Tuesday, September 17, 2024
24.3 C
Odisha

    ସବୁ ଜିଲ୍ଲାରେ ହେବ ମେଡିକାଲ କଲେଜ: ସ୍ବାସ୍ଥ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    ବଡ଼ ଘୋଷଣା କଲେ ରାଜ୍ୟ ସରକାର। ଏଥର ସବୁ ଜିଲାରେ ହେବ ମେଡିକାଲ କଲେଜ । ଏନେଇ ଗୃହରେ ବିବୃତ୍ତି ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସବୁ ଜିଲାରେ ମେଡିକାଲ କଲେଜ କରିବା ମୋଦିଙ୍କ ଗ୍ୟାରେଣ୍ଟି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ତେବେ ବିଧାନସଭାରେ ବିବୃତ୍ତି ରଖିବା ବେଳେ ୨୪ ବର୍ଷରେ ପେସା ଆଇନ ଲାଗୁ ହୋଇ ନ ଥିବା କଥା ଛଲେ୍‌ଲଖ କରିଛନ୍ତି ମନ୍ତ୍ରୀ। ଏକଥାକୁ ଉଠାଇ ଆମେ ଆଦିବାସୀ ଭାଇଭଉଣୀଙ୍କ ପାଇଁ ଏହା ଲାଗୁ କରିବୁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଅବସରରେ କହିଛନ୍ତି । ସେପଟେ ଓଡିଆ ଅସ୍ମିତା ପ୍ରସଙ୍ଗରେ ଗୃହରେ ହୋହଲ୍ଲା, ହଙ୍ଗାମା କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ରାଜ୍ୟପାଳଙ୍କ ପୁଅଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି ହେବା ସହ ହୋହଲ୍ଲା ଭିତରେ ବାଚସ୍ପତିଙ୍କ ମାଇକ ଭାଙ୍ଗିଛନ୍ତି ଧ୍ରୁବ ସାହୁ । ଗୃହରେ ବିଜେଡି ଓ କଂଗ୍ରେସ ବିଧାୟକ ଜୋରଦାର ହଙ୍ଗାମା କରିଛନ୍ତି। ସେହିପରି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିବାକୁ ଉଦ୍ୟମ କରିଛନ୍ତି ବିଜେଡି ବିଧାୟକ ଯୋଗେଶ ସିଂ। ବିରୋଧ ଓ ନାରାବାଜି ଭିତରେ ଗୃହକୁ ବୁଧବାର ସାଢେ ୧୦ଟା ଯାଏଁ ମୁଲତବି ରଖାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.3 ° C
    24.3 °
    24.3 °
    86 %
    2.2kmh
    100 %
    Mon
    24 °
    Tue
    29 °
    Wed
    30 °
    Thu
    30 °
    Fri
    30 °

    ସମ୍ବନ୍ଧିତ