Saturday, April 4, 2026
25.6 C
Odisha

    ସବୁବେଳେ Bluetooth ଅନ୍ ରଖୁଛନ୍ତି କି! କେତେବେଳେ ବି ହୋଇପାରେ ଆପଣଙ୍କ ଫୋନ୍ ହ୍ୟାକ୍

    ଆଗକୁ ପଢନ୍ତୁ

    ଆଜିର ଡିଜିଟାଲ୍ ଯୁଗରେ ବ୍ଲୁଟୁଥ୍ ଟେକ୍ନୋଲୋଜି ଆମର ଅନେକ ଡିଭାଇସ୍‌କୁ ବିନା ତାରରେ ଯୋଡ଼ିବାର ଏକ ସହଜ ଉପାୟ ହୋଇପାରିଛି। ସ୍ମାର୍ଟଫୋନ୍, ଲ୍ୟାପଟପ୍, ସ୍ମାର୍ଟୱାଚ୍, ୱାୟରଲେସ୍ ଇୟରବଡ୍ସ ଓ ଅନେକ IoT ଡିଭାଇସ୍ ଏହି ଟେକ୍ନୋଲୋଜି ମାଧ୍ୟମରେ ଆପସରେ କନେକ୍ଟ ହୁଅନ୍ତି।

    ଏହା ଫାଇଲ୍ ଶେୟରିଂ, ଅଡିଓ କନେକ୍ସନ୍ ଏବଂ ଡିଭାଇସ୍ କଣ୍ଟ୍ରୋଲ୍ କରିବାକୁ ବହୁତ ସୁବିଧାଜନକ କରିଦେଇଛି। କିନ୍ତୁ ଏହି ସୁବିଧା ସହ କିଛି ସୁରକ୍ଷା ସମସ୍ୟା ମଧ୍ୟ ଜଡିତ ଅଛି। ଯଦି ବ୍ଲୁଟୁଥ୍ ସତର୍କତା ବିନା ବ୍ୟବହାର କରାଯାଏ, ତେବେ ହ୍ୟାକରମାନେ ଆପଣଙ୍କ ଡିଭାଇସ୍ ଓ ନିଜସ୍ୱ ତଥ୍ୟ ପର୍ଯ୍ୟନ୍ତ ପହଞ୍ଚି ପାରନ୍ତି।

    ବ୍ଲୁଜ୍ୟାକିଙ୍ଗ: Bluejacking ରେ କୌଣସି ଅଜଣା ବ୍ୟକ୍ତି ଆପଣଙ୍କ ବ୍ଲୁଟୁଥ୍ ଚାଲୁ ଡିଭାଇସ୍‌କୁ ଅନୁମତି ବିନା ମେସେଜ୍ କିମ୍ବା ଫାଇଲ୍ ପଠାଇ ପାରେ। ଅନେକ ସମୟ ଏହା ମଜାକ ପାଇଁ କରାଯାଏ, କିନ୍ତୁ ଏହା ଆପଣଙ୍କ ଗୋପନୀୟତାକୁ ପ୍ରଭାବିତ କରିପାରେ।

    ବ୍ଲୁସ୍ନାର୍ଫିଙ୍ଗ: ଏହା ଗୁରୁତର ସାଇବର ଆକ୍ରମଣ ମଧ୍ୟରୁ ଗୋଟିଏ। ଏଥିରେ ହ୍ୟାକରମାନେ ବ୍ଲୁଟୁଥ୍ ଦୁର୍ବଳତାର ଫାଇଦା ଉଠାଇ ଆପଣଙ୍କ ଡିଭାଇସ୍‌ରୁ କଣ୍ଟାକ୍ଟ ଲିଷ୍ଟ, ମେସେଜ୍, ଫଟୋ କିମ୍ବା ଅନ୍ୟାନ୍ୟ ଫାଇଲ୍ ଚୁପଚାପ ଚୋରି କରିପାରନ୍ତି।

    ବ୍ଲୁବଗିଙ୍ଗ: Bluebugging ଆକ୍ରମଣରେ ହ୍ୟାକର ଆପଣଙ୍କ ଡିଭାଇସ୍ ଉପରେ ପ୍ରାୟ ପୂରା କଣ୍ଟ୍ରୋଲ୍ ନେଇପାରେ। ଏହା ଦ୍ୱାରା ସେ ଆପଣଙ୍କୁ ନ ଜାଣି ମଧ୍ୟ କଲ୍ କରିପାରେ, ମେସେଜ୍ ପଠାଇପାରେ କିମ୍ବା ଡିଭାଇସ୍‌ର ଡାଟା ଦେଖିପାରେ।

     

     

    ଡିନାଇଲ୍ ଅଫ୍ ସର୍ଭିସ୍ (DoS) ଆକ୍ରମଣ: DoS ଆକ୍ରମଣରେ ହ୍ୟାକର ବହୁତ ଅଧିକ କନେକ୍ସନ୍ ରିକ୍ୱେଷ୍ଟ କିମ୍ବା ଭୁଲ୍ ଡାଟା ପଠାଇ ଡିଭାଇସ୍‌କୁ ଓଭରଲୋଡ୍ କରିଦେଇଥାଏ। ଏହାର ଫଳରେ ଡିଭାଇସ୍ ସଠିକ୍ ଭାବରେ କାମ କରିବା ବନ୍ଦ କରିପାରେ କିମ୍ବା ସିଷ୍ଟମ୍ କ୍ରାଶ୍ ହୋଇପାରେ।

    ଗୁପ୍ତ ଭାବେ ଶୁଣିବା: ବ୍ଲୁଟୁଥ୍ ରେଞ୍ଜ ସୀମିତ ଥିଲେ ମଧ୍ୟ ବିଶେଷ ଉପକରଣ ଦ୍ୱାରା କେହି ଦୂରରୁ ମଧ୍ୟ ବ୍ଲୁଟୁଥ୍ କମ୍ୟୁନିକେସନ୍ ଶୁଣିପାରେ। ଏଥିରୁ ପାସୱାର୍ଡ, ବ୍ୟକ୍ତିଗତ କଥାବାର୍ତ୍ତା କିମ୍ବା ଆର୍ଥିକ ସୂଚନା ଲିକ୍ ହେବାର ସମସ୍ୟା ବଢ଼ିଯାଏ।

    ମ୍ୟାନ୍-ଇନ୍-ଦ-ମିଡଲ୍ ଆକ୍ରମଣ: ଏହି ଆକ୍ରମଣରେ ହ୍ୟାକର ଦୁଇଟି ବ୍ଲୁଟୁଥ୍ ଡିଭାଇସ୍‌ ମଧ୍ୟରେ ହେଉଥିବା ଡାଟା ଟ୍ରାନ୍ସଫର୍‌କୁ ମଧ୍ୟରେ ଧରିନେଇଥାଏ। ସେ ଏହାକୁ ପଢ଼ିପାରେ କିମ୍ବା ତଥ୍ୟରେ ପରିବର୍ତ୍ତନ ମଧ୍ୟ କରିପାରେ।

    ବ୍ଲୁବୋର୍ନ ଦୁର୍ବଳତା: BlueBorne ଏକ ଗୁରୁତର ସୁରକ୍ଷା ଖାମି ଥିଲା ଯାହା ଦୁନିଆର ଅର୍ବୁଦ୍ଧ ଡିଭାଇସ୍‌କୁ ପ୍ରଭାବିତ କରିଥିଲା। ଏହା ଦ୍ୱାରା ହ୍ୟାକରମାନେ ବ୍ୟବହାରକାରୀଙ୍କ କୌଣସି ଇଣ୍ଟରାକ୍ସନ୍ ବିନା ଡିଭାଇସ୍‌ରେ ପ୍ରବେଶ କରିପାରୁଥିଲେ।

    ଦୁର୍ବଳ ଏନ୍କ୍ରିପ୍ସନ୍ ସମସ୍ୟା: କିଛି ବ୍ଲୁଟୁଥ୍ ଡିଭାଇସ୍‌ରେ ସୁରକ୍ଷା ପାଇଁ ଦୁର୍ବଳ ଏନ୍କ୍ରିପ୍ସନ୍ କିମ୍ବା ଡିଫଲ୍ଟ PIN ବ୍ୟବହାର କରାଯାଏ। ଏଥିରୁ ହ୍ୟାକରମାନେ ବ୍ରୁଟ୍-ଫୋର୍ସ ଟେକ୍ନିକ୍ ବ୍ୟବହାର କରି ସହଜରେ ସୁରକ୍ଷା ଭାଙ୍ଗିପାରନ୍ତି।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.6 ° C
    25.6 °
    25.6 °
    60 %
    1.8kmh
    84 %
    Sat
    28 °
    Sun
    36 °
    Mon
    36 °
    Tue
    39 °
    Wed
    39 °

    ସମ୍ବନ୍ଧିତ