Saturday, April 11, 2026
30.4 C
Odisha

    ସଂପତ୍ତି ତାଲିକା ଦେବେ ଆଇଏଏସ ଅଧିକାରୀ, ଜାନୁଆରୀ ୩୧ ସୁଦ୍ଧା ସଂପତ୍ତି ତାଲିକା ଦେବାକୁ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ନିଜ ସଂପତ୍ତି ତାଲିକା ଦେବେ ଆଇଏଏସ ଅଧିକାରୀ ।  ୨୦୨୫ ବର୍ଷ ପାଇଁ ସଂପତ୍ତି ତାଲିକା ପ୍ରଦାନ କରିବାକୁ ସମସ୍ତ ମୁଖ୍ୟ ସଚିବଙ୍କୁ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ଚିଠି ଲେଖିଛି ।   ଜାନୁଆରୀ ୩୧ ତାରିଖ ସୁଦ୍ଧା ପ୍ରଦାନ କରିବେ ସଂପତ୍ତିର ବିବରଣୀ ।  ସଂପତ୍ତି ତାଲିକା ପ୍ରଦାନ ନକଲେ ପଦୋନ୍ନତି ବନ୍ଦ ସହ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ରହିଛି ।  ୨୦୨୫ରେ ଓଡ଼ିଶାରେ ୧୬୫ଜଣ ଆଇଏଏସ ସେମାନଙ୍କ ନାମରେ ଥିବା ସଂପତ୍ତିର ଘୋଷଣା କରିଛନ୍ତି ।  ଦେଶରେ କିନ୍ତୁ ୯୧ ଜଣ ଆଇଏଏସ ସଂପତ୍ତି ତାଲିକା ପ୍ରଦାନ କରିନଥିଲେ ।

    ୨୦୨୫ରେ ଓଡ଼ିଶାର ୧୬୫ ଜଣ ଆଇଏଏସ ଅଧିକାରୀ ସେମାନଙ୍କ ସଂପତ୍ତି ତାଲିକା ପ୍ରଦାନ କରିଛନ୍ତି ।  ୨୦୨୪ ବର୍ଷ ପାଇଁ ସଂପତ୍ତି ତାଲିକା ପ୍ରଦାନ କରାଯାଇଛି। ଉନ୍ନୟନ କମିସନର ଅନୁ ଗର୍ଗ ଜାନୁଆରୀ ୧୮ ତାରିଖରେ ନିଜର ସଂପତ୍ତି ତାଲିକା ଅନଲାଇନ ପୋର୍ଟାଲରେ ଦାଖଲ କରିଥିଲେ ।  ଗୃହ ସଚିବ ସତ୍ୟବ୍ରତ ସାହୁ ଜାନୁଆରୀ ୧୫ ତାରିଖରେ ପ୍ରଦାନ କରିଥିଲେ ।  ଆଇଏଏସ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଜାନୁଆରୀ ୨୧ରେ, ସୁରେନ୍ଦ୍ର କୁମାର ୨୯ରେ, ଜି. ମାଥିଭାଥନନ ୨୮ରେ, ସନ୍ତୋଷ କୁମାର ଷଡ଼ଙ୍ଗୀ ଜାନୁଆରୀ ୧ତାରିଖରେ ସଂପତ୍ତି ତାଲିକାର ବିବରଣୀ ପ୍ରଦାନ କରିଥିଲେ ।  ସେହିପରି ବିଷ୍ଣୁପଦ ସେଠୀ ଜାନୁଆରୀ ୨୪ରେ, ଚିତ୍ରା ଅରୁମୁଗମ ୨୭ତାରିଖରେ, ହେମନ୍ତ ଶର୍ମା ଜାନୁଆରୀ ୧୫ରେ, ସୁଶୀଲ କୁମାଲ ଲୋହାନୀ ୨୦ତାରିଖରେ ସଂପତ୍ତିର ବିବରଣୀ ପ୍ରଦାନ କରିଥିଲେ।  କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢୀ ଜାନୁଆରୀ ୨ତାରିଖରେ ନିଜ ସଂପତ୍ତି ତାଲିକା ପ୍ରଦାନ କରିଥିଲେ ।

    କାହିଁକି ଏହି ସଂପତ୍ତି ତାଲିକା ପ୍ରଦାନ ?  ପ୍ରତିବର୍ଷ IAS ଅଧିକାରୀମାନଙ୍କୁ ନିଜର ଓ ପତ୍ନୀଙ୍କ ନାମରେ ଥିବା ଜମି, ଘର, ଫ୍ଲାଟ ଆଦି ଅସ୍ଥାବର ସମ୍ପତ୍ତିର ତାଲିକା ସରକାରଙ୍କୁ ଦେବାକୁ ପଡ଼େ ।  ଏହାକୁ ଇମମୋଭେବଲ ପ୍ରପର୍ଟି ରିଟର୍ଣ୍ଣ କୁହାଯାଏ ।  ଆଇଏଏସ ଅଧିକାରୀମାନେ କେନ୍ଦ୍ର ସରକାରଙ୍କ SPARROW ନାମକ ଏକ ସ୍ୱତନ୍ତ୍ର ଅନଲାଇନ୍ ପୋର୍ଟାଲ୍ ମାଧ୍ୟମରେ ନିଜ ସମ୍ପତ୍ତିର ବିବରଣୀ ଦାଖଲ କରନ୍ତି ।  ୨୦୨୫ରେ ୯୧ ଜଣ IAS ଅଧିକାରୀ ସେମାନଙ୍କ ସମ୍ପତ୍ତି ରିପୋର୍ଟ ଦେଇନାହାନ୍ତି ।  ମାର୍ଚ୍ଚରେ ସଂସଦୀୟ କମିଟିର ଏକ ରିପୋର୍ଟରୁ ଏହା ଜଣାପଡ଼ିଛି ।  ସଂପତ୍ତି ତାଲିକା ପ୍ରଦାନ ନକଲେ ପଦୋନ୍ନତି ଅଟକିବା ଆଶଙ୍କା ରହିଛି ।  ଦରମା ବୃଦ୍ଧି କ୍ଷେତ୍ରରେ ମଧ୍ୟ ସମସ୍ୟା ଆସିପାରେ ।  ସରକାରୀ ନିୟମ ଅନୁସାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆଶଙ୍କା ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.4 ° C
    30.4 °
    30.4 °
    14 %
    2kmh
    0 %
    Sat
    32 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ