Monday, November 9, 2026
25.6 C
Odisha

    ଆର୍ଥିକ ସମସ୍ୟାକୁ ଦୂରକରେ ଦର୍ପଣ

    ଆଗକୁ ପଢନ୍ତୁ

    ଦର୍ପଣ ଆମର ଦୈନନ୍ଦିନ ଜୀବନରେ କାମରେ ଲାଗୁଥିବା ଏକ ମହତ୍ତ୍ୱପୂର୍ଣ୍ଣ ବସ୍ତୁ ଅଟେ। ବାସ୍ତୁଶାସ୍ତ୍ର ଅନୁସାରେ, ଦର୍ପଣ ଘରେ ସକାରାତ୍ମକ ଶକ୍ତିକୁ ବୃଦ୍ଧି କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରିଥାଏ। ଦର୍ପଣର ଏପରି କିଛି ଲାଭ ମଧ୍ୟ ରହିଛି, ଯାହା ଦ୍ୱାରା ଜଣେ ନିଜ ଘରେ ଧନ, ପ୍ରସନ୍ନତା ତଥା ଖୁସିକୁ ବୃଦ୍ଧି କରିପାରିବେ। ଏଥିପାଇଁ ବାସ୍ତୁ ଶାସ୍ତ୍ରରେ ଏହାର ଠିକ୍‌ ଭୁଲ୍ ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଛି। ଭୁଲ୍ ଦିଗ କିମ୍ବା ଭୁଲ୍ ଆକୃତିର ଦର୍ପଣ ଅସୁବିଧାର କାରଣ ହୋଇପାରେ। ତେବେ ଆସନ୍ତୁ ଜାଣିବା, ଦର୍ପଣ ଦ୍ବାରା କିପରି ଦୂର କରି ହେବ ଆର୍ଥିକ ସମସ୍ୟା

    ଯେଉଁମାନେ ଧାରକରଜ ମଧ୍ୟରେ ଛନ୍ଦି ହୋଇ ରହୁଛନ୍ତି, ସେମାନେ ଡାଇନିଂ ଟେବୁଲ୍‌ ସାମ୍ନାରେ ଦର୍ପଣ ଲଗାଇବା ଉଚିତ। ତେବେ ଦର୍ପଣକୁ ଏପରି ଲଗାଇବା ଉଚିତ ଯେଉଁଥିରେ ଡାଇନିଂ ଟେବୁଲ୍‌ ସଂପୂର୍ଣ୍ଣ ଭାବେ ଦେଖାଯାଉଥିବ। ଏପରି କରିବା ଦ୍ବାରା ଜୀବନ ଧନଧାନ୍ୟରେ ପୂରିଉଠେ ବୋଲି କୁହାଯାଏ।

    ବାସ୍ତୁ ଅନୁସାରେ ଘରର ମୁଖ୍ୟଦ୍ବାର ସମ୍ମୁଖରେ ଦର୍ପଣ ରଖିବା ଅନୁଚିତ। ଏହାଦ୍ବାରା ପରିବାର ସଦସ୍ୟଙ୍କ ମଧ୍ୟରେ ସମସ୍ୟା ବଢ଼ିଥାଏ।

    ଘରର ଉତ୍ତର- ପୂର୍ବ ଦିଗରେ ଥିବା କାନ୍ଥରେ ଦର୍ପଣ ଲଗାଇବା ଉଚିତ। ଯେଉଁମାନଙ୍କ ବ୍ୟବସାୟରେ କ୍ଷତି ହେଉଛି, ସେମାନେ ଏହି ଦିଗରେ ଦର୍ପଣ ଲଗାଇବା ଉଚିତ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.6 ° C
    25.6 °
    25.6 °
    55 %
    1.4kmh
    0 %
    Mon
    26 °
    Tue
    26 °
    Wed
    26 °
    Thu
    25 °
    Fri
    26 °

    ସମ୍ବନ୍ଧିତ