Tuesday, September 17, 2024
24.1 C
Odisha

    ସଦାବିହାରୀ ଫୁଲର ଉପକାରିତା

    ଆଗକୁ ପଢନ୍ତୁ

    ଆମ ଚତୁର୍ପାଶ୍ୱରେ ରହିଛି ଏଭଳି କିଛି ଗଛ ବୃକ୍ଷ ଯାହାକି ଆମ ଶରୀର ପାଇଁ ଖୁବ ଉପଯୋଗୀ l ସେହିଭଳି କିଛି ଫୁଲ ମଧ୍ୟ ରହିଛି ଯାହାର ଔଷଧୀୟ ଗୁଣ ଆମେ ଜାଣିନଥାଉ ।ତେବେ ଆସନ୍ତୁ ଜାଣିବା ସଦାବିହାରୀ ଫୁଲ ବିଷୟରେ –
     ନିୟମିତ ସଦାବିହାରୀ ଫୁଲ ସେବନ କରିବା ଦ୍ୱାରା ଆମ ଶରୀରରେ  ଆଣ୍ଟିହାଇପରଟେନ୍ସିବ୍ ଏଜେଣ୍ଟ ସକ୍ରିୟ ହୋଇଥାଏ l ଯାହା ବ୍ଲଡ଼ପ୍ରେସରକୁ ନିୟନ୍ତ୍ରଣ କରିଥାଏ l ଯଦି ଆପଣ ଉଚ୍ଚ ରକ୍ତଚାପ ସମସ୍ୟାରେ ପୀଡିତ ହୋଇଛନ୍ତି ତେବେ ସଦାବିହାରୀ ଫୁଲ ସେବନ କରିପାରିବେ l
    ନର୍ଭ ଦୁର୍ବଳ ହେବା ଦ୍ୱାରା ବିଭିନ୍ନ ଶାରୀରିକ ସମସ୍ୟା ଦେଖା ଯାଇଥାଏ l ଯେପରିକି ଗୋଡ଼ ଥରିବା, ହାତ ଥରିବା କାମ କରିବାକୁ ସକ୍ଷମ ନହେବା ଭଳି ସମସ୍ୟା ଦେଖା ଯାଇଥାଏ l ଏପରି ସ୍ଥିତିରେ ସଦାବିହାରୀ ଫୁଲରେ ପ୍ରସ୍ତୁତ କାଢା ନିୟମିତ ସେବନ କରନ୍ତୁ l
    ସଦାବିହାରୀ ଫୁଲ ଆପଣଙ୍କ ଶରୀରରେ ବିଭିନ୍ନ ସଂକ୍ରମଣ ଓ ବ୍ୟାକଟେରିଆ ଇନଫେକ୍ସନକୁ ଅଟକାଇବାରେ ସାହାଯ୍ୟ କରିଥାଏ l
    ସଦାବିହାରୀ ଫୁଲର କାଢା ସେବନ କରିବା ଦ୍ୱାରା ଇମ୍ୟୁନିଟି ବୁଷ୍ଟ ହୋଇଥାଏ ଏବଂ ସଂକ୍ରମଣରୁ ମୁକ୍ତି ମିଳିଥାଏ l
    ସଦାବିହାରୀ ଫୁଲ ଓ ପତ୍ର ମଧୁମେହ ନିୟନ୍ତ୍ରଣ କରିଥାଏ l ମଧୁମେହ ରୋଗୀଙ୍କ ପାଇଁ ଏହା ଗୋଟିଏ ରାମ ବାଣ ସଦୃଶ ଅଟେ l ଏହି ଫୁଲଟିର କୌଣସି ସୁଗନ୍ଧ ନଥିଲେ ମଧ୍ୟ ଔଷଧୀୟ ଗୁଣରେ ଭରପୁର ହୋଇଥାଏ l ଏହାଛଡା ହାର୍ଟ ସମ୍ବନ୍ଧୀତ ରୋଗ ଠାରୁ ଆରାମ ମଧ୍ୟ ମିଳିଥାଏ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    24.1 ° C
    24.1 °
    24.1 °
    86 %
    2.4kmh
    100 %
    Mon
    24 °
    Tue
    29 °
    Wed
    29 °
    Thu
    30 °
    Fri
    28 °

    ସମ୍ବନ୍ଧିତ