Wednesday, April 8, 2026
22.9 C
Odisha

    ଶୀତଲହରୀ ଜାରି: ଘୁ.ଉଦୟଗିରିରେ ତାପମାତ୍ରା ୪.୮ଡିଗ୍ରି ରେକର୍ଡ

    ଆଗକୁ ପଢନ୍ତୁ

    ଘୁ.ଉଦୟଗିରି ଅଞ୍ଚଳରେ ଆଜି କ୍ରମାଗତ ଦ୍ୱିତୀୟ ଦିନ ଶୁକ୍ରବାର ପାରଦ ୪.୮ଡିଗ୍ରିରେ ସ୍ଥିର ରହି ଶୀତ ଲହରୀ ଜାରିରହିଛି। ପ୍ରବଳ ଥଣ୍ଡା ସହ ବୋହୁଛି ଥଣ୍ଡା ପବନ। କଲବଲ କରୁଛି ଜୀବନ। କାଲ ମାରିଯାଉଛି ହାତଗୋଡ଼।ବିନା ଗରମ ପାଣିରେ ଚଳିବା ଅସମ୍ଭବ ହୋଇପଡିଛି। ବିନା ଗରମ ପୋଷାକରେ ବହାରକୁ ବାହାରିବା ଅସମ୍ଭବ ହୋଇପଡିଥିବା ବେଳେ ଗରିବ ଅସହାୟ ଲୋକ ଏହି ଅସମ୍ଭାଳ ଜାଡ଼ରେ କଲବଲ ହେଉଛନ୍ତି। ନିଆଁର ସାହାରାରେ ଗରିବଙ୍କ ଜୀବନ କାଟୁଥିବା ବେଳେ ଦିନରେ ଖରା ରାତିରେ ନିଆଁ ହିଁ ଏକମାତ୍ର ସହାରା ପାଲଟିଛି। ଖେଳ ପଡିଆ ହେଉ କି ବିଭିନ୍ନ ରାସ୍ତାରେ ସକାଳୁଆ ଭ୍ରମଣ ବି କମିଯାଇଛି ଲୋକଙ୍କର।ସଞ୍ଜ ନଇଁଲେ ରାସ୍ତାଘାଟ ବଜାର ଜନଶୁନ୍ୟ ହୋଇଯାଉଛି। ସକାଳୁ ଏବଂ ସନ୍ଧ୍ୟାରେ ସହରର ବିଭିନ୍ନ ଛକଗୁଡ଼ିକରେ ଚା ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି ପୁଣି ନିଆଁ ପାଖରେ ବସି ଖଟିର ମଜା ନେଉଥିବା ଦୃଶ୍ୟ ଦେଖଗିବାକୁ ମିଳୁଛି। କିଛି ଦିନ ହେଲା ସାରା ଅଞ୍ଚଳ କୁହୁଡ଼ିର ବଳୟ ଭିତରେ ରହୁଥିବା ଭଳି ମନେ ହେଉଛି।ପ୍ରବଳ କୁହୁଡି ଯୋଗୁଁ ରାସ୍ତାରେ ଯାତାୟତ ଅସମ୍ଭବ ହେଉଥିବା ଦେଖୁବାକୁ ମିଳୁଛି। ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ଏହିଭଳି ଶୀତ ଲହରୀ ଜାରି ରହିବା ନେଇ ପାଣିପାଗ ବିଭାଗ ସତର୍କ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.9 ° C
    22.9 °
    22.9 °
    85 %
    1.8kmh
    18 %
    Wed
    38 °
    Thu
    37 °
    Fri
    39 °
    Sat
    39 °
    Sun
    40 °

    ସମ୍ବନ୍ଧିତ