Friday, October 2, 2026
25.2 C
Odisha

    ଖରାଦିନେ ତ୍ୱଚା ପାଇଁ ପୁଦିନା,ଗ୍ଲୋ କରିବ ସ୍କିନ୍

    ଆଗକୁ ପଢନ୍ତୁ

    ପୁଦିନାକୁ ଆୟୁର୍ବେଦରେ ବହୁତ ପ୍ରଭାବଶାଳୀ ବୋଲି ଗଣାଯାଏ । ଏଥିରେ ସ୍ୱାଦ, ସୌନ୍ଦର୍ଯ୍ୟ ଓ ସୁଗନ୍ଧର ବହୁତ ଭଲ ସଙ୍ଗମ ରହିଛି । ପୁଦିନା ବିଷୟରେ କୁହାଯାଏ କି, ଏହା ୧୨ ମାସ ମଧ୍ୟରେ ଯେତେବେଳେ ବି ବ୍ୟବହାର କରାଯାଇପାରିବ । ଏହା ସବୁବେଳେ ସୁଗନ୍ଧ ଭରା ରହିଥାଏ । ପୁଦିନା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା ଆମ ତ୍ୱଚା ପାଇଁ ମଧ୍ୟ ବହୁତ ଲଭଦାୟୀ ହୋଇଥାଏ । ତେବେ ଆସନ୍ତୁ ତ୍ୱଚାରେ ପୁଦିନା ପତ୍ର ଲଗାଇବାର ଫାଇଦା ବିଷୟରେ ଜାଣିବା ।

    ଯଦି ଆପଣ ଖରାଦିନେ ତେଲିଆ ମୁହଁରୁ ଆରାମ ପାଇବାକୁ ଚାହାଁନ୍ତି, ତେବେ ଆପଣ ପୁଦିନା ପତ୍ର ବ୍ୟବହାର କରିପାରିବେ । ଚର୍ମକୁ ଥଣ୍ଡା କରିବାରେ ଏହା ବହୁତ ସାହାଯ୍ୟ କରିଥାଏ । ଚର୍ମକୁ ଭିତରୁ ଥଣ୍ଡା ରଖିବାରେ ପୁଦିନା ପତ୍ର ଖୁବ ସାହାଯ୍ୟକାରୀ । ଏହାକୁ ବ୍ୟବହାର କରି ଆପଣ କୋମଳ ଏବଂ ନରମ ତ୍ୱଚା ପାଇପାରିବେ । ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ଚର୍ମ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥାଏ । ଏହି ଋତୁରେ ଚର୍ମ ଶୁଷ୍କ ଏବଂ ଖରାପ ହୋଇଯାଏ ।

    ଖରାଦିନ ସମୟରେ ନିଜ ଚର୍ମକୁ ସୁସ୍ଥ ରଖିବାରେ ପୁଦିନା ପତ୍ରର ବ୍ୟବହାର ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହୋଇପାରେ । ଏହା ସ୍କିନରେ ଗ୍ଲୋ ଆଣିଥାଏ ଏବଂ ଦାଗହୀନ ମଧ୍ୟ କରିଥାଏ । ତେବେ ଆପଣ ଏହି ପୁଦିନା ପତ୍ରକୁ ବିଭିନ୍ନ ଉପାୟରେ ବ୍ୟବହାର କରିପାରିବେ । ପୁଦିନା ପତ୍ରକୁ ପ୍ରଥମେ ପାଣିରେ ଫୁଟାନ୍ତୁ, ଥଣ୍ଡା ହେବା ପରେ ଏହାକୁ ଛାଣନ୍ତୁ ଏବଂ ତୁଳା ସାହାଯ୍ୟରେ ଏହି ପାଣିକୁ ମୁହଁରେ ଲଗାନ୍ତୁ । ଚିନି ସହିତ ପୁଦିନା ପତ୍ରକୁ ଗ୍ରାଇଣ୍ଡ୍ କରି ଆପଣ ଏକ ସ୍କ୍ରବ୍ ମଧ୍ୟ ପ୍ରସ୍ତୁତ କରିପାରିବେ ।

    ପୁଦିନା ପତ୍ରକୁ ପେଶି ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାପରେ ଉକ୍ତ ପେଷ୍ଟକୁ ପାଣିରେ ପକାଇ ଚେହେରାରେ ବାମ୍ଫ ନିଅନ୍ତୁ । ଏହାଦ୍ୱାରା ଚର୍ମ କୁଞ୍ଚନ ଦୂର ହୋଇଯିବ ଏବଂ ତ୍ୱଚା ସତେଜ ରହିବ ।ଦହି କିମ୍ବା ମହୁ ସହିତ ପୁଦିନା ପତ୍ରକୁ ଗ୍ରାଇଣ୍ଡ କରି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ, ଏହି ପେଷ୍ଟକୁ ମୁହଁ ଏବଂ ବେକରେ ୨୦ ମିନିଟ୍ ପର୍ଯ୍ୟନ୍ତ ଲଗାନ୍ତୁ, ତା’ପରେ ଏହାକୁ ଧୋଇ ଦିଅନ୍ତୁ । ସେନ୍ସେଟିଭ ସ୍କିନ ଥିବା ବ୍ୟକ୍ତିମାନେ ଏହୁ ପୁଦିନା ପତ୍ରର ଫେସ ପ୍ୟାକ୍ ବ୍ୟବହାର କରିବା ପୂର୍ବରୁ ପରୀକ୍ଷା କରିବା ଉଚିତ, କାରଣ କିଛି ଲୋକ ଏଥିରେ ଆଲର୍ଜି ହୋଇପାରନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ