Wednesday, October 14, 2026
26.2 C
Odisha

    ସୁବର୍ଣ୍ଣଉତ୍ସବ ୨୦୨୫ ପଲ୍ଲୀଶ୍ରୀ ମେଳାରେ ସାରା ଓଡିଶାର ପସରା ମେଲିଛି, ସଞ୍ଜ ନଇଁଲେ ଜମୁଛି ଲୋକଙ୍କ ଗହଳି

    ଆଗକୁ ପଢନ୍ତୁ

    ସୁବର୍ଣ୍ଣପୁର: ସୁବର୍ଣ୍ଣଉତ୍ସବ ୨୦୨୫ ରେ କବେଳ ଯେ ନୃତ୍ୟ ଗୀତର ଛନ୍ଦରେ ଦର୍ଶକ ବିଭୋର ଥିଲେ ତା ନୁହେଁ ଦୀର୍ଘ ୫ଦିନ ଧରି ରାମେଶ୍ଵର ଷ୍ଟାଡିୟମଠାରେ ଆୟୋଜିତ ପଲ୍ଲୀଶ୍ରୀ ମେଳାର ମଜା ବି ନେଇଥିଲେ ଦର୍ଶକ ଓରମାସ ପକ୍ଷରୁ ଆୟୋଜିତ ପଲ୍ଲୀଶ୍ରୀ ମେଳା ବଡ ଧୂମଧାମରେ ହୋଇଥିଲା । ଆଉ ମେଳାରେ ସାରା ଓଡିଶାର ପସରା ମେଲିଥିଲା ।

    କାଠରେ ତିଆରି ହାତୀ ଘୋଡା, ଶ୍ରୀ ଗଣେଶ ,ଦେବାଦେବୀଙ୍କ ମୁର୍ତ୍ତି ବେଶ ଆଦୃତ ଲାଭ କରିଥିବା ବେଳେ ଟେରାକୋଟା, ବେଣା, ବାଉଁଶ,ପଥର,ପିତଳ,ନଡିଆ କତାରେ ତିଆରି ବିଭିନ୍ନ ସାମଗ୍ରୀର ବିକ୍ରୀବଟା ଚାନ୍ଦୁଆଶିଳ୍ପ, ହାତବୁଣା ସୋନପୁରୀ ପାଟଶାଢୀ, ବିଶେଷକରି ସ୍ଵୟଂ ସହାୟକ ଗୋଷ୍ଠୀଦ୍ଵାରା ପ୍ରସ୍ତୁତ ସାମଗ୍ରୀ ସହ ଜଙ୍ଗଲଜାତ ଦ୍ରବ୍ୟକୁ ହାତଛଡା କରି ନଥିଲେ ଲୋକ । ପ୍ରତ୍ୟହ ଦିନ ସାଂସ୍କୃତିକ ସଂନ୍ଧ୍ୟାର ମଜା ନେବା ସହ ମନଭରି ଘରକରଣା ସାମଗ୍ରୀ ଅନ୍ୟାନ୍ୟ ଜିନିଷ କିଣୁଥିବା ଦେଖିବାକୁ ମିଳିଥିଲା । ବିଶେଷକରି ଗୋଟିଏ ସ୍ଥାନରେ ସବୁ ପ୍ରକାରର ଜିନିଷ ମିଳୁଥିବାରୁ ଲାଗିଥିଲା ଲୋକଙ୍କ ଗହଳି ।

    ସଞ୍ଜ ନଇଁ ଆସୁଥିଲେ ପଲ୍ଲୀଶ୍ରୀ ମେଳାରେ ଜମୁଥିଲା ଲୋକଙ୍କ ଗହଳି। ଚଳିତ ବର୍ଷ ପଲ୍ଲୀଶ୍ରୀ ମେଳାରେ ରାଜ୍ୟର ୨୬ଟି ଜିଲ୍ଲାରୁ ୨୧୮ଟି ଷ୍ଟଲ ଲାଗିଥିବା ବେଳେ ରାଜ୍ୟ ବାହାରର ୧୪ଟି ଷ୍ଟଲ ବି ଲାଗିଛି ଏହି ମେଳାରେ । ବିଶେଷକରି ଗଞାମର ପାମ୍ପଡ,ଆଚାର ଓ କେନ୍ଦୁ ଝରିଆ ଫୁଲବଡି ସାଙ୍ଗକୁ ଫୁଲବାଣିର ହଳଦୀ ଟେରାକୋଟା ସାମଗ୍ରୀ,ସହ ଦୁର୍ଲ୍ଲଭ ଜଙ୍ଗଲଜାତ ଦ୍ରବ୍ୟର ପସରା ଲୋକଙ୍କୁ ବେଶ ଆକୃଷ୍ଟ କରିଥିଲା । ଆଧୁନିକତାର ଛାପ ଭିତରେ ବି ଆଦିବାସୀଙ୍କ ହାତ ତିଆରି ପିତ୍ତଳ ସାମଗ୍ରୀ ବି ବେଶ ଚାହିଦା ରହିଥିଲା ଏହି ପଲ୍ଲୀଶ୍ରୀ ମେଳାରେ । ଏଭଳି ବ୍ୟବସାୟର ସୁଯୋଗ ପାଇ ବ୍ୟବସାୟୀ ବେଶ ଖୁସିଥିବା ବେଳେ ଚଳିତ ବର୍ଷ ଏହି ବ୍ୟବସାୟ ଏକ କୋଟି ରୁ ଉର୍ଦ୍ଧ ବ୍ୟବସାୟ ହୋଇଥିବା ଜିଲ୍ଲାପାଳ କହିଛନ୍ତି । ସେପଟେ ଭଲ ବ୍ୟବସାୟ କରିଥିବା ସ୍ଵୟଂସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.2 ° C
    26.2 °
    26.2 °
    85 %
    1.6kmh
    37 %
    Wed
    24 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ