Friday, April 3, 2026
29.7 C
Odisha

    ଶ୍ରୀଜିଉଙ୍କୁ ଅପେକ୍ଷା କରିଛନ୍ତି ତିନିରଥ

    ଆଗକୁ ପଢନ୍ତୁ

    ପୁରୀ: ରାତି ପାହିଲେ କାଳିଆର ରଥ ଯାତରା। ଶ୍ରୀମନ୍ଦିରରୁ ଆସି ରଥାରୂଢ଼ ହେବେ ଚତୁର୍ଦ୍ଧାମୂର୍ତ୍ତି। ନବଦିନାତ୍ମକ ଯାତ୍ରାରେ ମାଉସୀଘରକୁ ଯିବେ ଶ୍ରୀଜିଉ। ବଡ଼ଦାଣ୍ଡରେ ଗଡିବ ତିନିରଥ । ଏଥିପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ । ଦେଶବିଦେଶରୁ ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନ ହେବାରେ ଲାଗିଛି। ମହାପ୍ରଭୁଙ୍କ ରଥରେ ବିରାଜମାନ ହେବାର ଦୃଶ୍ୟ ସ୍ୱଚକ୍ଷୁରେ ଦେଖିବାକୁ ସମସ୍ତେ ଚାହିଁ ବସିଛନ୍ତି। ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟତଃ ଶେଷ ହୋଇଛି । ରଥଯାତ୍ରା ନୀତି କାନ୍ତି ଠିକ୍ ସମୟରେ ସମ୍ପନ୍ନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।
    ଆଜି ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଛି ତିନି ରଥ । ଶ୍ରୀମନ୍ଦିରରୁ ଶୋଭାଯାତ୍ରାରେ ଆଜ୍ଞାମାଳ ଆସିବା ପରେ ତିନି ରଥରେ ବିଜେ କରାଯାଇଥିଲା । ପୂଜାପାଠ ଓ ରୀତିନୀତି ଶେଷ ହେବା ପରେ ରଥଖଳାରୁ ଶ୍ରୀମନ୍ଦିର ସମ୍ମୁଖକୁ ତିନି ରଥକୁ ଅଣାଯାଇଛି । ଭକ୍ତ ଓ ଦାୟିତ୍ବରେ ଥିବା ସୁରକ୍ଷାକର୍ମୀମାନେ ଗୋଟିଏ ପରେ ଗୋଟିଏ ରଥକୁ ଟାଣି ନେଇଥିଲେ । ଏବେ ସିଂହଦ୍ବାର ସମ୍ମୁଖରେ ଉଭା ହୋଇଛନ୍ତି ନନ୍ଦିଘୋଷ, ଦେବ ଦଳନ ଓ ତାଳଧ୍ବଜ । ସମସ୍ତଙ୍କର ଅପେକ୍ଷା କେତେବେଳେ ନୀଳକନ୍ଦରରୁ ବଡ଼ାଦାଣ୍ଡକୁ ଓହ୍ଲାଇ ଆସିବେ ନୀଳାଦ୍ରିନାଥ। ରଥରେ ବସି ଯିବେ ଆଡ଼ପମଣ୍ଡପ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପାଇବେ ବିଶ୍ୱନିୟନ୍ତାଙ୍କ ଦୁର୍ଲ୍ଲଭ ଦର୍ଶନ। ସେହି ଦିବ୍ୟ ମୁହୂର୍ତ୍ତକୁ ଚାହିଁ ରହିଛନ୍ତି ଭକ୍ତଜନ। ଦାରୁବ୍ରହ୍ମଙ୍କ ସ୍ପର୍ଶରେ ରଥ, ପଥ ହେବ ବ୍ରହ୍ମମୟ। ସଭିଏଁ ହେବେ ଏକାକାର।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.7 ° C
    29.7 °
    29.7 °
    34 %
    2.3kmh
    77 %
    Fri
    30 °
    Sat
    39 °
    Sun
    36 °
    Mon
    38 °
    Tue
    37 °

    ସମ୍ବନ୍ଧିତ