Sunday, January 11, 2026
27.1 C
Odisha

    ଶୀତଦିନେ ଫେସ୍ ଲାଲ୍ ପଡୁଛି କି ?, ଫଲୋ କରନ୍ତୁ ଏହି ଟିପ୍ସ

    ଆଗକୁ ପଢନ୍ତୁ

    ବର୍ତ୍ତମାନର ଶୀତ ଋତୁ ଚାଲିଛି । ଏହି ଋତୁଟି ପ୍ରାୟ ଅଧିକାଂଶ ଲୋକଙ୍କୁ ବହୁତ ଭଲ ଲାଗିଥାଏ । ଏହି ଋତୁଟି ଯେତିକି ଭଲ ସେତିକି ଖରାପ ମଧ୍ୟ ହୋଇଥାଏ । କାରଣ ଶୀତ ଋତୁରେ ଅଧିକ ଥଣ୍ଡା ହେବା କାରଣରୁ ଅନେକ ସମସ୍ୟା ସାମ୍ନାକୁ ଆସିଥାଏ । ଯେମିତିକି ଥଣ୍ଡା, କାଶ, ଛିଙ୍କ ଇତ୍ୟାଦି ହୋଇଥାଏ । ଏହା ସହ ଆହୁରି ବହୁତ କିଛି ସମସ୍ୟା ହୋଇଥାଏ । ଅଧିକାଂଶ ଲୋକ ଶୀତ ଋତୁ ଆସିଲେ ଭୟଭୀତ ହୋଇ ଯାଆନ୍ତି କାରଣ ଏହି ମସମସୟରେ ଆଣ୍ଠୁଗଣ୍ଠି ସମସ୍ୟା ଦେଖାଦେଇଥାଏ । ଏହାସହ ଅଧିକ ଶୀତ ହେବା କାରଣରୁ ମୁଁହରେ ଲାଲ୍ ଚିହ୍ନ ହୋଇଯାଇଥାଏ ଏବଂ ଫେସ୍ ଫୁଲି ରହିଥାଏ । ଯେଉଁଥିପାଇଁ ଫେସ୍ ବହୁତ ଖରାପ ଦେଖାଯାଇଥାଏ ।

    ଶୀତ ଦିନରେ ଏପରି ଅନେକ ସମସ୍ୟାକୁ ନେଇ ଲୋକେ ଚିନ୍ତାରେ ରହୁଛନ୍ତି । ଏହା ସହ ବହୁତ କିଛି ପ୍ରଡକ୍ଟ ବ୍ୟବହାର କରୁଛନ୍ତି ହେଲେ ବି କିଛି ପ୍ରଭାବ ପଡି ନଥାଏ । ଦିନ କୁ ଦିନ ଫେସ୍ ଆହୁରି ଖରାପ ହେବାକୁ ମଧ୍ୟ ଲାଗିଥାଏ ଏବଂ ଲାଲ୍ ଦାଗ ଛାଡି ନଥାଏ । ଯେଉଁଥି ପାଇଁ ଲୋକେ ବହୁତ ଅସ୍ତବ୍ୟସ୍ତ ହୋଇପଡନ୍ତି । ଏପରି ସ୍ଥଳରେ ଆପଣଙ୍କୁ କହିବୁ ଯେ ଏହି ଋରୁରେ ଫେସରେ କିପରି ଯତ୍ନ ନେବେ ଏବଂ ଆପଣଙ୍କ ମୁଁହରେ ହେଉଥିବା ସମସ୍ତ ସମସ୍ୟା ଦୂର ହେବ । ତେବେ ଆସନ୍ତୁ ଜାଣିବା ଆପଣଙ୍କୁ କ’ଣ କରିବା ଉଚିତ ?

    ରାତିରେ ଶୋଇବା ପୂର୍ବରୁ ଏହି ନିୟମ ପାଳନ କରନ୍ତୁ :

    ୧. ଉଷୁମ ପାଣିରେ ଫେସକୁ ଧୋଇ ଦିଅନ୍ତୁ : ଯଦି ଆପଣଙ୍କର ଫେସ୍ ଲାଲ୍ ହୋଇଯାଉଛି ଏବଂ ଅଧିକ ଶୀତ କାରଣରୁ ପୁଲି ଯାଉଛି, ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଉଷୁମ ପାଣିରେ ମୁହଁ ଧୋଇବା ନିହାତି ଆବଶ୍ୟକ ହୋଇଥାଏ । ଏହା କରିବା ଦ୍ୱାରା ଫେସରେ ହେଉଥିବା ଲାଲ୍ ରଙ୍ଗ କମିଯାଏ । ତେଣୁ ଆପଣ ଉଷୁମ ପାଣି ଆଣି ସେଥିରେ ଅଳ୍ପ ଥଣ୍ଡା ପାଣି ମିଶାଇ ଫେସକୁ ଭଲ ଭାବରେ ଧୋଇ ଦିଅନ୍ତୁ, ଦେଖିବେ ଆପଣଙ୍କ ସମସ୍ୟା ଦୂର ହେବ ।

    ୨. ଆଲୋବେରା ଜେଲ୍ ଲଗାନ୍ତୁ : ଫେସର ସମସ୍ତ ସମସ୍ୟାକୁ ଦୂର କରିବ ଆଲୋବେରା ଜେଲ୍ । କାରଣ ଆଲୋବେରା ଜେଲରେ ରହିଛି ଆଣ୍ଟି-ଇନଫ୍ଲାମେଟୋରୀ, ଯାହା ଫେସର ଲାଲ୍ ରଙ୍ଗ ଛଡାଇବା ସହ ଫେସ ଫୁଲିବା ଭଳି ସମସ୍ୟାକୁ ଦୂର କରିବ । ଏହା ସହ ଆପଣଙ୍କର ତ୍ୱଚାରେ ମଧ୍ୟ ଚମକ ଆଣିବାର ପ୍ରଭାବଶାଳୀ ହେବ । ତେଣୁ ଶୀତ ଦିନେ ଫେସ୍ ଲାଲ୍ ପଡିବା ଏବଂ ଫୁଲିବା ଭଳି ସମସ୍ୟାକୁ ନେଇ ଚିନ୍ତା କରନ୍ତୁ ନାହିଁ, କେବଳ ଏହି ଦୁଇଟି ଟିପ୍ସକୁ ଗ୍ରହଣ କରନ୍ତୁ । ଦେଖିବେ ଆପଣଙ୍କ ସମସ୍ୟା ବହୁତ ଶୀଘ୍ର ଦୂର ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.1 ° C
    27.1 °
    27.1 °
    14 %
    2.7kmh
    2 %
    Sun
    25 °
    Mon
    28 °
    Tue
    28 °
    Wed
    29 °
    Thu
    30 °

    ସମ୍ବନ୍ଧିତ