Tuesday, December 2, 2025
18 C
Odisha

    ଶୀତଦିନେ ପିଅନ୍ତୁ ଗୋଲମରିଚ ପାଣି, ପେଟ ପାଇଁ ଲାଭଦାୟକ ଖୁବ ଏହି ପାନୀୟ

    ଆଗକୁ ପଢନ୍ତୁ

    ଗୋଲମରିଚକୁ ଆମେ ବିଭିନ୍ନ ଖାଦ୍ୟ ହେଉ ଅବା ଚା’ରେ ବ୍ୟବହାର କରିଥାଉ । ଏହାଦ୍ବାରା ଶରୀରକୁ ଅନେକ ପ୍ରକାର ଫାଇଦା ମିଳିଥାଏ । ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି ଇମ୍ଫ୍ଲୋମେଣ୍ଟାରୀ ଗୁଣ ସ୍କିନ ଏବଂ ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କେବଳ ଗୋଲମରିଚ ନୁହେଁ ଏହାର ପାଣି ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବରଦାନ ସାବ୍ୟସ୍ତ ହୋଇପାରେ ।

    ଗୋଲମରିଚ ପାଣି ପ୍ରସ୍ତୁତ କରିବା ପାଇଁ ଆପଣ ଏକ କପ୍ ପାଣିକୁ ଗରମ କରନ୍ତୁ । ଏଥିରେ ଟିକେ ଗୋଲମରିଚ ଗୁଣ୍ଡ ମିଶାନ୍ତୁ ଏବଂ ଏହାକୁ ଥରେ ଭଲ ଭାବରେ ଫୁଟାନ୍ତୁ ଏବଂ ଏହାକୁ ଛାଣି ପିଅନ୍ତୁ । ଆପଣ ଗୋଲମରିଚ ପାଣିର ସ୍ୱାଦ ବଢାଇବା ପାଇଁ ମହୁ କିମ୍ବା ଲେମ୍ବୁ ରସ ମଧ୍ୟ ବ୍ୟବହାର କରିପାରିବେ । ତେବେ ଆସନ୍ତୁ ଜାଣିବା ଗୋଲମରିଚ ପାଣି ପିଇବାର କିଛି ଆଶ୍ଚର୍ଯ୍ୟଜନକ ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ।

    ପେଟ ପାଇଁ ଲାଭଦାୟକ– ଗୋଲମରିଚ ପାଣି ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏସିଡ଼ିଟି ଭଳି ପେଟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏହି ପୋଷକ ତତ୍ତ୍ୱ ଭରପୂର ପାନୀୟ ମଧ୍ୟ ପିଇପାରିବେ । ଯଦି ଆପଣ ନିଜ ଶରୀରକୁ ଡିଟକ୍ସାଇଫାଏ କରିବାକୁ ଚାହୁଁଛନ୍ତି, ତେବେ ଆପଣ ଗୋଲମରିଚ ପାଣି ମଧ୍ୟ ପିଇବା ଆରମ୍ଭ କରିପାରିବେ ।

    ଥଣ୍ଡା ଓ କାଶ– ଶୀତ ଋତୁରେ ଥଣ୍ଡା, କାଶ ଓ ଜର ଭଳି ସମସ୍ୟା ବହୁତ ବଢ଼ିଯାଇଥାଏ । ଗୋଲମରିଚ ପାଣି ପିଇବା ଦ୍ୱାରା ଏଭଳି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ବହୁ ପରିମାଣରେ ମୁକ୍ତି ମିଳିଥାଏ । ଆସ୍ଥମା ଏବଂ ବ୍ରୋଙ୍କାଇଟିସ୍ ଭଳି ଗୁରୁତର ସମସ୍ୟାରେ ପୀଡିତ ରୋଗୀମାନଙ୍କୁ ମଧ୍ୟ ଗୋଲମରିଚ ପାଣି ପିଇବାକୁ ପରାମର୍ଶ ଦିଆଯାଇଛି । ଏହା ବ୍ୟତୀତ ଆପଣଙ୍କ ସୂଚନା ପାଇଁ କହିରଖୁଛୁ ଯେ ଗୋଲମରିଚ ପାଣିରେ ଥିବା ସମସ୍ତ ଔଷଧୀୟ ଗୁଣ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରିବାରେ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ ।

    କେତେବେଳେ ପିଇବା ଅଧିକ ଲାଭଦାୟକ- ପ୍ରାୟତଃ ସକାଳେ ଖାଲି ପେଟରେ ଗୋଲମରିଚ ପାଣି ପିଇବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦିଆଯାଏ । ଗୋଲମରିଚ ପାଣି ଆପଣଙ୍କ ସାମଗ୍ରିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ । ତଥାପି, ଭଲ ଫଳାଫଳ ପାଇବା ପାଇଁ, ଆପଣ ଏକ ସୀମା ମଧ୍ୟରେ ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଏହି ପାନୀୟକୁ ପିଇବା ଉଚିତ୍ । ନଚେତ୍ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ସକରାତ୍ମକ ପରିବର୍ତ୍ତେ ନକାରାତ୍ମକ ପ୍ରଭାବ ପକାଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    18 ° C
    18 °
    18 °
    70 %
    1.5kmh
    100 %
    Tue
    18 °
    Wed
    27 °
    Thu
    27 °
    Fri
    27 °
    Sat
    26 °

    ସମ୍ବନ୍ଧିତ