Sunday, March 22, 2026
23.7 C
Odisha

    ଷ୍ଟକ ବଜାରରେ କମ୍ପନ : ୪ ଦିନରେ ୨୫ ଲକ୍ଷ କୋଟି ହରାଇଲେଣି ନିବେଶକ

    ଆଗକୁ ପଢନ୍ତୁ

    ମୁମ୍ବାଇ: ଭାରତୀୟ ଷ୍ଟକ ବଜାରରେ ହ୍ରାସ ଜାରି ରହିଛି । ଗତ ସପ୍ତାହରେ କ୍ରମାଗତ ହ୍ରାସ ପରେ ଚଳିତ ସପ୍ତାହର ପ୍ରଥମ ଦିନରେ ବି ବଜାରରେ ନୈରାଶ୍ୟ ଦେଖାଦେଇଛି । ଫଳରେ ଗତ ୪ଟି କାରବାର ସେସନରେ ନିବେଶକମାନେ ୨୫ ଲକ୍ଷ କୋଟି ହରାଇସାରିଲେଣି ।ସୋମବାର କାରବାର ଅଧିବେଶନରେ ସେନସେକ୍ସ ୧,୧୨୯.୧୯ ପଏଣ୍ଟକୁ ଖସି ଆସିଥିଲା ଏବଂ ଦିନର ସର୍ବନିମ୍ନ ସ୍ତର ୭୬,୨୪୯.୭୨ ପଏଣ୍ଟକୁ ଖସି ଆସିଥିଲା। ବଜାର ବନ୍ଦ ବେଳକୁ ସେନସେକ୍ସ ୧୦୪୮ ପଏଣ୍ଟ ହ୍ରାସ ସହ ୭୬,୩୩୦ ପଏଣ୍ଟରେ ବନ୍ଦ ହୋଇଛି । ଗତ ଶୁକ୍ରବାର ସେନସେକ୍ସ ୭୬,୬୨୯.୯୦ ପଏଣ୍ଟ ସହ ବଡ଼ ଧରଣର ହ୍ରାସ ସହ ୭୭,୩୭୮.୯୧ ପଏଣ୍ଟରେ ବନ୍ଦ ହୋଇଥିଲା। ଅନ୍ୟପକ୍ଷରେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ପ୍ରମୁଖ ସୂଚକାଙ୍କ ନିଫ୍ଟି-୫୦ରେ ମଧ୍ୟ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ନିଫଟି ୩୪୫.୫୫ ପଏଣ୍ଟ ହ୍ରାସ ପାଇ ୨୩୦୮୫ ପଏଣ୍ଟରେ ବନ୍ଦ ହୋଇଛି । ଆଜିର କାରବାର ସମୟରେ ନିଫ୍ଟି ୩୮୪.୨୫ ପଏଣ୍ଟ ହ୍ରାସ ପାଇ ଦିନର ସର୍ବନିମ୍ନ ସ୍ତର ୨୩,୦୪୭.୨୫ ପଏଣ୍ଟରେ ପହଞ୍ଚିଛି। ଶୁକ୍ରବାର ଏହା ୨୩,୧୯୫.୪୦ ପଏଣ୍ଟ ସହ ଖୋଲି ୨୩,୪୩୧.୫୦ ପଏଣ୍ଟରେ ବନ୍ଦ ହୋଇଥିଲା।

    ସୋମବାର କାରବାର ଅଧିବେଶନ ଶେଷ ହେବା ପୂର୍ବରୁ ଷ୍ଟକ ବଜାରରେ ୨୦ କୋଟିରୁ ଅଧିକ ନିବେଶକ ୧୩ ଲକ୍ଷ କୋଟି ଟଙ୍କାରୁ ଅଧିକ ହରାଇଛନ୍ତି। ବାସ୍ତବରେ ଲଗାତାର ୪ଟି କାରବାର ଦିନରେ ସୂଚକାଙ୍କରେ ହ୍ରାସ ଜାରି ରହିଛି । ଯାହା ଫଳରେ ଷ୍ଟକ ବଜାର ନିବେଶକମାନେ ୨୫ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ସହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.7 ° C
    23.7 °
    23.7 °
    29 %
    1.7kmh
    17 %
    Sun
    24 °
    Mon
    34 °
    Tue
    37 °
    Wed
    37 °
    Thu
    39 °

    ସମ୍ବନ୍ଧିତ