Sunday, October 4, 2026
30.6 C
Odisha

    ସକାଳେ ଖାଲି ପେଟରେ କରନ୍ତୁ ‘ପବନ ମୁକ୍ତ’ ଆସନ: ରୋଗରୁ ପାଆନ୍ତୁ ମୁକ୍ତି

    ଆଗକୁ ପଢନ୍ତୁ

    ଭୁଲ୍ ଖାଦ୍ୟପେୟ ଯୋଗୁଁ ଆଜିକାଲି ଲୋକମାନେ ଗ୍ୟାସ୍, ଅମ୍ଳତା ଓ କୋଷ୍ଠକାଠିନ୍ୟ ପରି ସମସ୍ୟା ସାମ୍ନା କରୁଛନ୍ତି। ଏହାକୁ ସାଧାରଣ ଭାବି ଲୋକମାନେ ମେଡିସିନ୍ ଭରସାରେ ବଞ୍ଚୁଛନ୍ତି। ହେଲେ ଏପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯୋଗାସନ ହେଉଛି ବେଷ୍ଟ। ପ୍ରତିଦିନ ସକାଳେ ଖାଲି ପେଟରେ ‘ପବନ ମୁକ୍ତ ଆସନ’ କଲେ ଏହି ସବୁ ରୋଗରୁ ମୁକ୍ତି ମିଳିଥାଏ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି। ତା’ହେଲେ ଆସନ୍ତୁ କରିବା ‘ପବନମୁକ୍ତ ଆସନ’। ଆଉ ଜାଣିବା ଏହି ଆସନର ଫାଇଦା।

    ପବନ ମୁକ୍ତ ଆସନ କ’ଣ?: ସଂସ୍କୃତ ଶବ୍ଦ ‘ପବନ’ ଅର୍ଥ ବାୟୁ। ‘ମୁକ୍ତ’ ଅର୍ଥ ମୁକ୍ତ କରିବା। ଏହି ଆସନ ଶରୀରରେ ଜମିଥିବା ଅତିରିକ୍ତ ବାୟୁକୁ ବାହାର କରିବାରେ ସାହାଯ୍ୟ କରିଥାଏ। ଏହା ପେଟ ଓ ହଜମ ତନ୍ତ୍ର ପାଇଁ ଅତ୍ୟନ୍ତ ଲାଭଦାୟକ।

     

     

    କିପରି କରିବେ?: ପିଠି ଉପରେ ସିଧା ଶୁଅନ୍ତୁ। ଦୁଇ ପାଦ ଏକାଠି ରଖନ୍ତୁ। ଶ୍ୱାସ ନେଇ ଡାହାଣ ଆଣ୍ଠୁକୁ ଛାତି ପାଖକୁ ଆଣନ୍ତୁ। ଦୁଇ ହାତରେ ଧରନ୍ତୁ। ମୁଣ୍ଡକୁ ଟିକେ ଉଠାଇ ଆଣ୍ଠୁରେ ନାକ ଲଗାଇବାକୁ ଚେଷ୍ଟା କରନ୍ତୁ। ୨୦ରୁ ୩୦ ସେକେଣ୍ଡ ଏହି ଅବସ୍ଥାରେ ରୁହନ୍ତୁ। ପୁଣି ସେହିପରି ବାମ ପାଦରେ କରନ୍ତୁ। ଶେଷରେ ଦୁଇ ପାଦ ଏକାଠି କରି କରନ୍ତୁ। ଦିନକୁ ୩ରୁ ୪ ଥର ଏହି ଆସନ କରନ୍ତୁ।

    ଲାଭ: ଗ୍ୟାସ ଓ ଅମ୍ଳତା ଦୂର କରିଥାଲ। ହଜମ ଶକ୍ତି ବଢ଼ିଥାଏ। କୋଷ୍ଠକାଠିନ୍ୟ ଦୂର ହୋଇଥାଏ। ପେଟର ଚର୍ବି କମେ। କମର ପତଳା ହୋଇଥାଏ। ପିଠି ଯନ୍ତ୍ରଣାରେ ଆରାମ ମିଳିଥାଏ।

    କେଉଁମାନେ କରିବେ ନାହିଁ: ଗର୍ଭବତୀ ମହିଳା, ହାର୍ଟ ରୋଗୀ ଓ ହାଇ ବ୍ଲଡ୍ ପ୍ରେସର ଥିବା ବ୍ୟକ୍ତିମାନେ ଏହି ଆସନ କରିବା କଥା ନୁହେଁ। ଯଦି କରିବାକୁ ଚାହୁଁଛନ୍ତି, ତାହାହେଲେ ଡାକ୍ତରଙ୍କ ପରାମର୍ଶ ନେଇ ଏହି ଆସନ କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ