Saturday, May 30, 2026
30.1 C
Odisha

    ଶ୍ରୀମନ୍ଦିର ବାହାର ରତ୍ନ ଭଣ୍ଡାରରୁ ୩ ରତ୍ନ ନିଖୋଜ ପ୍ରସଙ୍ଗ, ଅଳଙ୍କାର ହଡ଼ପ ବା ଲୁଟ ଅଭିଯୋଗରେ ଥାନାରେ ଏତଲା

    ଆଗକୁ ପଢନ୍ତୁ

    ପୁରୀ : ଶ୍ରୀମନ୍ଦିର ବାହାର ରତ୍ନ ଭଣ୍ଡାରରୁ ତିନି ଗୋଟି ରତ୍ନ ନିଖୋଜ ପ୍ରସଙ୍ଗ । ଅଳଙ୍କାର ହଡ଼ପ ବା ଲୁଟ ଅଭିଯୋଗ କରି ସିଂହଦ୍ୱାର ଥାନାରେ ଏତଲା ଦେଲା ଶ୍ରୀ ଜଗନ୍ନାଥ ସେନା । ବାହାର ରତ୍ନଭଣ୍ଡାର ଗଣତିର ଶେଷ ଦିନ ଅର୍ଥାତ୍ ଗତ ୧୧ ଏପ୍ରିଲରେ ରତ୍ନଭଣ୍ଡାର ସ୍ବତନ୍ତ୍ର ତଦାରଖ କମିଟି ଅଧ୍ୟକ୍ଷ ତଥା ସୁପର ଭାଇଜିଂ କମିଟି ସଦସ୍ୟ ଜଷ୍ଟିସ ବିଶ୍ୱନାଥ ରଥଙ୍କ ପ୍ରତିକ୍ରିୟାରୁ ୩ ଅଳଙ୍କାର ମିସିଂ ହୋଇଥିବା କଥା କହିଥିଲେ । କାଳେ ରତ୍ନଭଣ୍ଡାରରେ ରହିଥାଇପାରେ ବୋଲି କହିଥିଲେ ।

    ଅର୍ଥାତ ୧୯୭୮ରେ ରତ୍ନ ଅଳଙ୍କାର ତାଲିକାରେ ଥିବା ୧୧୮ ପ୍ରକାର ଅଳଙ୍କାର ମଧ୍ୟରୁ ୩ଟି ଅଳଙ୍କାର ମିସିଂ ଥିବା କହିଥିଲେ । ଏବଂ ଅଳଙ୍କାର ବର୍ଦ୍ଧିତ ୨୦୨୬ ଗଣନାରେ ୧୪୭ ପହଞ୍ଚିଛି । ଏହି ରତ୍ନ ଅଳଙ୍କାର ଚୋରୀ ହୋଇଯାଇଛି ବୋଲି ଅଭିଯୋଗ କରିଛନ୍ତି ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଶ୍ରୀ ଜଗନ୍ନାଥ ସେନା । ରତ୍ନ ହଡ଼ପ ବା ଲୁଟ ହୋଇଛି । ଯଦି ପୋଲିସ ଫେଲ ମାରିଵ ତାହା ହେଲେ ସିବିଆଇର ଦ୍ଵାରସ୍ଥ ହେବେ ବୋଲି ଚେତାବନୀ ଦିଆଯାଇଛି ।.

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.1 ° C
    30.1 °
    30.1 °
    65 %
    4.5kmh
    49 %
    Sat
    30 °
    Sun
    40 °
    Mon
    40 °
    Tue
    40 °
    Wed
    43 °

    ସମ୍ବନ୍ଧିତ