Tuesday, August 12, 2025
26.9 C
Odisha

    ସଚିବସ୍ତରୀୟ ବୈଠକ; ୧୦ଟି ଦିଗ ଉପରେ ଫୋକସ୍ କରିବାକୁ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ସଚିବ ସ୍ତରୀୟ ବୈଠକ । ବୈଠକରେ ୧୦ଟି ଦିଗ ଉପରେ ଫୋକସ ଦିଆଯାଇଛି। ୧୦ ଦିଗକୁ ଫୋକସ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି ରାଜ୍ୟର ସବୁ ଅଫିସରେ ଲାଗିବ ଏଆଇ କ୍ୟାମେରା । ପ୍ରଥମେ ଖାରବେଳ ଭବନ ଓ ଲୋକସେବା ଭବନରେ ଲାଗିବ କ୍ୟାମେରା । ପରେ ଜିଲ୍ଳା ସ୍ତରୀୟ ସବୁ ସରକାରୀ ଅଫିସରେ AI କ୍ୟାମେରା ଲଗାଯିବ ।

    ସେହିପରି CMଙ୍କ ଅଫିସରୁ ଆସୁଥିବା UI ନୋଟ୍‌ର ତୁରନ୍ତ ଉତ୍ତର ସହ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଧାରିତ ସମୟରେ ଅଧିକାରୀମାନେ ଅଫିସ୍‌ ଆସିବା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଭଲ ପ୍ରଦର୍ଶନ ନଥିବା ଅଧିକାରୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ହୋଇଛି । ସୁପ୍ରଦର୍ଶନରେ ସୁଧାର ନଆସିଲେ ଆଗୁଆ ଅବସରରେ ଗୁରୁତ୍ୱ ଦିଆଯିବ । ଲୋକଙ୍କୁ ସେବା ପ୍ରଦାନରେ ବିଳମ୍ବର ଅନୁଧ୍ୟାନ କରିବାକୁ ବୈଠକରେ କୁହାଯାଇଛି ।

    ସେହିପରି ଅକ୍ଟୋବର ମାସରୁ ଆରମ୍ଭ ହେବ CM ଡାସ୍‌ ବୋର୍ଡ । କେନ୍ଦ୍ରୀୟ ସ୍କିମ ପ୍ରତିମାସ ୭ ତାରିଖରେ ଜିଲ୍ଲାପାଳ ସମୀକ୍ଷା କରିବେ । ୨ ତାରିଖରେ ଜଙ୍ଗଲ ଓ ପରିବେଶ ବିଭାଗ ଓ ରାଜସ୍ୱ ବିଭଗ ସମୀକ୍ଷା କରିବେ । ସବୁ ବିଭାଗ ସେମାନଙ୍କ ବିଭାଗର ଖର୍ଚ୍ଚ ବୃଦ୍ଧି ଉପରେ ଗୁରୁତ୍ବ ଦେବେ ବୋଲି କୁହାଯାଇଛି । ଅଫିସରଙ୍କୁ ଫିଲ୍ଡ ଭିଜିଟ ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ହୋଇଛି । ଏନ୍‌ଫୋର୍ସମେଣ୍ଟ ଉପରେ ସରକାରଙ୍କ ଗୁରୁତ୍ବ ବୋଲି ବୈଠକରେ କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.9 ° C
    26.9 °
    26.9 °
    81 %
    0.6kmh
    98 %
    Tue
    27 °
    Wed
    30 °
    Thu
    29 °
    Fri
    31 °
    Sat
    29 °

    ସମ୍ବନ୍ଧିତ