Friday, April 3, 2026
27.1 C
Odisha

    ଶେଷ ହେଲା ରାଜ୍ୟ କ୍ୟାବିନେଟ ବୈଠକ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଶେଷ ହେଲା ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ। ୫ଟି ପ୍ରସ୍ତାବରେ ବାଜିଲା କ୍ୟାବିନେଟ ମୋହର। ବଢ଼ିଲା ସର୍ବନିମ୍ନ ମଜୁରୀ। ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚ କୁଶଳୀଙ୍କ ମଜୁରୀ ବଢ଼ିବା ଉପରେ ବାଜିଲା କ୍ୟାବିନେଟ୍ ମୋହର।ପୂର୍ବରୁ ଅଣକୁଶଳୀ ମଜୁରୀ ୩୫୨ ଥିବା ବେଳେ ବର୍ତ୍ତମାନ ଏହାକୁ ବଢ଼ାଯାଇ ୪୫୦ ଟଙ୍କା କରାଯାଇଛି। ସେହିପରି କୁଶଳୀ ମଜୁରୀ ପୂର୍ବରୁ ୩୯୨ ଟଙ୍କା ଥିବା ବେଳେ ବର୍ତ୍ତମାନ ତାହାକୁ ବଢାଯାଇ ୫୦୦ କରାଯାଇଛି। ସେହିପର ଉଚ୍ଚ କୁଶଳୀ ୫୦୨ରୁ ୬୦୦କୁ ବୃଦ୍ଧି କରିଛନ୍ତି ମୂଖ୍ୟମନ୍ତ୍ରୀ।

    ଓଡ଼ିଆ ଅସ୍ମିତା ପାଇଁ ୨ଶହ କୋଟିର କର୍ପସ ପାଣ୍ଠିକୁ ମଂଜୁରୀ ମିଳିଛି। ଏହି ପାଣ୍ଠିରେ ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ଓଡ଼ିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା ହେବ।

    ତାଳପତ୍ର ପୋଥି ସଂଗ୍ରହାଳୟ, ବିଭିନ୍ନ ୟୁନିଭର୍ସିଟିରେ ଓଡ଼ିଆ ଚେୟାର ପ୍ରତିଷ୍ଠା ହେବ। ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ପ୍ରଦାନ ପ୍ରଚେଷ୍ଟା କରାଯିବ ।

    ପିଏମ୍ କିଷାନରେ ଯୋଡ଼ି ହେବେ ଆଉ ୬ ଲକ୍ଷ ଚାଷୀ । ବାଦ୍‌ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରାଯିବ ପିଏମ କିଷାନରେ। କ୍ଷୁଦ୍ର, ମଧ୍ୟମ ଓ ସହରାଞ୍ଚଳ ଚାଷୀଙ୍କୁ ମଧ୍ୟ ଏଥିରେ ସାମିଲ କରାଯିବା ପାଇଁ କ୍ୟାବିନେଟ ନିଷ୍ପତ୍ତି ନେଇଛି।

    ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ନେଇ ହାଇକୋର୍ଟଙ୍କ ନିର୍ଦେଶ ରହିଛି। ହାଇକୋର୍ଟଙ୍କ ନିର୍ଦେଶ ମୁତାବକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

    ଜଳସମ୍ପଦ ବିଭାଗର ଗୋଟିଏ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ୧୦୮୪ କୋଟି ବିନିମୟରେ ଚାଷ ଜମିକୁ ହେବ ଜଳସେଚନ । ଏଥିସହ ପୁରୁଣା ପ୍ରକଳ୍ପର ପୁନରଉଦ୍ଧାର ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

    ସୂଚନାଯୋଗ୍ୟ ଯେ, ଆଜି ବସିଥିଲା ରାଜ୍ୟର ଦ୍ବିତୀୟ କ୍ୟାବିନେଟ୍ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସଭା ଭବନରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୋଟ ୫ଟି ପ୍ରସ୍ତାବ ଉପରେ ବାଜିଛି କ୍ୟାବିନେଟ୍ ମୋହର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.1 ° C
    27.1 °
    27.1 °
    47 %
    2.1kmh
    0 %
    Thu
    27 °
    Fri
    40 °
    Sat
    39 °
    Sun
    36 °
    Mon
    37 °

    ସମ୍ବନ୍ଧିତ