Tuesday, December 30, 2025
16.3 C
Odisha

    ଶେଖ୍ ହସିନାଙ୍କ ମନ୍ତବ୍ୟ ଉପରେ ଏପରି ପ୍ରତିକ୍ରିୟା ରଖିଲା ବାଂଲାଦେଶ

    ଆଗକୁ ପଢନ୍ତୁ

    ଶେଖ୍ ହସିନାଙ୍କ ମନ୍ତବ୍ୟ ଉପରେ ଏପରି ପ୍ରତିକ୍ରିୟା ରଖିଲା ବାଂଲାଦେଶ । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ବୟାନ ଦେବାରୁ ରୋକିବା ପାଇଁ ତାଙ୍କ ଦେଶ ଭାରତକୁ ନିବେଦନ କରିଛି । ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଆଗକୁ ଯେପରି ହସିନା ଏପରି ବୟାନ ନ ଦିଅନ୍ତୁ । ଗୁରୁବାର ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ତୌଫିକ ହାସନ କହିଛନ୍ତି ଯେ ଶେଖ୍ ହସିନା ପ୍ରାୟତଃ ରାଜନୈତିକ ବୟାନ ଦେଇଥାନ୍ତି । ଭାରତରେ ରହୁଥିବା ଶେଖ୍ ହସିନା ରାଜନୈତିକ ବୟାନ ଦେବା ସପକ୍ଷରେ ବାଂଲାଦେଶ ନାହିଁ ବୋଲି ଭାରତୀୟ ହାଇକମିଶନର ଓ ଭାରତ ସରକାରଙ୍କୁ ଅବଗତ କରାଯାଇଛି । ଦୁଇ ଦେଶ ମଧ୍ୟରେ ଥିବା ଐତିହାସିକ ସମ୍ପର୍କକୁ ଦୃଷ୍ଟିରେ ରଖି ଶେଖ୍ ହସିନାଙ୍କୁ ଏଭଳି ବୟାନ ଦେବାରୁ ରୋକିବା ଜରୁରୀ ବୋଲି କୁହାଯାଉଛି । ଅଗଷ୍ଟ ୫ ତାରିଖରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଭାରତ ଆସିଥିଲେ । ଏବେ ତାଙ୍କୁ ଭାରତରେ ରହିବାର ୧୦୦ ଦିନରୁ ଅଧିକ ସମୟ ବିତିଗଲାଣି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    16.3 ° C
    16.3 °
    16.3 °
    35 %
    1.8kmh
    83 %
    Tue
    16 °
    Wed
    29 °
    Thu
    29 °
    Fri
    29 °
    Sat
    28 °

    ସମ୍ବନ୍ଧିତ