Wednesday, December 24, 2025
26.8 C
Odisha

    ଶୀତଦିନ ପାଇଁ ଲାଭକାରୀ ଅଁଳା, ଚୁଟକିରେ ଗାଏବ କରେ ଅନେକ ସମସ୍ୟା

    ଆଗକୁ ପଢନ୍ତୁ

    ସାଧାରଣତଃ ସମସ୍ତେ ସୁସ୍ଥ ରହିବାକୁ ଚାହିଁଥାନ୍ତି । ସମୟ ପରିବର୍ତ୍ତନ ହେବା ସହିତ ମଣିଷମାନେ ମଧ୍ୟ ସେମାନଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାରେ ଲାଗିପଡିଛନ୍ତି । ତେଣୁ ବ୍ୟସ୍ତବହୁଳ ଜୀବନରୁ କିଛି ସମୟ କାଢି ବିଭିନ୍ନ ଜିନିଷକୁ ଆପଣାଇ ଥାଆନ୍ତି । ଏମିତି କିଛି ଜିନିଷ ରହିଛି ଯାହା ଔଷଧୀୟ ଗୁଣରେ ଭରପୂର । ଯାହାକୁ ଆୟୁର୍ବେଦ ଅନୁସାରେ ମହୋଷଧି ବୋଲି ବିବେଚନା କରାଯାଏ । ଯାହା ସହଜରେ ଅନେକ ସମସ୍ୟାରୁ ଛୁଟକାରା ଦେଇଥାଏ । ସେହି ସବୁ ମଧ୍ୟରୁ ଅଁଳା ଅନ୍ୟତମ ।

    ଅଁଳା ଅନେକ ଔଷଧୀୟ ଗୁଣରେ ଭରପୂର । ଯାହା ଅନେକ ସ୍ବାସ୍ଥ୍ୟଗତ ସମସ୍ୟାର ଚିନ୍ତାରୁ ମୁକ୍ତି ଦେଇଥାଏ । ଖାସ୍ କରି ଏହା ଡାଇବେଟିସ୍ ରୋଗୀଙ୍କ ପାଇଁ ବେଷ୍ଟ ହୋଇଥାଏ । ଯାହା ଖାଇବା ଦ୍ବାରା ଆଶ୍ଚର୍ଯ୍ୟଜନକ ଫଳାଫଳ ପ୍ରଦାନ କରିଥାଏ । ଏହାକୁ ଲଗାତାର ପିଇବା ଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିଥାଏ ।

    ଅଁଳାରେ ଆଣ୍ଟି-ହାଇପରଲିପିଡେମିଆ, ଆଣ୍ଟିଡାଇବେଟିକ, ଆଣ୍ଟିକ୍ୟାନ୍ସର ଏବଂ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି । ଆୟୁର୍ବେଦ ଅନୁଯାୟୀ ଅଁଳା ଜୁସ୍ ପିଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଭଲ ହୋଇପାରିବ । ଏହି ସୁପରଫୁଡ୍ ଅଁଳା ଜୁସର ଉପକାରିତା ବିଷୟରେ ଜାଣିବା ପରେ, ଆପଣମାନେ ମଧ୍ୟ ଏହାକୁ ନିଶ୍ଚୟ ଆପଣଙ୍କର ଦୈନନ୍ଦିନ ଡାଏଟ୍ ପ୍ଲାନରେ ସାମିଲ କରିବେ । ତେବେ ଆସନ୍ତୁ ଅଁଳା ଜୁସ୍ ପିଇବାର କିଛି ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ଜାଣିବା ।

    ଅଁଳାରେ ଭିଟାମିନ୍ ସି ଭରପୂର ମାତ୍ରାରେ ରହିଛି । ଯାହା ଆପଣଙ୍କ ରୋଗପ୍ରତିରୋଧକ ଶକ୍ତିକୁ ଦୃଢ଼ କରେ । ଏଥି ସହ ଥଣ୍ଡା, କାଶ ଏବଂ ଅନ୍ୟାନ୍ୟ ସଂକ୍ରମଣରୁ ରକ୍ଷା ପାଇବା ପ୍ରଭାବଶାଳୀ ହୋଇଥାଏ ଅଁଳା । ପାଚନକ୍ରିୟାକୁ ଉନ୍ନତ କରିବାରେ ବଡ଼ ଭୂମିକା ଗ୍ରହଣ କରିଥାଏ । ଯାହା କୋଷ୍ଠକାଠିନ୍ୟ, ଏସିଡିଟି ଏବଂ ଗ୍ୟାସ ଭଳି ସମସ୍ୟାକୁ ଚୁଟକିରେ ଗାଏବ କରିଥାଏ । ଏଥିସହ ଏଥିରେ ଫାଇବର ଗୁଣ ଥିବାରୁ ଏହା ଆପଣଙ୍କ ଅନ୍ତନଳୀକୁ ସଫା ରଖେ । ଆଖିର ଦୃଷ୍ଟି ଶକ୍ତିକୁ ମଧ୍ୟ ବଢାଇଥାଏ ।

    ଏତିକି ନୁହେଁ ବରଂ କେଶ ଜନିତ ସମସ୍ୟାକୁ ମଧ୍ୟ ଦୂର କରେ । ବର୍ତ୍ତମାନ କେଶ ଝଡିବା ଏବଂ ଧଳା ହେବା ଭଳି ସମସ୍ୟା ଅଧିକାଂଶ ଲୋକଙ୍କ ପାଖରେ ଦେଖିବାକୁ ମିଳୁଛି । କାହିଁକିନା ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ କେଶକୁ ମଜବୁତ, ଘନ ଏବଂ ଚମକଦାର କରିବାରେ ସାହାଯ୍ୟ କରିଥାଏ । ଏହି ସବୁ ସମସ୍ୟା ପାଇଁ ଏହାକୁ ପ୍ରାକୃତିକ ଉପାୟ ବୋଲି କୁହାଯାଉଛି । ଓଜନ କରିବାର ସହଜ ଏବଂ ଉତ୍ତମ ବିକଳ୍ପ କହିଲେ ଅଁଳା ଜୁସକୁ ବୁଝାଏ । ଏହି ଜୁସକୁ ଲଗାତାର ପିଇବା ଦ୍ବାରା ଏହା ମେଟାବୋଲେଜିୟମକୁ ବୃଦ୍ଧି କରେ ଏବଂ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିଥାଏ ।

    ଏଥିସହ ସୁଗାର ଲେବଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଡାଇବେଟିସ୍ ରୋଗୀଙ୍କ ପାଇଁ ଏହା ବରଦାନ ସଦୃଶ ହୋଇଥାଏ । ହାର୍ଟର ଜନିତ ସମସ୍ୟାର ଆଶଙ୍କାକୁ କମ୍ କରିଥାଏ ଅଁଳା ଜୁସ୍ । ସେଥିପାଇଁ ଏହି ଜୁସ୍ ହାର୍ଟ ପାଇଁ ସୁସ୍ଥକର ବୋଲି ପ୍ରମାଣିତ ହୋଇଛି । ଲିଭର ପାଇଁ ଯେତିକି ସୁସ୍ଥକର ବ୍ରେନ୍ ପାଇଁ ମଧ୍ୟ ସେତିକି ଉପକାରୀ । ଯଦି ଏହି ସବୁ ସମସ୍ୟାରୁ ମୁକ୍ତି ପାଇବାକୁ ଚାହାନ୍ତି ତେବେ ଶୀତଦିନେ ଅଁଳା ଜୁସ ପିଇବାର ଅଭ୍ୟାସ କରନ୍ତୁ । ଯାହା ଦ୍ୱାରା ଆପଣ ସକାରାତ୍ମକ ପ୍ରଭାବ ଦେଖିବାକୁ ପାଇବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    26.8 ° C
    26.8 °
    26.8 °
    21 %
    3kmh
    47 %
    Wed
    24 °
    Thu
    27 °
    Fri
    27 °
    Sat
    28 °
    Sun
    28 °

    ସମ୍ବନ୍ଧିତ