Tuesday, March 24, 2026
29.2 C
Odisha

    ଶୀତଦିନେ ପିଜୁଳି ଖାଇବାର ଫାଇଦା

    ଆଗକୁ ପଢନ୍ତୁ

    ନିୟମିତ ରୂପରେ ଫଳ ସେବନ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଡାକ୍ତର ମଧ୍ୟ ନିୟମିତ ଫଳ ଖାଇବା ପାଇଁ ପରାମର୍ଶ ଦିଅନ୍ତି ଏବଂ ପ୍ରତିଦିନ ସେଓ ଖାଇବା ପାଇଁ ମଧ୍ୟ କୁହାଯାଏ। ମାତ୍ର ହୁଏତ ସଭିଏଁ ଜାଣିନଥିବେ ଏପରି ଏକ ଫଳ ରହିଛି, ଯାହା ଶୀତଦିନେ ସେଓଠାରୁ ମଧ୍ୟ ଅଧିକ ଶରୀର ପାଇଁ ଲାଭଦାୟକ। ଫଳଟି ହେଉଛି ପିଜୁଳି। ଜାଣନ୍ତୁ ଶୀତଦିନେ ନିୟମିତ ପିଜୁଳି ଖାଇବା ଦ୍ୱାରା ଶରୀରକୁ କି କି ଲାଭ ମିଳିବ..

    ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଶୀତଦିନେ ପିଜୁଳି ଖାଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ଓ ମଜଭୁତ ରହିଥାଏ। ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଓ ଭିଟାମିନ୍‌ ସି ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି ଓ ମଜଭୁତ କରିବାରେ ସହାୟକ ହୋଇଥାଏ।

    ଶୀତଦିନେ ପିଜୁଳି ଖାଇବା ଦ୍ୱାରା କୋଲେଷ୍ଟେରୋଲ୍‌ ନିୟନ୍ତ୍ରଣ ହୋଇ ରହିଥାଏ। ଏଥିରେ ଥିବା ଫାଇବର ଖରାପ କୋଲେଷ୍ଟେରୋଲ୍‌କୁ ଶରୀରରୁ ବାହାର କରିବାରେ ସହାୟକ ହୋଇଥାଏ। ରକ୍ତରେ କୋଲେଷ୍ଟେରୋଲ୍‌ ସ୍ତରକୁ କମ୍‌ କରିଥାଏ। ଏହାସହ ପିଜୁଳିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଏଚଡିଏଲ୍‌ କୋଲେଷ୍ଟେରୋଲ୍‌ର ସ୍ତରକୁ ସଠିକ୍‌ ରଖିବାରେ ସହାୟକ ହୋଇଥାଏ।

    ଯେଉଁମାନଙ୍କର ଥଣ୍ଡାକାଶ ଜନିତ ସମସ୍ୟା ଲାଗି ରହୁଛି, ସେମାନେ ପିଜୁଳି ଖାଇବା ବେଶ ଉପକାରୀ। ଏହାସହ ଥଣ୍ଡା କାଶ ଜନିତ ସମସ୍ୟା ଦୂର ହୋଇଥାଏ।

    ଶୀତଦିନେ ଗୋଲାପି କିମ୍ବା ଲାଲ ପିଜୁଳି ତ୍ୱଚା ପାଇଁ ଲାଭଦାୟକ। ସୂର୍ଯ୍ୟଙ୍କ ଅତିବାଇଗଣୀ ରଶ୍ମିରୁ ତ୍ୱଚା ପାଇଁ ହେଉଥିବା ସମସ୍ୟାକୁ ଦୂର କରିଥାଏ। ଏଥିରେ ଭରପୁର ମାତ୍ରାରେ ଫାଇବର ଥିବା କାରଣରୁ ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ କରିଥାଏ।

    ଏହାସହ କେଶ ଝଡିବା ସମସ୍ୟାକୁ ଦୂର କରିବା ସହ କେଶ ମଜଭୁତ କରିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    24 %
    0.5kmh
    0 %
    Tue
    31 °
    Wed
    38 °
    Thu
    38 °
    Fri
    41 °
    Sat
    40 °

    ସମ୍ବନ୍ଧିତ