Wednesday, May 27, 2026
32.5 C
Odisha

    ଟ୍ରକକୁ ପିଟିଲା ବସ୍ , ୬ ଆହତ

    ଆଗକୁ ପଢନ୍ତୁ

    ସୋର : ଟ୍ରକକୁ ପିଟିଲା ବସ୍ , ୬ ଆହତ। ବାଲେଶ୍ବର ଜାତୀୟ ରାଜପଥ-୧୬ ଜାମୁଝାଡ଼ି ଗଳା ପୋଲ ଉପରେ ଦୁର୍ଘଟଣା । ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ୬ ଯାତ୍ରୀ ଆହତ। ଶାନ୍ତିଲତା ନାମକ ଏକ ଘରୋଇ ବସ୍ ପୁରୀରୁ ଟାଟା ଅଭିମୁଖେ ଯାଉଥିବାବେଳେ ଘଟିଥିଲା ଦୁର୍ଘଟଣା । ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ସିମୁଳିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

    ସୂଚନାଯୋଗ୍ୟ , କିଛି ଦିନ ତଳେ କଟକରେ ଏକ ଦୁର୍ଘଟଣାର ଘଟଣା ସାମ୍ନାକୁ ଆସିଥିଲା । ବାଦାମବାଡ଼ି ପାଲାମଣ୍ଡପ ନିକଟରେ ବସ୍ ଦୁର୍ଘଟଣା ଘଟିଥିଲା । ଡିଭାଇଡର ଭାଙ୍ଗି ପଶି ଯାଇଥିଲା ଯାତ୍ରୀବାହୀ ବସ । ଘଟଣା ସ୍ଥଳରେ ବାଦାମବାଡ଼ି ଥାନା ପୋଲିସ ପହଞ୍ଚି ତଦନ୍ତ କରିଥିଲା । ଅଗ୍ନିଶମ ବାହିନୀ ସହାୟତାରେ ମଝି ରାସ୍ତାରୁ ହଟାଯାଇଥିଲା ବସ । ଲୁହା ବାଡ ବସ୍ ଭିତରେ ପଶି ଯାଇଥିଲା । ତେବେ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    32.5 ° C
    32.5 °
    32.5 °
    47 %
    3.8kmh
    88 %
    Wed
    31 °
    Thu
    45 °
    Fri
    44 °
    Sat
    41 °
    Sun
    41 °

    ସମ୍ବନ୍ଧିତ