୍ କରନ୍ତୁ। ଏପରି ଭାବେ ସପ୍ତାହରେ ୨ ରୁ ୩ ଥର କରନ୍ତୁ। ତେବେ ଯେଉଁମାନଙ୍କର ପାଦରେ ଏପରି ସମସ୍ୟା ହେଉଛି, ସେମାନେ ଏହି ସବୁ ଘରୋଇ ଉପଚାର ବ୍ୟବହାର କରିପାରିବେ। ଏହି ସବୁ ଘରୋଇ ଉପାୟ ସାହାଯ୍ୟରେ ଆପଣ ଗୋଇଠି ଫାଟିବା ସମସ୍ୟାରୁ ମୁକ୍ତି ପାଇ ପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.2 ° C
    28.2 °
    28.2 °
    36 %
    1.9kmh
    93 %
    Fri
    29 °
    Sat
    38 °
    Sun
    37 °
    Mon
    38 °
    Tue
    38 °

    ସମ୍ବନ୍ଧିତ