Wednesday, April 8, 2026
24.2 C
Odisha

    ସବୁଜ ଶକ୍ତିକୁ ଆପଣେଇବାକୁ ରାଜ୍ୟପାଳଙ୍କ ଆହ୍ୱାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାଜଭବନର ନୂଆ ଅଭିଷେକ ହଲରେ ଗଣମାଧ୍ୟମର ପ୍ରତିନିଧିମାନଙ୍କ ସହ ଆଲୋଚନା ବେଳେ ପରିବେଶ ସୁରକ୍ଷା ଏବଂ ସନ୍ତୁଳିତ ଜୀବନଯାପନ ଦିଗରେ ଏକ ଦୃଢ଼ ପ୍ରୟାସ ଭାବରେ ପ୍ରଦୂଷଣ ହ୍ରାସ କରିବା, ପୃଥିବୀକୁ ସୁରକ୍ଷିତ ରଖିବା ଏବଂ ଅଶୋଧିତ ତୈଳ ଆମଦାନୀ ହ୍ରାସ କରି ବୈଦେଶିକ ମୁଦ୍ରା ସଂଚୟ କରିବା ପାଇଁ ସବୁଜ ଶକ୍ତିକୁ ଆପଣେଇବାକୁ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ଆହ୍ୱାନ ଜଣାଇଛନ୍ତି । ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ରାଜଭବନ ଭୁବନେଶ୍ୱରରେ ଶକ୍ତି ଭିତ୍ତିଭୂମିରେ ଗ୍ରହଣ କରାଯାଇଥିବା ପରିବର୍ତ୍ତନକାରୀ ପଦକ୍ଷେପ ସଂପର୍କରେ ରାଜ୍ୟପାଳ ସୂଚନା ଦେଇଥିଲେ । ରାଜଭବନ ପରିସରରେ ୧୫୦ କିଲୋୱାଟ ସୌରଶକ୍ତି ପ୍ଲାଣ୍ଟ୍ କାର୍ଯ୍ୟକ୍ଷମ ହୋଇଛି ଏବଂ ଖୁବ ଶୀଘ୍ର ଅତିରିକ୍ତ ୪୦୦ କିଲୋୱାଟ ପ୍ଲାଣ୍ଟ୍ ସ୍ଥାପିତ ହେବାକୁ ଯାଉଛି। ଏହା ରାଜ୍ୟପାଳଙ୍କ ବାସଭବନକୁ ଏକ ନେଟ୍-ଜିରୋ ଶକ୍ତି କ୍ୟାମ୍ପସ୍ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ସବୁଜ ମିଶନକୁ ଆଗକୁ ବଢ଼ାଇବା ଉଦେ୍ଦଶ୍ୟରେ ଭାରତରେ ନିର୍ମିତ ଦୁଇ ଚକିଆ ଯାନ ଏବଂ ଅଫିସିଆଲ କାର୍ ପ୍ରଚଳନ କରାଯାଇଛି । ଯାହା, ସ୍ଥାୟୀ ଗତିଶୀଳତା ପ୍ରତି ନିର୍ଣ୍ଣାୟକ ପଦକ୍ଷେପର ସଙ୍କେତ ଦେଉଛି । ପ୍ରତ୍ୟେକ ଯାତ୍ରା ଏବେ ଏକ ଶାନ୍ତ, ସ୍ୱଚ୍ଛ ଏବଂ ଅଧିକ ଦାୟିତ୍ୱପୂର୍ଣ୍ଣର୍ ଭବିଷ୍ୟତ ପାଇଁ ଯୋଗଦାନ ଦେଉଛି। ଏପରି ପଦକ୍ଷେପ ଆମର ପସନ୍ଦ ଅପେକ୍ଷା ପରିବେଶ ଅନୁକୂଳ ବ୍ୟବସ୍ଥା ଗ୍ରହଣ କରିବାର ଜରୁରୀ ଆବଶ୍ୟକତା ରହିଛି ବୋଲି ରାଜ୍ୟପାଳ କହିଛନ୍ତି ।

    ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ରହି ନବୀକରଣୀୟ ଶକ୍ତିର ଉପଯୋଗ ପାଇଁ ରାଜଭବନର ସକରାତ୍ମକ ପଦକ୍ଷେପକୁ ପ୍ରଶଂସା କରିବା ସହିତ ରାଜ୍ୟ ସରକାରଙ୍କ ତରଫରୁ ନବୀକରଣୀୟ ଶକ୍ତିର ଉପଯୋଗ ପାଇଁ ନିଆଯାଉଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ । ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ନବୀକରଣୀୟ ଶକ୍ତିର ବହୁଳ ଉପଯୋଗ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ତରଫରୁ ହାତକୁ ନିଆଯାଇଥିବା କାର୍ଯ୍ୟକ୍ରମ, ପ୍ରବର୍ତ୍ତିତ ହୋଇଥିବା ବିଭିନ୍ନ ଯୋଜନା ଏବଂ ଉପଲବ୍ଧ ରିହାତି ସଂପର୍କରେ ଆଲୋକପାତ କରିଥିଲେ । ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନବିଏସ୍ ରାଜପୁତ, ରାଜଭବନର ଅଧିକାରୀ, କର୍ମକର୍ତ୍ତାଙ୍କ ସହ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.2 ° C
    24.2 °
    24.2 °
    77 %
    1.5kmh
    0 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ