Monday, March 16, 2026
24.8 C
Odisha

    ଶୁଟିଂ ସେଟ୍‌ରେ ମୋର ମୃତ୍ୟୁ ହେଉ, ଏମିତି କାହିଁକି କହିଲେ ଶାହରୁଖ

    ଆଗକୁ ପଢନ୍ତୁ

    ଶାହରୁଖ ଖାନଙ୍କୁ ବଲିଉଡର କିଙ୍ଗ ଖାନ ବୋଲି କୁହାଯାଏ। ବଲିଉଡ ଅଭିନେତା ଶାହାରୁଖ ଖାନ ଜଣେ ଏଭଳି ବ୍ୟକ୍ତିତ୍ବ ଯିଏ ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଛନ୍ତି। ତାଙ୍କ ଅଭିନୟ ବଳରେ ସେ ଆଜି ସାରା ବିଶ୍ବରେ ପରିଚିତ ହୋଇପାରିଛନ୍ତି। ବଲିଉଡର କିଙ୍ଗ ବୋଲାଉଥିବା ଶାହରୁଖଙ୍କୁ ଏବେ ତାଙ୍କ କାମ ପାଇଁ ଜୀବନବ୍ୟାପୀ ସାଧନା ପୁରସ୍କାର ମିଳିଛି। ଲୋକାର୍ଣ୍ଣୋ ଫିଲ୍ମ ଫେଷ୍ଟିଭାଲରେ ତାଙ୍କୁ ଏହି ପୁରସ୍କାର ମିଳିଛି।
    ଏତେ ବଡ଼ ସମ୍ମାନ ମିଳିବା ପରେ ଶାହରୁଖଙ୍କୁ ପଚରାଯାଇଥିଲା ଯେ, ସେ ସବୁଦିନ ପାଇଁ ଅଭିନୟ କରିବାକୁ ଚାହାନ୍ତି କି? ଉତ୍ତରରେ ଶାହରୁଖ କହିଥିଲେ, ‘ମୁଁ ସବୁଦିନ ପାଇଁ ଅଭିନୟ କରିପାରିବି କି? ହଁ, ମୃତ୍ୟୁ ପର୍ଯ୍ୟନ୍ତ ନିଶ୍ଚିତ। ମୋର ସ୍ବପ୍ନ ହେଲା ସୁଟିଂ ସେଟରେ କିଏ ଜଣେ ଆକ୍ସନ କହିବ ଏବଂ ମୁଁ ମିରିଯିବି। କଟ୍‌ କହିବା ପରେ ବି ଆଉ ଉଠିବିନି।’ ତେବେ ତାଙ୍କର ଏହି ପ୍ରତିକ୍ରିୟା ଏବେ ଭାଇରାଲ ହେବାରେ ଲାଗିଛି। ଶାହରୁଖଙ୍କ ଆଗାମୀ ଫିଲ୍ମ ‘କିଙ୍ଗ’ରେ ନଜର ଆସବାକୁ ଯାଉଛନ୍ତି। ଏଥିରେ ତାଙ୍କ ଝିଅ ତାଙ୍କ ସହ ପ୍ରଥମ କରି କାମ କରିବେ ବୋଲି ଜଣାପଡିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.8 ° C
    24.8 °
    24.8 °
    53 %
    4kmh
    83 %
    Mon
    29 °
    Tue
    38 °
    Wed
    38 °
    Thu
    36 °
    Fri
    33 °

    ସମ୍ବନ୍ଧିତ