Tuesday, May 5, 2026
34.5 C
Odisha

    ସକାଳୁ ହଳଦୀ ପାଣି ପିଇବାର ରହିଛି ଅନେକ ଲାଭ, ଜାଣନ୍ତୁ ଏହାର ଉପକାର

    ଆଗକୁ ପଢନ୍ତୁ

    ରୋଷେଇ ଘରେ ମିଳୁଥିବା ମସଲାମାନଙ୍କ ମଧ୍ୟରେ ହଳଦୀ ଅନ୍ୟତମ ।ଏହା କେବଳ ଖାଦ୍ୟର ରଙ୍ଗକୁ ବଢ଼ିନଥାଏ ବରଂ ସ୍ୱାସ୍ଥ୍ୟ ଉପଯୋଗୀ ମଧ୍ୟ ହୋଇଥାଏ ।  ହଳଦୀରେ ମିଳୁଥିବା ସମସ୍ତ ଉପାଦାନ ଆପଣଙ୍କ ସ୍ୱାସ୍ଥ୍ୟକୁ ବହୁତ ପରିମାଣରେ ଲାଭ ଦେଇଥାଏ । ଯଦି ଆପଣ ଫିଟ୍ ରହିବାକୁ ଚାହୁଛନ୍ତି, ତେବେ ଆପଣ ନିଶ୍ଚିନ୍ତ ଖାଦ୍ୟରେ ହଳଦୀକୁ ସାମିଲ କରନ୍ତୁ ।  ପୂର୍ବ କାଳରୁ ହିଁ କୁହାଯାଏ ଯେ ହଳଦୀ ଔଷଧୀୟ ଗୁଣରେ ଭରପୂର ।  ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ତେବେ ହଳଦି ପାଣି ପିଇବାର ଫାଇଦା ବିଷୟରେ ଆସନ୍ତୁ ଜାଣିବା ।

    ଇମୁ୍ୟନ୍‌ ସିଷ୍ଟମକୁ ମଜବୁତ୍‌ ରଖେ :

    ହଳଦୀ ପାଣିରେ ଆଣ୍ଟି-ବ୍ୟାକେ୍ଟରିଆଲ୍‌ ଏବଂ ଆଣ୍ଟି-ଭାଇରାଲ୍‌ ଗୁଣ ମିଳିଥାଏ । ଯାହା ଆପଣଙ୍କ ଇମୁ୍ୟନ୍‌ ସିଷ୍ଟମକୁ ବହୁ ପରିମାଣରେ ମଜବୁତ୍‌ କରିପାରିବ । ଯଦି ରୋଗରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ନିୟମିତ ଭାବରେ ହଳଦୀ ପାଣି ପିଇବା ଆରମ୍ଭ କରନ୍ତୁ । ଏହା ବ୍ୟତୀତ, ହଳଦୀ ପାଣି ପିଇଲେ ଗ୍ୟାସ୍‌, କୋଷ୍ଠକାଠିନ୍ୟ ଭଳି ଅନେକ ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇପାରିବେ ।

    ଓଜନ କମ ହୋଇଥାଏ :

    ଯଦି ଆପଣ ନିଜର ଓଜନ କମ୍‌ କରିବାକୁ ଚାହୁଁଛନ୍ତି, ତେବେ ଖାଲି ପେଟରେ ହଳଦୀ ପାଣି ପିଇବା ଆରମ୍ଭ କରନ୍ତୁ । ଏହା ସହ, ହଳଦୀ ପାଣି ପିଇବା ଦ୍ୱାରା ଆପଣଙ୍କ ଶରୀରରେ ମେଟୋବୋଲିଜମ୍‌ ବୃଦ୍ଧି ପାଇଥାଏ । ଆପଣଙ୍କ ଏହି ହଳଦୀ ପାଣିକୁ ନିଜର ଡାଏଟରେ ସାମିଲ କରି ମଧ୍ଯ କୋଲେଷ୍ଟ୍ରଲ ଲେବୁଲ୍‌କୁ ମଜବୁତ୍‌ କରିପାରିବେ । ତେବେ ଡାଇବେଟିସ୍‌ ରୋଗୀଙ୍କୁ ହଳଦୀ ପାଣି ପିଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

    ସ୍କିନ୍‌ ପାଇଁ ମଧ୍ୟ ଲାଭଦାୟକ :

    ଆପଣ ଭାବୁଛନ୍ତି କି? ହଳଦୀ ପାଣି ପିଇଲେ ଖାଲି ସ୍ୱାସ୍ଥ୍ୟ ଭଲ ରୁହେ ତେବେ ଆପଣ ଏହା ଭୁଲ ଭାବୁଛନ୍ତି । ହଳଦୀ ପାଣି ପିଇବା ଦ୍ୱାରା ଆମ ସ୍କିନ୍‌ ମଧ୍ୟ ଭଲ ରହିଥାଏ । ଏହି ନେଚୁରାଲ୍‌ ଡ୍ରିଙ୍କକୁ ସଠିକ୍‌ ଉପାୟରେ ଏବଂ ସଠିକ୍‌ ପରିମାଣରେ ପିଇବା ଦ୍ୱାରା ଆପଣ ସୁସ୍ଥ ଅନୁଭବ କରିବେ । ସେଥିପାଇଁ ଯଦି ଆପଣ ଫିଟ୍ ରହିବାକୁ ଚାହୁଛନ୍ତି, ତେବେ ନିଜ ଡାଏଟରେ ହଳଦୀ ପାଣି ସାମିଲ୍ କରନ୍ତୁ । ଦେଖିବେ ଏପରି ଭାବେ ଆପଣଙ୍କୁ ଅନେକ ପ୍ରକାରର ସ୍ଵାସ୍ଥ୍ୟ ଉପକାରିତା ମିଳିବ ।

    କ୍ୟାନ୍ସର ରୋଗରୁ ରକ୍ଷା କରିଥାଏ :

    ହଳଦୀ ପାଣିରେ ଆଣ୍ଟି-ଅକ୍ସିଡେଣ୍ଟ ବା ଆଣ୍ଟିଥେସିସ୍ ରହିଥାଏ । ଯାହା ଏହି ରୋଗରୁ ମୁକ୍ତି ଦେବାରେ ସହାୟକ କରିଥାଏ । ଏହି ରୋଗ ପାଇଁ ହଳଦୀ ପାଣି ବେଷ୍ଟ ବୋଲି ବିବେଚନା କରାଯାଉଛି ।

    ପେଟ ରୋଗ ଏବଂ ଛାତି ରୋଗ ପାଇଁ ଲାଭକାରୀ ହୋଇଥାଏ :

    ସକାଳୁ ଖାଲି ପେଟରେ ହଳଦୀ ପାଣି ସେବନ କରିବା ଦ୍ୱାରା ଆମର ପାଚନ ଶକ୍ତି ମଜବୁତ ହୋଇଥାଏ । ଏହା ସେବନ କରିବା ଦ୍ୱାରା ପେଟ ସଫା ରହିଥାଏ ଏବଂ ଭୋକ ମଧ୍ୟ ଲାଗିଥାଏ । ଏହା ବ୍ୟତୀତ ହଳଦୀ ଅତ୍ୟଧିକ ମୋଟାପଣ ଏବଂ କୋଲେଷ୍ଟ୍ରଲର ମାତ୍ରାକୁ କମ୍ କରିଥାଏ ।

    ଗଣ୍ଠି ଜନିତ ସମସ୍ୟା ଦୂର କରିଥାଏ :

    ଗଣ୍ଠି ଜନିତ ସମସ୍ୟା ଥିବା ଲୋକମାନଙ୍କ ପାଇଁ ହଳଦୀ ପାଣି ବହୁତ ଫଳପ୍ରଦ ହୋଇଥାଏ ।  ହଳଦୀ ଗଣ୍ଠି ଯନ୍ତ୍ରଣାକୁ ଦୂର କରିବାରେ ସାହାଯ୍ୟ କରିଥାଏ ।

    ମଧୁମେହରୁ ରକ୍ଷା କରିଥାଏ :

    ହଳଦୀ ସେବନ କରିବା ଦ୍ୱାରା ମଧୁମେହ ରୋଗକୁ ନିୟନ୍ତ୍ରଣ କରିଥାଏ । ଏହା ବ୍ୟତୀତ ହଳଦୀ ପାଣି କିଡନି ପାଇଁ ଲାଭକାରୀ ହୋଇଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.5 ° C
    34.5 °
    34.5 °
    39 %
    2.2kmh
    9 %
    Tue
    38 °
    Wed
    37 °
    Thu
    39 °
    Fri
    40 °
    Sat
    41 °

    ସମ୍ବନ୍ଧିତ