ଭୁବନେଶ୍ୱର : ଭାରତ ଗସ୍ତରେ ଥିବା ଶ୍ରୀଲଙ୍କାର ୩୦ ଜଣିଆ ରାଜନୈତିକ ପ୍ରତିନିଧି ଦଳ ସହ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ନୂଆଦିଲ୍ଲୀଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ସାମନ୍ତ ଶ୍ରୀଲଙ୍କାର ୧୫ଟି ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ ।
ବିଶେଷ କରି ଶିକ୍ଷାର ପ୍ରସାର ପାଇଁ ଶ୍ରୀ ସାମନ୍ତ କିଭଳି କାର୍ଯ୍ୟ କରୁଛନ୍ତି ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟଧାରା ବିଷୟରେ ଜାଣି ଶ୍ରୀଲଙ୍କା ରାଜନୈତିକ ପ୍ରତିନିଧିମଣ୍ଡଳ ବେଶ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ଉଭୟ ଭାରତ ଏବଂ ଶ୍ରୀଲଙ୍କାର ଉଚ୍ଚାୟୁକ୍ତମାନେ ଉପସ୍ଥିତ ଥିଲେ । ପୂର୍ବରୁ ସେମାନେ କିଟ୍ ଓ କିସ୍ ତଥା ଅଚ୍ୟୁତ ସାମନ୍ତଙ୍କ ବିଷୟରେ ଶୁଣିଥିବାରୁ ତାଙ୍କ ସହ ସାକ୍ଷାତ କରି ଅଧିକ ଜାଣିଥିଲେ । ସେମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନାରେ ଶ୍ରୀ ସାମନ୍ତ ବେଶ ପ୍ରଭାବିତ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ସେମାନେ ଶ୍ରୀଲଙ୍କା ଗସ୍ତ ପାଇଁ ସେମାନେ ଶ୍ରୀ ସାମନ୍ତଙ୍କୁ ନିମନ୍ତ୍ରଣ ଜଣାଇଥିଲେ ।