Monday, March 23, 2026
29.4 C
Odisha

    ସଡ଼କ ଦୁର୍ଘଟଣାରେ ଚାଲିଗଲା ନବବିବାହିତାଙ୍କ ଜୀବନ

    ଆଗକୁ ପଢନ୍ତୁ

    ବାଲେଶ୍ୱର : ବସ୍ତା ଥାନା,ଅମର୍ଦ୍ଦାରୋଡ଼ ୧୬ ନମ୍ବର ଜାତୀୟ ରାଜପଥର ଭେଲୋରା ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଜଣେ ନବ ବିବାହିତାଙ୍କର ମୃତ୍ୟୁ ଘଟିଥିବାବେଳେ ସ୍ବାମୀ ଆହତ ହୋଇଛନ୍ତି। ମୃତ ମହିଳା ଜଣକ ହେଲେ ସୋର ଥାନା ବେଲପୁର ଅଞ୍ଚଳର ଜବୁ ବକ୍କର ସିଦ୍ଦିକଙ୍କ ପତ୍ନୀ କରିସ୍ମା ଖାତୁନ(୨୮)। ଘଟଣା ଅନୁସାରେ ଅଢେଇ ମାସ ପୂର୍ବେ ବାଲେଶ୍ବର ଜିଲ୍ଲା ଚନ୍ଦନେଶ୍ବର ଅଞ୍ଚଳରେ କନିଷ୍ଠ ଶିକ୍ଷକ ଚାକିରି ପାଇଥିବା ଜବୁ ବକ୍କର ଗତ ଜାନୁଆରୀ ୧୦ ତାରିଖରେ କରିସ୍ମାଙ୍କୁ ବିବାହ କରିଥିଲେ। ପରେ ଉଭୟେ ଏକତ୍ରିତ ହୋଇ ରହୁଥିଲେ। ତେବେ ଦୁହେଁ ଆଜି ପୂର୍ବାହ୍ଣ ୯:୩୦ ସମୟରେ ଏକ ସ୍କୁଟି (ଓଡ଼ି ୦୧ ଏଓ୍ବାଇ ୯୦୭୨) ଯୋଗେ ସୋର ଠାରେ ଥିବା ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାଲାଗି ବାହାରିଥିଲେ।ଏହି ସମୟରେ ଜଳେଶ୍ବର-ବାଲେଶ୍ବର ଜାତୀୟ ରାଜପଥର ଭୋଲୋରା ସେର-ଇ-ପଞ୍ଜାବ ହୋଟେଲ ସମ୍ମୁଖରେ ହମ୍ପସଟିଏ ଥିବା ପୂର୍ବାନୁମାନ ନକରି ପାରି ହମ୍ପସ ମଝିରେ ଥିବା ଫାଙ୍କା ରାସ୍ତା ଦେଇ ପାରି ହେବା ଉଦ୍ଦେଶ୍ୟରେ ଜବୁ ସ୍କୁଟିଟିକୁ ହଠାତ୍ କାଟି ଦେବାରୁ କରିସ୍ମା ରାସ୍ତାର ଡ଼ାହାଣ ପାର୍ଶ୍ବକୁ ଏବଂ ଭାରସାମ୍ୟ ହରାଇ ସ୍କୁଟି ସହ ଜବୁ ରାସ୍ତାର ବାମ ପାରିକୁ ପଡ଼ିଯାଇଥିଲେ। ଫଳରେ ପଛରୁ ଆସୁଥିବା ଟ୍ରେଲର (ଆରଜେ ୦୬ଜିଡ଼ି ୯୪୭୩) କରିସ୍ମାଙ୍କ ଉପରକୁ ମାଡ଼ିଯାଇଥିଲା। ଘଟଣାସ୍ଥଳରେ କରିସ୍ମାଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଜବୁଙ୍କୁ ଉଦ୍ଧାର କରାଯାଇ ବସ୍ତା ହସ୍ପିଟାଲକୁ ପଠାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.4 ° C
    29.4 °
    29.4 °
    24 %
    1.1kmh
    0 %
    Mon
    33 °
    Tue
    36 °
    Wed
    37 °
    Thu
    39 °
    Fri
    40 °

    ସମ୍ବନ୍ଧିତ