Monday, February 24, 2025
17.8 C
Odisha

    ସନ୍ଧ୍ୟା ସମୟରେ ଘରର ଏହି ସ୍ଥାନରେ ଜାଳନ୍ତୁ ଦୀପ,ହେବ ଧନ ବର୍ଷା

    ଆଗକୁ ପଢନ୍ତୁ

    ସନ୍ଧ୍ୟା ସମୟରେ ଦୀପ ଜାଳିବା ଶୁଭ ବୋଲି ବିବେଚନା କରାଯାଇଥାଏ । ଜୋତିର୍ବିଦଙ୍କ କହିବା ଅନୁସାରେ, ସନ୍ଧ୍ୟା ସମୟରେ ଧନର ଦେବୀ ଲକ୍ଷ୍ମୀ ଘରେ ବସବାସ କରିଥାନ୍ତି ।ଏହା ଦ୍ବାରା ଘରେ କେବେ ଦରିଦ୍ରତା ଆସିବ ନାହିଁ । ତେବେ ଲକ୍ଷ୍ମୀ ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ଘରର କିଛି ଖାସ୍ ସ୍ଥାନରେ ଦୀପ ଜାଳିବା ଉଚିତ ବୋଲି କୁହାଯାଉଛି ।

    ସନ୍ଧ୍ୟା ସମୟରେ ଘରର ଉତ୍ତର ଦିଗରେ ଏକ ପୂର୍ଣ୍ଣ ଦୀପ ଜାଳିବା ଉଚିତ । କୁହାଯାଏ ଏହି ଦିଗରେ କୁବେର ଏବଂ ମାତା ଲକ୍ଷ୍ମୀ ବସବାସ କରନ୍ତି ।

    ସେହିପରି ଘରର ମୁଖ୍ୟଦ୍ବାରରେ ମଧ୍ୟ ଦୀପ ଜାଳନ୍ତୁ । କାରଣ ଏହା ଲକ୍ଷ୍ମୀଙ୍କର ଆଗମନ ସ୍ଥାନ ହୋଇଥାଏ । ଆପଣ ଚାହିଁଲେ ଏହି ସ୍ଥାନରେ ରଙ୍ଗୋଲି ମଧ୍ୟ ପକାଇପାରିବେ ।

    ଅନ୍ୟପଟେ ଘରେ ଯେଉଁ ସ୍ଥାନରେ ସୁନା ରଖୁଛନ୍ତି, ସେହି ସ୍ଥାନରେ ମଧ୍ୟ ଏକ ଦୀପ ଜାଳିବା ଦ୍ବାରା ଧନ ବୃଦ୍ଧି ହୋଇଥାଏ ବୋଲି କୁହାଯାଏ ।

    ଘରର ତୁଳସୀ ଚଉରା ମୂଳେ ମଧ୍ୟ ଏକ ଦୀପ ଜାଳନ୍ତୁ ।

    ସେହିପରି ପାଖରେ ରହିଥିବା ଲକ୍ଷ୍ମୀ ମନ୍ଦିର କିମ୍ବା ଅନ୍ୟ କୌଣସି ମନ୍ଦିରରେ ଦୀପ ଜାଳିବା ଦ୍ବାରା ସବୁ ଦେବାଦେବୀଙ୍କର କୃପାଦୃଷ୍ଟି ପଡିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.8 ° C
    17.8 °
    17.8 °
    33 %
    1.1kmh
    0 %
    Mon
    33 °
    Tue
    34 °
    Wed
    35 °
    Thu
    36 °
    Fri
    37 °

    ସମ୍ବନ୍ଧିତ