Saturday, March 14, 2026
24.5 C
Odisha

    ସଂସଦ ସୁରକ୍ଷାରେ ତ୍ରୁଟି, ଗଛରେ ଚଢି ପାଚେରୀ ଡେଇଁ ପଶିବାକୁ ଯୁବକଙ୍କ ଉଦ୍ୟମ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ସଂସଦ ସୁରକ୍ଷାରେ ସାଂଘାତିକ ତ୍ରୁଟି । ନୂଆ ସଂସଦ ଭବନ ଭିତରକୁ ଜଣେ ଦୁର୍ବୃତ୍ତ ପଶିବାକୁ ଉଦ୍ୟମ କରିଛି । ଗଛ ଉପରେ ଚଢି ପାଚେରୀ ଡେଇଁ ସଂସଦ ଭିତରକୁ ପଶିଥିଲା ଯୁବକ । ପାର୍ଲାମେଣ୍ଟ ବିଲଡିଂର ଗରୁଡ଼ ଗେଟ୍ ନିକଟରେ ପହଞ୍ଚିଯାଇଥିଲା ଅନୁପ୍ରବେଶକାରୀ । ହେଲେ ତାଙ୍କୁ କାବୁ କରିନେଇଥିଲେ ସୁରକ୍ଷାକର୍ମୀ ।

    ଖବର ମୁତାବକ, ଆଜି ସକାଳ ପ୍ରାୟ ସାଢେ ୬ଟା ବେଳେ ପ୍ରଥମେ ଗଛରେ ଚଢି ପାଚେରୀ ଉପରକୁ ଚଢିଯାଇଥିଲା, ତାପରେ ଭିତରକୁ ପଶି ଗରୁଡ଼ ଫାଟକ ପର୍ଯ୍ୟନ୍ତ ପଳାଇଥିଲା । ଏହି ସମୟରେ ସୁରକ୍ଷାକର୍ମୀ ଧରିପକାଇଥିଲେ । ତେବେ କେଉଁ ଉଦ୍ଦେଶ୍ୟରେ ଦୁର୍ବୃତ୍ତ ଜଣକ ସଂସଦ ଭିତରକୁ ପଶିଥିଲା, ତାର କାରଣ ଜଣାପଡିନାହିଁ । ତେବେ ଯୁବକଙ୍କୁ ଧରିବା ପରେ ସିଆଇଏସଏଫ ଯବାନ ସଂସଦମାର୍ଗ ପୋଲିସ ଷ୍ଟେସନରେ ହସ୍ତାନ୍ତର କରିଥିଲେ ।

    ମୌସୁମୀ ଅଧିବେଶନ ସରିବାର ଦିନକ ପରେ ଏହି ଘଟଣା ଘଟିଛି । ଗତବର୍ଷ ମଧ୍ୟ ସମାନ ଘଟଣା ଘଟିଥିଲା । ଜଣେ ଯୁବକ ପାଚେରୀ ଡେଇଁ ସଂସଦ ଭବନ ଭିତରକୁ ପ୍ରବେଶ କରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.5 ° C
    24.5 °
    24.5 °
    48 %
    2.4kmh
    0 %
    Fri
    25 °
    Sat
    39 °
    Sun
    39 °
    Mon
    37 °
    Tue
    38 °

    ସମ୍ବନ୍ଧିତ