Saturday, April 19, 2025
28 C
Odisha

    ଶୋଇବା ପୂର୍ବରୁ ଫୋନ୍ ଦେଖୁଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ

    ଆଗକୁ ପଢନ୍ତୁ

    ବର୍ତ୍ତମାନ ସମୟରେ ଅନେକ ଲୋକ ଶୋଇବା ପୂର୍ବରୁ ଫୋନ ଦେଖିଥାନ୍ତି । ଭାବନ୍ତି ଶୋଇବା ପୂର୍ବରୁ ଫୋନ ଦେଖିଲେ ରିଲାକ୍ସ ଲାଗେ । କିନ୍ତୁ ଏହା ଆମ ଶରୀର ଏବଂ ମସ୍ତିଷ୍କ ଉପରେ ଅନେକ ପରିମାଣରେ ଖରାପ ପ୍ରଭାବ ପକାଇଥାଏ ଯାହା ଆମେ କେବେ ଚିନ୍ତା ବି କରିପାରିନଥାଉ । ଆପଣ କ’ଣ ଏମିତି ମୋବାଇଲ ଦେଖିବାରେ ଅଭ୍ୟସ୍ତ ହୋଇଗଲେଣି କି ? ତେବେ ଏହାର କୁପ୍ରଭାବ ସମ୍ପର୍କରେ ଆସନ୍ତୁ ଜାଣିବା ।

    ଫୋନରୁ ବାହାରୁଥିବା ବ୍ଲୁ ଲାଇଟ ଆମ ମୁଣ୍ଡରେ ମେଲାଟୋନିନ ନାମକ ଶକ୍ତିର ପ୍ରଭାବ ଯୋଗୁଁ ନିଦଠାରୁ ଦୂରେଇଦେଇଥାଏ । ଯାହା ଦ୍ବାରା ଶୋଇବାର ସମୟକୁ ଲୋକେ ଜାଣିପାରିନଥାନ୍ତି । ଆମେ ସାଧାରଣତଃ ଭାବୁ କି ରିଲ୍ସ, ଚାଟ୍ କରିଲେ ମାଇଣ୍ଡଫ୍ରେସ୍ ହୋଇଥାଏ କିନ୍ତୁ ନା ଓଲଟା ଅଧିକ ଆକ୍ଟିଭ୍ କରିଦେଇଥାଏ ଯାହାଫଳରେ ଆମ ଶୋଇବାରେ ଡେରି ହୋଇଯାଏ । ଡେରିରେ ନିଦ ହେବା ଏବଂ ବାରମ୍ବାର ନିଦ ଭାଙ୍ଗିବା ଅତ୍ୟଧିକ ମୋବାଇଲ ଚଲାଇବାରୁ ଏଭଳି ସମସ୍ୟା ଦେଖାଦେଇଥାଏ । ଏତିକି ନୁହେଁ ଶୋଇବା ପୂର୍ବରୁ ଫୋନ ଦେଖିବା ଦ୍ବାରା ସୋସିଆଲ ମିଡିଆ ବା କାମ ସମ୍ବନ୍ଧୀୟ ଆମ ଚିନ୍ତାକୁ ବଢାଇ ନିଦକୁ ଖରାପ କରିଥାଏ । ଏହା ଅଭ୍ୟସ୍ତ ହୋଇଯିବା ପରେ ଆଉ ନିଦ ଆସିନଥାଏ ଯାହାକୁ କି ଇନସୋମ୍ନିୟା ଅର୍ଥାତ୍ ଅନିଦ୍ରା କୁହାଯାଇଥାଏ ।

    ଇନସୋମ୍ନିୟା ବା ଅନିଦ୍ରାର ଲକ୍ଷଣ :

    ରାତିରେ ବାରମ୍ବାର ନିଦ ଭାଙ୍ଗିବା ।

    ନିଦ ପୁରା ନହେବା ।

    ସକାଳୁ ଥକାପଣ ଅନୁଭବ ହେବା ।

    ବିରକ୍ତ ଲାଗିବା । ଅଭ୍ୟାସରେ କିପରି ଆଣିବେ ପରିବର୍ତ୍ତନ : ଶୋଇବାର ୩୦-୬୦ ମିନିଟ୍ ପର୍ଯ୍ୟନ୍ତ ଫୋନ ଦେଖନ୍ତୁ ନାହିଁ । ଯଦି ଫୋନ ଦେଖିବାକୁ ଚାହାଁନ୍ତି ତେବେ ନାଇଟ ମୋଡ କରି ଫୋନର ବ୍ୟବହାର କରିପାରିବେ । ନିଜ ବେଡରୁମରେ ନୋ ସ୍କ୍ରିନ୍ ଜୋନ୍ ବନାଇବା ଆବଶ୍ୟକ । ଯଦି ଆପଣଙ୍କୁ ଠିକ୍ ସମୟରେ ନିଦ ନଆସୁଛି ତେବେ ବହି ପଢନ୍ତୁ ନଚେତ୍ ମେଡିଟେସନ କରିବା ଉଚିତ୍ । ରିଲାକ୍ସ ପାଇଁ ମ୍ୟୁଜିକ୍ ଶୁଣନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28 ° C
    28 °
    28 °
    53 %
    1.2kmh
    0 %
    Sat
    42 °
    Sun
    43 °
    Mon
    43 °
    Tue
    43 °
    Wed
    45 °

    ସମ୍ବନ୍ଧିତ