Wednesday, October 14, 2026
26.2 C
Odisha

    ଚଳିତ ମହାକୁମ୍ଭରେ ଚର୍ଚ୍ଚାରେ ଭାସମାନ ପୁଲିସ ଷ୍ଟେସନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ମହାକୁମ୍ଭ ପାଇଁ ଉତ୍ତରପ୍ରଦେଶର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପ୍ରୟାଗରାଜକୁ ସଂଯୋଗ କରୁଥିବା ୭ଟି ରାସ୍ତାରେ ଏବଂ ଆଖପାଖର ୮ଟି ଜିଲ୍ଲାକୁ ଯାତାୟାତ କରୁଥିବା ଯାନବାହାନ ଏବଂ ଲୋକଙ୍କ ଯାଞ୍ଚ ପାଇଁ ୧୦୨ଟି ପୁଲିସ ପୋଷ୍ଟ ସ୍ଥାପନା କରାଯାଇଛି।ପ୍ରୟାଗରାଜର ସୁରକ୍ଷା ବ୍ୟବସ୍ଥା ପାଇଁ ମୋଟ ୧୦୨୬ ଜଣ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏଥିରେ ୭୧ ଜଣ ଇନ୍ସପେକ୍ଟର, ୨୩୪ ଜଣ ସବ-ଇନ୍ସପେକ୍ଟର, ୬୪୫ ଜଣ କନଷ୍ଟେବଳ ଏବଂ ହେଡ୍ କନଷ୍ଟେବଳ ଏବଂ ୭୬ ଜଣ ମହିଳା କନଷ୍ଟେବଳ ଅନ୍ତର୍ଭୁକ୍ତ ରହିଛନ୍ତି।ଜଳରେ ଯାତ୍ରା କରୁଥିବା ଏବଂ ସ୍ନାନ କରୁଥିବା ତୀର୍ଥଯାତ୍ରୀମାନଙ୍କୁ ତୁରନ୍ତ ସହାୟତା ଯୋଗାଇବା ଏବଂ ସୁରକ୍ଷା ବୃଦ୍ଧି କରିବା ପାଇଁ ଏହି ଭାସମାନ ପୋଷ୍ଟକୁ ଅସ୍ଥାୟୀ ଭାବରେ ସ୍ଥାପନ କରାଯାଇଛି। ଏହି ପୁଲିସ ଟିମକୁ ମୁଖ୍ୟତଃ ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ସକ୍ରିୟ ହୋଇ ଆଇନ ଶୃଙ୍ଖଳା ବଜାୟ ରଖିବାର ଦାୟିତ୍ୱ ଦିଆଯାଇଛି।ଅଧିକାରୀମାନେ ଏହି ଭାସମାନ ପୁଲିସ ପୋଷ୍ଟକୁ ନେଇ କହିଛନ୍ତି, ‘ଭକ୍ତମାନଙ୍କ ସୁରକ୍ଷା ଏବଂ ସୁବିଧା ସୁନିଶ୍ଚିତ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା। ପ୍ରଶିକ୍ଷିତ କର୍ମଚାରୀମାନଙ୍କୁ ଭାସମାନ ଆଉଟପୋଷ୍ଟରେ ନିୟୋଜିତ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ