ସମୟର ପ୍ରତ୍ୟେକ ବ୍ୟକ୍ତି-ବିଶେଷଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଅଧିକାଂଶ ଲୋକଙ୍କୁ ହାତରେ ଘଣ୍ଟା ପିନ୍ଧିବା ବେଶ ପସନ୍ଦ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହାତର ଘଣ୍ଟା ସମୟ ବଦଳାଇଥାଏ । ତେଣୁ ରାଶି ଅନୁଯାୟୀ ସଠିକ୍ ରଙ୍ଗର ଘଣ୍ଟା ପିନ୍ଧିବା ଦ୍ୱାରା ଜୀବନରେ ସଫଳତା ସର୍ବଦା ମିଳିଥାଏ ବୋଲି ମାନ୍ୟତା ରହିଛି ।ଏହାଦ୍ଵାରା ଧନର ଆଗମନ ହୋଇଥାଏ, ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇଥାଏ । ଜାଣନ୍ତୁ ରାଶି ଅନୁଯାୟୀ ପିନ୍ଧିବେ କେଉଁ ରଙ୍ଗର ଘଣ୍ଟା..
ମେଷ- ମେଷ ରାଶି ବ୍ୟକ୍ତି ବିଶେଷଙ୍କ ସ୍ୱାମୀ ମଙ୍ଗଳ ଗ୍ରହ । ତେଣୁୁ ଏହି ରାଶି ବ୍ୟକ୍ତି ବିଶେଷ ଲାଲ, ମେରୁନ୍, ରୋଜ୍ ଗୋଲ୍ଡ ରଙ୍ଗର ଘଣ୍ଟା ପିନ୍ଧିବା ଉଚିତ୍ ।
ବୃଷ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ସ୍ୱାମୀ ଶୁକ୍ର ଗ୍ରହ । ଶୁକ୍ରଙ୍କୁ ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ ଓ ବୈଭବ ପ୍ରତୀକ ବୋଲି କୁହାଯାଏ । ଏହି ରାଶି ଲୋକେ କେବଳ ଗୋଲାପି, ଧଳା, ହାଲୁକା ସବୁଜ ରଙ୍ଗର ଘଣ୍ଟା ପିନ୍ଧି ପାରିବେ ।
ମିଥୁନ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ସ୍ୱାମୀ ବୁଧ । ଏମାନେ ହାତରେ ସବୁଜ କିମ୍ବା ହାଲୁକା ସବୁଜ ରଙ୍ଗର ଘଣ୍ଟା ପିନ୍ଧି ପାରିବେ ।
କର୍କଟ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ସ୍ୱାମୀ ଚନ୍ଦ୍ରମା। ଏମାନେ ଧଳା, ପାଉଁଶିଆ ଆଦି ରଙ୍ଗର ଘଣ୍ଟା ପିନ୍ଧି ପାରିବେ।
ସିଂହ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ସ୍ୱାମୀ ସୂର୍ଯ୍ୟ। ଏମାନେ ସୁନେଲି, ଲାଲ କିମ୍ବା କମଳା ରଙ୍ଗର ଘଣ୍ଟା ପିନ୍ଧି ପାରିବେ।
କନ୍ୟା- ଏହି ରାଶି ବ୍ୟକ୍ତି ବିଶେଷଙ୍କ ସ୍ୱାମୀ ବୁଧ । ଏମାନେ ସବୁଜ, ହାଲୁକା ମାଟିଆ ରଙ୍ଗର ଘଣ୍ଟା ପିନ୍ଧି ପାରିବେ ।
ତୁଳା- ଏହି ରାଶି ବ୍ୟକ୍ତି ବିଶେଷଙ୍କ ସ୍ୱାମୀ ଶୁକ୍ର । ଏମାନେ ଗୋଲାପି, ହାଲୁକା ନୀଳ, ପାଉଁଶିଆ ରଙ୍ଗର ଘଣ୍ଟା ପିନ୍ଧି ପାରିବେ ।
ବିଛା- ଏହି ରାଶି ବ୍ୟକ୍ତି ବିଶେଷଙ୍କ ସ୍ୱାମୀ ମଙ୍ଗଳ । ଏମାନେ ଲାଲ, କଳା କିମ୍ବା ମେରୁନ୍ ରଙ୍ଗର ଘଣ୍ଟା ପିନ୍ଧି ପାରିବେ ।
ଧନୁ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ସ୍ୱାମୀ ଗୁରୁ ଗ୍ରହ । ଏମାନେ ହଳଦିଆ, ସୁନେଲି କିମ୍ବା କମଳା ରଙ୍ଗର ଘଣ୍ଟା ପିନ୍ଧି ପାରିବେ ।
ମକର- ଏହି ରାଶି ବ୍ୟକ୍ତି ବିଶେଷଙ୍କ ସ୍ୱାମୀ ଶନି । ଏମାନେ କଳା, ପାଉଁଶିଆ, ମାଟିଆ ରଙ୍ଗର ଘଣ୍ଟା ପିନ୍ଧି ପାରିବେ ।
କୁମ୍ଭ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ସ୍ୱାମୀ ଶନି । ଏମାନେ ନୀଳ, ଗାଢ ନୀଳ, କଳା ରଙ୍ଗର ଘଣ୍ଟା ପିନ୍ଧି ପାରିବେ ।
ମୀନ- ଏହି ରାଶି ବ୍ୟକ୍ତି ବିଶେଷଙ୍କ ସ୍ୱାମୀ ଗୁରୁ ଗ୍ରହ । ଏମାନେ ଆକାଶୀ, ହାଲୁକା ବାଇଗଣୀ, ଧଳା ରଙ୍ଗର ଘଣ୍ଟା ପିନ୍ଧି ପାରିବେ ।