Thursday, March 26, 2026
23.8 C
Odisha

    ସକାଳୁ ସକାଳୁ ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୩ ଜୀବନ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ରାଜଧାନୀ ଭୁବନେଶ୍ୱର ବଡ଼ଗଡ଼ ଥାନା ଟଙ୍କପାଣି ସାଇ ମନ୍ଦିର ନିକଟରେ ମଙ୍ଗଳବାର ସକାଳୁ ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କାର୍‌-ବାଇକ ଧକ୍କାରେ ୩ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ହେଲେ ୩ଜଣ ଯୁବକ ଜିଜିପି କଲୋନୀରେ ରହୁଥିବା ଜଣାପଡିଛି।

    ମିଳିଥିବା ସୂଚନା ମୁତାବକ, ଜଗତସିଂହପୁରରୁ ଏକ କାର୍‌ ପୁରୀ ଅଭିମୁଖେ ଯାଉଥିଲା। ହେଲେ ଟଙ୍କପାଣି ସାଇ ମନ୍ଦିର ନିକଟରେ କାର୍‌-ବାଇକ୍‌ ମଧ୍ୟରେ ଧକ୍କା ହୋଇଥିଲା। ଫଳରେ ବାଇକ୍‌ରେ ଥିବା ୩ଜଣ ଯୁବକ ଗୁରୁତର ଆହତ ହୋଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇଥିଲା। ସେଠାରେ ଡାକ୍ତର ୩ଜଣ ଯୁବକଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ କାର୍‌ ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    67 %
    1kmh
    18 %
    Thu
    38 °
    Fri
    40 °
    Sat
    39 °
    Sun
    40 °
    Mon
    41 °

    ସମ୍ବନ୍ଧିତ