ଶୀତଦିନ ଆସିବା ମାତ୍ରେ ସାଧାରଣତଃ ଆମ ତ୍ୱଚା ଶୁଷ୍କ ହୋଇଯାଏ । କାରଣ ଥଣ୍ଡା ପବନ ତ୍ୱଚାର ମଶ୍ଚରାଇଜ ଗୁଣକୁ ଖରାପ କରି ଦେଇଥାଏ । ଯାହାଦ୍ୱାରା ତ୍ୱଚା ଶୁଷ୍କ ଏବଂ ରୁକ୍ଷ ହୋଇଯାଏ । ଏହି ଋତୁରେ ମିଳୁଥିବା ଫଳ ଏବଂ ପନିପରିବା ଆମ ଚର୍ମ ଏବଂ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ହୋଇଛି । ତେଣୁ ଯଦି ଆପଣ ନିଜର ସ୍କିନରେ ଗ୍ଲୋ ଆଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଆମେ ଏକ ସହଜ ଉପାୟ ବତାଇବୁ । ଏପରି କିଛି ଡ୍ରିଙ୍ଗସ ରହିଛି ଯାହା ଆମ ସ୍ବାସ୍ଥ୍ୟ ଏବଂ ସ୍କିନ୍ ଉଭୟ ପାଇଁ ଫଳପ୍ରଦ ହୋଇଥାଏ । ଆମେ ଆପଣଙ୍କୁ ଏପରି ହେଲ୍ଦି ଡ୍ରିଂକ୍ସ ବିଷୟରେ କହିବୁ ଯାହା ଆପଣଙ୍କ ସ୍ୱାସ୍ଥ୍ୟ ତଥା ତ୍ୱଚା ପାଇଁ ଖୁବ ଲାଭଦାୟକ ହେବ । ପ୍ରତିଦିନ ଏହାକୁ ପିଇଲେ ଆପଣଙ୍କ ତ୍ୱଚାରେ ନ୍ୟାଚୁରାଲ ଗ୍ଲୋ ଆସିବ । ତେବେ ଆସନ୍ତୁ ଏହି ସବୁ ଜୁସ ବିଷୟରେ ଜାଣିବା ।
ବିଟରୁଟ ଜୁସ୍:
ବିଟ୍ ଶୀତଦିନେ ଆସୁଥିବା ହେଲ୍ଦି ପନିପରିବା ମଧ୍ୟରେ ଅନ୍ୟତମ । ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ମଧ୍ୟ ଏହାର ଅନେକ ଲାଭ ମଧ୍ୟ ରହିଛି । ଏହି ଜୁସ ବ୍ଲଡ ପ୍ରେସର କମ କରିବା ସହିତ ଷ୍ଟାମିନା ଏବଂ ମସଲ୍ସ ମାସ ମଧ୍ୟ ବଢ଼ାଇଥାଏ । ଏହା ବ୍ୟତୀତ ଏହି ଜୁସ ଆପଣଙ୍କ ଓଜନକୁ ନିୟନ୍ତ୍ରଣରେ ରଖିବ। ଏହା ତ୍ୱଚାକୁ ପ୍ରାକୃତିକ ଭାବରେ ଚମକାଇଥାଏ ଏବଂ ପ୍ରତିଦିନ ଏହାର ରସ ପିଇବା ଦ୍ୱାରା ତ୍ୱଚାର ରଙ୍ଗ ମଧ୍ୟ ଉନ୍ନତ ହୋଇଥାଏ ।
ଗାଜର ଜୁସ୍:
ଗାଜର ମଧ୍ୟ ଏକ ହେଲ୍ଦି ଶୀତକାଳୀନ ପରିବା, ପ୍ରତିଦିନ ଏହାର ରସ ପିଇବା ଦ୍ୱାରା ତ୍ୱଚା ପ୍ରାକୃତିକ ଭାବରେ ସୁସ୍ଥ ରହିଥାଏ । ଗାଜରରେ ଆଣ୍ଟିଅକ୍ସିଡାଣ୍ଟ, ଭିଟାମିନ୍ ସି ଏବଂ ବିଟା-କାରୋଟିନ୍ ଭରପୂର ମାତ୍ରାରେ ଥାଏ ଏବଂ ଆପଣମାନେ ତ ଜାଣିଥିବେ ଭିଟାମିନ୍ ସି ଆମ ତ୍ୱଚା ପାଇଁ କେତେ ଲାଭଦାୟକ । ଏହା ଆମ ତ୍ୱଚାରେ ନ୍ୟାଚୁରାଲ ଗ୍ଲୋ ଆଣିଥାଏ ଏବଂ ଚର୍ମକୁ ବାହ୍ୟ ଡ୍ୟାମେଜରୁ ମଧ୍ୟ ରକ୍ଷା କରିଥାଏ । ଏଥିସହ ଏହାର ଦୈନନ୍ଦିନ ବ୍ୟବହାର ହଜମ ପ୍ରକ୍ରିୟାକୁ ଉନ୍ନତ କରିଥାଏ ଏବଂ ଆପଣଙ୍କ ୱେଟ ମେଣ୍ଟେନ ରହିଥାଏ ।
କାକୁଡି ଜୁସ୍:
କାକୁଡି ପ୍ରତ୍ୟେକ ଋତୁରେ ଖୁବ୍ ସହଜରେ ମିଳିଯାଇଥାଏ । ଏଥିରେ ପ୍ରଚୁର ପରିମାଣର ଜଳ ରହିଛି । ଯାହା ଆପଣଙ୍କ ତ୍ୱଚାକୁ ହାଇଡ୍ରେଟ୍ କରିଥାଏ । ଏହାର ଜୁସ ପିଇବା ଦ୍ୱାରା ଏହା ତ୍ୱଚାର ଡ୍ରାଏନେସ ଦୂର କରିଥାଏ ଏବଂ ସ୍କିନରେ ଏକ୍ସଟ୍ରା ଅଏଲ ରହେନାହିଁ ଯାହା ଦ୍ୱାରା ପିମ୍ପଲ୍ସ ହୋଇନଥାଏ । ଏହା ପେଟ ମଧ୍ୟ ସଫା ରଖିଥାଏ ଏବଂ ସ୍କିନ ନ୍ୟାଚୁରାଲ ଭାବରେ ଗ୍ଲୋ କରେ ।
ପାଳଙ୍ଗ ଜୁସ୍:
ପାଳଙ୍ଗ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର । ଏହି ପରିବା ଆମ ତ୍ୱଚା ପାଇଁ ମଧ୍ୟ ବହୁତ ଲାଭଦାୟକ । ଏହାର ରସ ପିଇବା ଦ୍ୱାରା ସ୍କିନ ଡ୍ୟାମେଜ ହୁଏ ନାହିଁ, ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ରହିଥାଏ ଯାହା ଆମ ତ୍ୱଚାରେ ପ୍ରାକୃତିକ ଚମକ ଆଣିଥାଏ ।
ଟମାଟୋ ଜୁସ୍:
ଟମାଟୋରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ମିଳିଥାଏ । ଏଥିରେ ଥିବା ଭିଟାମିନ୍ ସି ଆମ ସ୍କିନ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ଦ୍ୱାରା ଆମ ତ୍ୱଚା ଡ୍ରାଏ ହୋଇନଥାଏ ଏବଂ ଏହା ଆମ ଚର୍ମକୁ ସୂର୍ଯ୍ୟର କ୍ଷତିକାରକ କିରଣରୁ ମଧ୍ୟ ରକ୍ଷା କରିଥାଏ । ଯାହାଦ୍ୱାରା ସ୍କିନ ନ୍ୟାଚୁରାଲ ଗ୍ଲୋ କରିଥାଏ ।
ପୁଦିନା ଏବଂ ଲେମ୍ବୁ ରସ :
ପୁଦିନା ଗ୍ୟାସ୍ ଏବଂ ଏସିଡିଟି ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ । ଲେମ୍ବୁ ଭିଟାମିନ୍ ସିର ଏକ ଉତ୍ସ ହୋଇଥିବାରୁ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରି ରକ୍ତକୁ ପରିଷ୍କାର କରିବାରେ ସାହାଯ୍ୟ କରେ । ଏହି ସବୁ ଜୁସ ଆମ ଶରୀର ପାଇଁ ବରଦାନ ସଦୃଶ ହୋଇଥାଏ ।

