Monday, October 6, 2025
28.3 C
Odisha

    ସକାଳୁ ଖାଲି ପେଟରେ ଖାଆନ୍ତୁ ଘିଅ, ଏମିତି ଖାଇଲେ ମିଳିଥାଏ ଏହି ସବୁ ଫାଇଦା

    ଆଗକୁ ପଢନ୍ତୁ

    ସାଧାରଣତଃ ସକାଳୁ ଉଠିବା ମାତ୍ରେ ଅଧିକାଂଶ ଲୋକଙ୍କର ଚା କିମ୍ବା କଫି ପିଇବାର ଅଭ୍ୟାସ ଥାଏ । ଆଉ କିଛି ଲୋକ ସିଧା ଜଳଖିଆ କରିବାକୁ ଉଚିତ ଭାବିଥାନ୍ତି । ହେଲେ ଏମିତି କିଛି ଲୋକ ଅଛନ୍ତି ଯିଏ ନିଜର ସ୍ୱାସ୍ଥ୍ୟକୁ ନେଇ ଖୁବ୍ ସଚେତନ ଥାନ୍ତି ଏବଂ ସେମାନେ ସକାଳେ ଉଠିବା ପରେ ଗରମ ପାଣି ଓ ମହୁ ଖାଇଥାନ୍ତି ।

    ଆପଣ ଜାଣନ୍ତି କି, ସକାଳେ ଖାଲି ପେଟରେ ଘିଅ ଖାଇବା ଦ୍ବାରା ଆମକୁ ଅନେକ ଫାଇଦା ମିଳିଥାଏ । ଯାହା ଏକ ଭଲ ଅଭ୍ୟାସ ବୋଲି ବିବେଚନା କରାଯାଏ । କିନ୍ତୁ ପ୍ରାୟତଃ ଲୋକେ ଘିଅକୁ ପସନ୍ଦ କରିନଥାନ୍ତି । ଆୟୁର୍ବେଦ ଅନୁସାରେ ସକାଳେ ଖାଲି ପେଟରେ ଜଳଖିଆ ପୂର୍ବରୁ ଘିଅ ଖାଇବା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭ ହୋଇଥାଏ । ଘିଅ କେବଳ ସ୍ବାସ୍ଥ୍ୟ ପାଇଁ ଭଲ ହୋଇ ନଥାଏ ବରଂ ତ୍ବଚା ପାଇଁ ମଧ୍ୟ ବେଷ୍ଟ ହୋଇଥାଏ । ତେବେ ଆସନ୍ତୁ ଘିଅ ଖାଇବାର ଫାଇଦା ସମ୍ପର୍କରେ ଜାଣିବା ।

    ତ୍ୱଚାରେ ଚମକ ଆଣେ : ଅଳ୍ପ ଘିଅ ସେବନ କରିବାରେ ଆପଣଙ୍କ କୋଷିକାଗୁଡିକ ପୁନର୍ଜୀବିତ ହୋଇଥାଏ । ତ୍ୱଚାରେ ପ୍ରାକୃତିକ ଚମକ ଦେଖାଦିଏ । ଘିଅ ଆପଣଙ୍କର ଚର୍ମର ନାଚୁରାଲ୍ କୋମଳତାକୁ ବଜାୟ ରଖେ । ଚର୍ମକୁ ଶୁଷ୍କତାରୁ ବଂଚାଇଥାଏ ।

    ଗଣ୍ଠିଗୁଡିକୁ ଆରାମ ଦିଏ : ଘିଅକୁ ସେବନ କରିବା ଦ୍ୱାରା ଗଣ୍ଠି ସମସ୍ୟା ଉପୁଜିନଥାଏ । କାରଣ ଘିଅ ଏକ ନାଚୁରାଲ୍ ଲୁବ୍ରିକାଣ୍ଟ ଭଳି କାମ କରିଥାଏ । ଘିଅରେ ଓମେଗା ୩ ଫ୍ୟାଟି ଏସିଡ୍ ମଧ୍ୟ ଥାଏ । ଯାହା ଅଷ୍ଟିଓ-ପୋରୋସିସ୍ ହେବାର ସମ୍ଭାବନାକୁ କମ୍ କରିଥାଏ । ଏଥିସହ ହାଡକୁ ମଜବୁତ କରିବାରେ ବଡ଼ ଭୂମିକା ନିର୍ବାହ କରିଥାଏ ।

    ମସ୍ତିଷ୍କକୁ ବିକଶିତ କରିଥାଏ : ଯଦି ଆପଣ ଘିଅକୁ ସକାଳେ ଖାଲି ପେଟରେ ସେବନ କରୁଛନ୍ତି ତ ଆପଣଙ୍କର ମସ୍ତିଷ୍କର କୋଷିକାଗୁଡିକୁ ଆକ୍ଟିଭ୍ ରଖେ । ଯାହା ଆପଣଙ୍କର ସ୍ମୃତିଶକ୍ତି କ୍ଷମତାକୁ ବଢାଇଥାଏ । ଏହାର ସେବନ ଦ୍ୱାରା ଆପଣଙ୍କୁ ଅଲଜିମର ଭଳି ରୋଗ ହେବାର ସମ୍ଭାବନା କମିଯାଇଥାଏ ।

    ଓଜନକୁ ନିୟନ୍ତ୍ରଣ କରେ : ଲୋକଙ୍କ ମଧ୍ୟରେ ଏହା ଏକ ବଡ ଭ୍ରମ ଥାଏ କି ଘିଅର ବ୍ୟବହାର କରିବା ଦ୍ୱାରା ତାଙ୍କର ଓଜନ ବଢିଥାଏ । କିନ୍ତୁ ଆପଣ ଯଦି ଖାଲି ପେଟରେ ୫ରୁ ୧୦ ଏମଏଲ ଘିଅ ସେବନ କରିବେ ତ ଏହାଦ୍ୱାରା ଆପଣଙ୍କର ମେଟାବୋଲିକ ରେଟ୍ ବଢିଥାଏ ଏବଂ ଆପଣଙ୍କର ଓଜନ କମ୍ ହୋଇଥାଏ ।

    କେଶ ଝଡିବା ରୋକିଥାଏ : ସକାଳେ ଖାଲି ପେଟରେ ଘିଅ ସେବନ କରିବା ଦ୍ୱାରା କେଶ ଝଡିବା ବନ୍ଦ ହୋଇଥାଏ । କାରଣ ଏଥିରୁ ପୁରା ନ୍ୟୁଟ୍ରିଏଣ୍ଟ ମିଳିଥାଏ । ଫଳରେ କେଶର କୋମଳତା , ଚମକତା ଆସିଥାଏ । ଏବଂ କେସ ଝଡିବା ରୋକିଥାଏ ।

    କ୍ୟାନସର ରୋଗରୁ ମୁକ୍ତି ମିଳେ : ଘିଅରେ ଆଣ୍ଟି-କ୍ୟାନସର ଗୁଣ ରହିଛି । ଯାହା ଆପଣଙ୍କ ଶରୀରରେ କ୍ୟାନସର କୋଷକୁ ବଢିବାରେ ରୋକିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.3 ° C
    28.3 °
    28.3 °
    76 %
    1.3kmh
    86 %
    Mon
    30 °
    Tue
    29 °
    Wed
    29 °
    Thu
    28 °
    Fri
    29 °

    ସମ୍ବନ୍ଧିତ